୧୬ କିମ୍ବା ୧୭ରୁ ଆରମ୍ଭ ହୋଇପାରେ ଆଇପିଏଲର ଅବଶିଷ୍ଟ ମ୍ୟାଚ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଯୋଗୁଁ ସ୍ଥଗିତ ରହିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ଚଳିତ ସିଜିନର ଅବଶିଷ୍ଟ ମ୍ୟାଚ ୧୬ କିମ୍ବା ୧୭ ମେ ରୁ ପୁଣି ଆରମ୍ଭ ହୋଇପାରେ।

ipl

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଯୋଗୁଁ ସ୍ଥଗିତ ରହିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ଚଳିତ ସିଜିନର ଅବଶିଷ୍ଟ ମ୍ୟାଚ ୧୬ କିମ୍ବା ୧୭ ମେ ରୁ ପୁଣି ଆରମ୍ଭ ହୋଇପାରେ। ରବିବାର ସନ୍ଧ୍ୟାରେ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ପରେ ନୂତନ ତାରିଖର ଆନୁଷ୍ଠାନିକ ଘୋଷଣା ଆଶା କରାଯାଉଥିଲା, କିନ୍ତୁ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା କହିଛନ୍ତି ଯେ ବୋର୍ଡ କାର୍ଯ୍ୟସୂଚୀକୁ ଏବେ ବି ଚୂଡ଼ାନ୍ତ କରାଯାଉଛି। ତେବେ ଫାଇନାଲ୍ କୋଲକାତାରୁ ସ୍ଥାନାନ୍ତରିତ ହୋଇପାରେ।

ଆଇପିଏଲର ଏକ ସୂତ୍ର କହିଛି ଯେ ଲକ୍ଷ୍ନୌରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଏକ ମ୍ୟାଚ୍ ସହିତ ଲିଗ୍ ପୁଣି ଆରମ୍ଭ ହେବ। ପୂର୍ବ ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁଯାୟୀ ଏହି ମ୍ୟାଚ୍ ମେ ୯ ତାରିଖରେ ଖେଳାଯିବାର ଥିଲା।

ସୂଚନା ଅନୁସାରେ, 'ସମସ୍ତ ଦଳକୁ ସେମାନଙ୍କର ଖେଳାଳିମାନଙ୍କୁ ଫେରାଇ ଆଣିବାକୁ କୁହାଯାଇଛି।' ଟୁର୍ଣ୍ଣାମେଣ୍ଟଟି ମେ ୧୬ କିମ୍ବା ୧୭ ତାରିଖରେ ଲକ୍ଷ୍ନୌରେ ପୁଣି ଆରମ୍ଭ ହେବ। ଆସନ୍ତାକାଲି (ସୋମବାର) ଚୂଡ଼ାନ୍ତ କାର୍ଯ୍ୟସୂଚୀ ସେୟାର କରାଯିବ। ସମ୍ଭବତଃ, ମ୍ୟାଚ୍‌ଗୁଡ଼ିକ ଚାରୋଟି ସ୍ଥାନରେ ଅନୁଷ୍ଠିତ ହେବ ଏବଂ ଏହି ସିଜିନରେ ଦିଲ୍ଲୀ ଓ ଧର୍ମଶାଳାରେ ଆଉ କୌଣସି ମ୍ୟାଚ୍ ହେବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe