ଆଇପିଏଲ୍‌ ୧୨: ଇଡେନ୍‌ ଗାର୍ଡେନରେ ରସେଲ-ରାବାଡା ଯୁଦ୍ଧ, ଟସ୍‌ ଜିଣି ଦିଲ୍ଲୀର ବ୍ୟାଟିଂ ନିଷ୍ପତ୍ତି, କୋଲକାତା କରୁଛି ବ୍ୟାଟିଂ

Advertisment
ଆଇପିଏଲ୍‌ ୧୨: ଇଡେନ୍‌ ଗାର୍ଡେନରେ ରସେଲ-ରାବାଡା ଯୁଦ୍ଧ, ଟସ୍‌ ଜିଣି ଦିଲ୍ଲୀର ବ୍ୟାଟିଂ ନିଷ୍ପତ୍ତି, କୋଲକାତା କରୁଛି ବ୍ୟାଟିଂ

Cricbuzz

କୋଲକାତା: ଦୁଇ ବିଦେଶୀ କ୍ରିକେଟ ଷ୍ଟାର ଆନ୍ଦ୍ରେ ରସେଲ ଓ କାଗିସୋ ରାବାଡା ଶୁକ୍ରବାର କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡେନରେ ଲଢ଼ିବେ। ଇଣ୍ଡିଜର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ ତଥା କୋଲକାତା ନାଇଟ୍‌ ରାଇଡର୍ସର ସଦସ୍ୟ ରସେଲଙ୍କୁ ଦକ୍ଷିଣ ଆଫ୍ରିକାର ବୋଲର ତଥା ଦିଲ୍ଲୀ କ୍ୟାପିଟାଲସ୍‌ର ସଦସ୍ୟ ରାବଡା ବୋଲିଂ କରିବେ। ବିଶ୍ୱ କ୍ରିକେଟରେ ଉଭୟ ଖେଳାଳି ନିଜ ନିଜ ପ୍ରଦର୍ଶନ ନେଇ ଦର୍ଶକ ଓ ପ୍ରଶଂସକଙ୍କ ନିକଟରେ ଆଲୋଚନାର ପାତ୍ର ହୋଇଥାନ୍ତି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣର ୨୬ତମ ମ୍ୟାଚରେ ଟସ୍‌ ଜିଣି ଦିଲ୍ଲୀ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ କୋଲକାତା ବ୍ୟାଟିଂ କରୁଛି।

ଆଇପିଏଲ୍‌ର ଦ୍ୱାଦଶ ସଂସ୍କରଣ୍‌ରେ ଉଭୟ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲସ୍‌ ଏଯାଏଁ ୬ଟି ଲେଖାଏଁ ମ୍ୟାଚ୍‌ ଖେଳିଛନ୍ତି। କୋଲକାତା ୪ଟି ମ୍ୟାଚ୍‌ ଜିତିଥିବା ବେଳେ ଦିଲ୍ଲୀ ୩ଟି ଜିତିଛି। ଅଙ୍କ ତାଲିକାରେ କୋଲକାତା ୮ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନ ହାସଲ କରିଛି। ସେହିପରି ଦିଲ୍ଲୀ ଟେବୁଲରେ ୬ ନମ୍ବର ସ୍ଥାନରେ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe