ଆଇପିଏଲ୍‌ ୧୧: କୋଲକାତାକୁ ୫୫ ରନ୍‌ରେ ହରାଇଲା ଦିଲ୍ଲୀ ଡେୟାରଡେଭିଲସ୍‌

Advertisment
ଆଇପିଏଲ୍‌ ୧୧: କୋଲକାତାକୁ ୫୫ ରନ୍‌ରେ ହରାଇଲା ଦିଲ୍ଲୀ ଡେୟାରଡେଭିଲସ୍‌

ନୂଆଦିଲ୍ଲୀ: ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂରେ ଭଲ ପ୍ରଦର୍ଶନ କରି ଦିଲ୍ଲୀ ଡେୟାରଡେଭିସ୍‌ ଶୁକ୍ରବାର କୋଲକାତା ନାଇଟ ରାଇଡର୍ସକୁ ୫୫ ରନ୍‌ରେ ପରାସ୍ତ କରିଛି। ଫିରୋଜ ଶାହା କୋଟଲାରେ ଶୁକ୍ରବାର ୨୨୦ ରନ୍‌ ବିଜୟ ଲକ୍ଷ୍ୟ ନେଇ କୋଲକାତା ୨୦ ଓଭରରେ ୯ଟି ଓ୍ଵିକେଟ୍‌ ହରାଇ ୧୬୪ ରନ୍‌ ସଂଗ୍ରହ କରିଛି।

କୋଲକାତାର ଆନ୍ଦ୍ରେ ରସେଲ ଓ ସୁନୀଲ ନାରିନଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ବିପର୍ଯ୍ୟୟ ବ୍ୟାଟିଂ କରିଥିଲେ। ୧୯ ରନ୍‌ରେ କୋଲକାତା କ୍ରିସ ଲିନଙ୍କୁ ହରାଇଥିଲା। ୨୦ ରନ୍‌ରେ ରବିନ ଉଥାପା, ୩୩ ରନ୍‌ରେ ସୁନୀଲ ନାରିନ, ୪୬ ରନ୍‌ରେ ନୀତିଶ ରାଣା, ୭୭ ରନ୍‌ରେ ଦିନେଶ କାର୍ତ୍ତିକ, ୧୪୧ ରନ୍‌ରେ ଶୁଭମ ଗିଲ ଓ ଶିଭମ ମାଭି, ୧୪୪ ରନ୍‌ରେ ଆଦ୍ରେ ରସେଲ ଓ ୧୪୬ ରନ୍‌ରେ ପୀୟୁଷ ଚାଓ୍ଵଲା ଆଉଟ୍‌ ହୋଇଥିଲେ। ଟ୍ରେଣ୍ଟ ବୋଲ୍ଡ, ଗ୍ଲେନ ମେକସ୍‌େଓ୍ଵଲ୍‌, ଅବେସ ଖାଁ ଓ ଅମିତ ମିଶ୍ରା ୨-୨ ଓ୍ଵିକେଟ୍‌ ନେଇଥିଲେ।

ପୂର୍ବରୁ ଅଧିନାୟକ ଶ୍ରେୟସ ଆୟାର(ଅପରାଜିତ ୯୩, ୪୦ ବଲ, ୪ଟି ଚୌକା ଓ ୧୦ଟି ଛକା) ଓ ପୃଥ୍ଵୀ ସ’(୬୨ ରନ୍‌, ୪୪ ବଲ, ୭ଟି ଚୌକା, ୨ଟି ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ ଡେୟାରଡେଭିଲସ୍‌ ୨୦ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୨୧୯ ରନ୍‌ ସଂଗ୍ରହ କରିଥିଲା। ଫଳରେ କୋଲକାତାକୁ ବିଜୟ ପାଇଁ ୨୨୦ ରନ୍‌ ଟାର୍ଗେଟ ମିଳିଛି। ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଆଇପିଏଲ ୧୧ତମ ସଂସ୍କରଣର ଶୁକ୍ରବାର ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଦିଲ୍ଲୀ ବ୍ୟାଟିଂ କରିଥିଲା। କୋଲିନ ମୁନରେ ୧୮ଟି ବଲ ଖେଳି ୩୩ ରନ୍‌ ସଂଗ୍ରହ କରିଥିବା ବେଳେ ଗ୍ଳେନ ମେକ୍ସେଓ୍ଵଲ୍‌ଙ୍କ ବ୍ୟାଟ୍‌ରୁ ଦିଲ୍ଲୀକୁ ୨୭ ରନ୍‌ ମିଳିଥିଲା।

ଆରମ୍ଭରୁ ଦିଲ୍ଲୀ ଭଲ ବ୍ୟାଟିଂ କରିଥିଲା। ୫୯ ରନ୍‌ରେ କୋଲିନ ମୁନରୋଙ୍କୁ ହରାଇଥିଲା। ସେହିପରି ପୃଥ୍ଵୀ ୧୨୭ ରନ୍‌ରେ ଆଉଟ ହୋଇଥିଲେ। ୧୨୯ ରନ୍‌ରେ ୩ୟ ଓ୍ଵିକେଟ୍‌ ପଡ଼ିଥିବା ବେଳେ ୨୦୨ ରନ୍‌ରେ ୪ର୍ଥ ଓ୍ଵିକେଟ ପଡ଼ିଥିଲା। ଦିଲ୍ଲୀର ପୀୟୁଷ ଚାଓ୍ଵଲା, ଶିବମ ମାଭି ଓ ଆଦ୍ରେ ରସେଲ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe