ଆଇପିଏଲ୍‌ ୧୧: ଜେସନ ରାୟଙ୍କ ବିସ୍ଫୋରକ ବ୍ୟାଟିଂ, ମୁମ୍ବାଇକୁ ୭ ଓ୍ଵିକେଟ୍‌ରେ ହରାଇଲା ଦିଲ୍ଲୀ 

Advertisment

ସୂର୍ଯ୍ୟଙ୍କ ପ୍ରଖର କିରଣ  ମଉଳିଲା, ଜେସନ୍‌ଙ୍କ ୬ଟି ଚୌକା, ୬ଟି ଛକା

ସୂର୍ଯ୍ୟଙ୍କ ପ୍ରଖର କିରଣ  ମଉଳିଲା, ଜେସନ୍‌ଙ୍କ ୬ଟି ଚୌକା, ୬ଟି ଛକା

ଆଇପିଏଲ୍‌ ୧୧: ଜେସନ ରାୟଙ୍କ ବିସ୍ଫୋରକ ବ୍ୟାଟିଂ, ମୁମ୍ବାଇକୁ ୭ ଓ୍ଵିକେଟ୍‌ରେ ହରାଇଲା ଦିଲ୍ଲୀ 

ମୁମ୍ବାଇ: ସୂର୍ଯ୍ୟକାନ୍ତ ଯାଦବ(୫୩ ରନ୍‌, ୩୨ ବଲ୍‌)ଙ୍କ ପ୍ରଖର ବ୍ୟାଟିଂ ଜେସନ୍‌ ରାୟ(ଅପରାଜିତ ୯୧ ରନ୍‌, ୫୩ ବଲ, ୬ଟି ଚୌକା, ୬ଟି ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ହାର ମାନିଛି। ଦିଲ୍ଲୀର ବୋଲରମାନେ ବହୁ ପରିଶ୍ରମ କରିଥିଲେ ମଧ୍ୟ ମୁମ୍ବାଇର ବୋଲରମାନଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରି ନଥିଲେ।   ୨ୟ ଇନିଂସ ଖେଳିଥିବା ଦିଲ୍ଲୀ ଟିମ୍‌ ୨୦ ଓଭରରେ ୩ଟି ଓ୍ଵିକେଟ୍‌ ହରାଇ ୧୯୫ ରନ୍‌ ସଂଗ୍ରହ କରିଛି। ଅଧିନାୟକ ଗୌତମ ଗମ୍ଭୀର ୧୫ ରନ୍‌, ଋଷଭ ପନ୍ଥ ୪୭ ରନ୍‌, ଗ୍ଲେସ ମ୍ୟାକସ୍‌େଓ୍ଵଲ ୧୩ ରନ୍‌ ଓ ଶ୍ରେୟସ ଆୟାର ଅପରାଜିତ ୨୭ ରନ୍‌ ଯୋଡ଼ିଥିଲେ। ମୁମ୍ବାଇ ପକ୍ଷରୁ କୃଣାଳ ପାଣ୍ଡ୍ୟା ୨ଟି ଓ୍ଵିକେଟ ନେଇଥିବା ବେଳେ ମୁସ୍ତାଫିଜୁର ରେହମାନ୍‌ ଗୋଟିଏ ଓ୍ଵିକେଟ୍‌ ନେଇଥିଲେ। 

ପୂର୍ବରୁ ସୂର୍ଯ୍ୟକାନ୍ତ ଯଦବଙ୍କ ବ୍ୟତୀତ ସାଥୀ ଖେଳାଳି ଇଭିନ ଲୁଇସ୍‌ଙ୍କ ୪୮ ରନ୍‌ ଓ ଈଷାନ କିସାନଙ୍କ ୪୪ ରନ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍‌ ୧୯୪ରନ୍‌ ସଂଗ୍ରହ କରିଥିଲେ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୧୧ତମ ସଂସ୍କରଣର ଶନିବାର ମ୍ୟାଚ୍‌ରେ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେବା ପରେ ମୁମ୍ବାଇ ବ୍ୟାଟିଂ  କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ଵକେଟ ହରାଇ ୧୯୪ ରନ୍‌ ସଂଗ୍ରହ କରିଥିଲା। ଫଳରେ ଦିଲ୍ଲୀ ଡେୟାରଡେଭିଲସ୍‌କୁ ୧୯୫ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା। ମୁମ୍ବାଇର ଅଧିନାୟକ ୧୮ ରନ୍‌ ଯୋଡ଼ି ଥିଲେ।

ଓ୍ଵାଙ୍ଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍‌ ଆରମ୍ଭରୁ ଭଲ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟ୍‌ରେ ୧୦୨ ରନ୍‌ ସଂଗ୍ରହ କରିଥିଲା। ମୁମ୍ବାଇ ୧୦୯ ରନ୍‌ରେ ଦିଲ୍ଲୀର ୨ୟ ଶିକାର ହୋଇଥିଲା। ସେହିପରି ମୁମ୍ବାଇ ୧୬୬ ରନ୍‌ରେ ୩ୟ ଓ ୪ର୍ଥ ଓ୍ଵିକେଟ୍‌, ୧୭୯ ରନ୍‌ରେ ୫ମ ଓ୍ଵିକେଟ ଓ ୧୮୫ ରନ୍‌ରେ ୬ଷ୍ଠ ଓ୍ଵିକେଟ ଓ ୧୮୭ ରନ୍‌ରେ   ୭ମ ଓ୍ଵିକେଟ୍‌ ହରାଇଥିଲା।

ଦିଲ୍ଲୀ ଡେୟାରଡେଭିଲସ୍‌ର ଟ୍ରେଣ୍ଟ ବୋଲଟ୍‌, ଡାନିଏଲ କ୍ରିଷ୍ଟିଆନ୍‌ ଓ ରାହୁଲ ତେଓ୍ଵାଟିଆ ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ମହମ୍ମଦ ସାମି ଗୋଟିଏ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe