ୟୁଏଇ ଟ୍ବେଣ୍ଟି-୨୦ ଲିଗ୍‌ ପାଇଁ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ଙ୍କୁ ଅଗ୍ରାଧିକାର

Advertisment
ଆଇପିଏଲ୍‌: ଆଜି ନାଇଟ୍‌ ରାଇଡର୍ସକୁ ଭେଟିବ ସନ୍‌ରାଇଜର୍ସ

ଦୁବାଇ: ଆସନ୍ତାବର୍ଷ ଜାନୁଆରି ଓ ଫେବ୍ରୁଆରି ମଧ୍ୟଭାଗ ମଧ୍ୟରେ ଆୟୋଜିତ ହେବାକୁ ଯୋଜନା ଥିବା ୟୁଏଇ ଟ୍ବେଣ୍ଟି-୨୦ ଲିଗ୍‌ରେ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ଙ୍କୁ ଅଗ୍ରାଧିକାର ଦିଆଯାଇଛି। ଏହି ଲିଗ୍‌ରେ ବିଶେଷକରି ୩ଟି ଆଇପିଏଲ୍‌ ଦଳ ଅଂଶଗ୍ରହଣ କରିବା ନିଶ୍ଚିତ ହୋଇଛି। ଏହି ଆଇପିଏଲ୍‌ ଦଳଗୁଡ଼ିକ ହେଲେ ମୁମ୍ବାଇ ଇଣ୍ଡିଆନ୍‌ସ, କୋଲ୍‌କାତା ନାଇଟ୍‌ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍‌ସ। ଏହି ୩ ଫ୍ରାଞ୍ଚାଇଜ୍‌ଙ୍କୁ ସେମାନଙ୍କ ଆଇପିଏଲ୍‌ ଦଳର ଖେଳାଳିଙ୍କୁ ପ୍ରଥମେ ଚୁକ୍ତିବଦ୍ଧ କରିବାର ବିକଳ୍ପ ଦିଆଯାଇଛି। ତେବେ ନିଜ ନିଜ ଆଇପିଏଲ୍‌ ଦଳର ୪ ଜଣ ଲେଖାଏଁ ଖେଳାଳିଙ୍କୁ ପ୍ରଥମ ପସନ୍ଦରେ ବାଛିବାକୁ କୁହାଯାଇଛି।

ୟୁଏଇ ଟ୍ବେଣ୍ଟି-୨୦ ଲିଗ୍‌ ମୁଖ୍ୟତଃ ୬ ଦଳକୁ ନେଇ ଆୟୋଜିତ ହେବ। ଏହି ଲିଗ୍‌ ମୁଖ୍ୟତଃ ଏମିରେଟ୍‌ସ କ୍ରିକେଟ୍‌ ବୋର୍ଡ (ଇସିବି) ଦ୍ବାରା ପରିଚାଳିତ ହେବ। ତେଣୁ ଇସିବି ଇତି ମଧ୍ୟରେ କୋଲ୍‌କାତା ନାଇଟ୍‌ ରାଇଡର୍ସକୁ ସୁନିଲ ନାରାୟଣ, ଆନ୍ଦ୍ରେ ରସେଲ କିମ୍ବା ଏବର ଦଳର ଅନ୍ୟ ଖେଳାଳିଙ୍କୁ ଚୁକ୍ତିବଦ୍ଧ କରିପାରିବ। ସେହିପରି ମୁମ୍ବାଇ ଇଣ୍ଡିଆନ୍‌ସ କିରଣ ପୋଲାର୍ଡ, ଟିମ୍‌ ଡେଭିଡ୍‌ କିମ୍ବା ଜୋଫ୍ରା ଆର୍ଚରଙ୍କୁ ଏବଂ ଦିଲ୍ଲୀ କ୍ୟାପିଟାଲ୍‌ସ ସେହିଭଳି ତା’ର ପ୍ରମୁଖ ଖେଳାଳିଙ୍କ ସହ ଚୁକ୍ତି କରିପାରିବ ବୋଲି ଇସିବି ଅବଗତ କରାଇଦେଇଛି। ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ୪ ଜଣ ଲେଖାଏଁ ଖେଳାଳିଙ୍କୁ ଚୁକ୍ତିବଦ୍ଧ କରିବା ପରେ ଅନ୍ୟ ଖେଳାଳିଙ୍କୁ ନିଲାମ ଜରିଆରେ କିଣିବ ବୋଲି ଇସିବି ମହାସଚିବ ମୁବାସିର ଉସ୍‌ମାନି ଗୁରୁବାର ବୋର୍ଡ ୱେବ୍‌ସାଇଟ୍‌ରେ ଉଲ୍ଲେଖ କରିଛନ୍ତି। ପୁଣି ଯେଉଁ ଖେଳାଳିଙ୍କୁ ସେମାନଙ୍କ ଜାତୀୟ ବୋର୍ଡଠୁ ଆପତ୍ତିବିହୀନ ପ୍ରମାଣପତ୍ର ମିଳିଥିବ ସେହିମାନଙ୍କୁ ହିଁ ଚୁକ୍ତିବଦ୍ଧ କରାଯାଇପାରିବ ବୋଲି ମୁବାସିର ସ୍ପଷ୍ଟ କରିଛନ୍ତି।

ତିନି ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ଙ୍କ ବ୍ୟତୀତ ଅଂଶଗ୍ରହଣ କରିବାକୁ ଥିବା ଅନ୍ୟ ୩ ଫ୍ରାଞ୍ଚାଇଜ୍‌ ଆଦାନି ଗ୍ରୁପ୍‌, ଗ୍ଲାଜେର ଫ୍ୟାମିଲି ଏବଂ କାପ୍ରି ଗ୍ଲୋବାଲ ପାଇଁ ମଧ୍ୟ ସମାନ ନୀତି ପ୍ରଣୟନ କରାଯିବ ବୋଲି ଇସିବି କହିଛି। ସମସ୍ତ ଦଳକୁ ଜଣେ ଖେଳାଳି ପିଛା ୨ ମିଲିୟନ ଆମେରିକୀୟ ଡଲାର ମୂଲ୍ୟ ବିନିମୟ ପାଇଁ ଅନୁମତି ମିଳିବ ବୋଲି ଇସିବି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe