ରବିବାରଠୁ ଫେରୁଛି ଆଇପିଏଲ୍‌

Advertisment
ନୂଆ ଆଇପିଏଲ୍ ଦଳ ପାଇଁ ଟେଣ୍ଡର ସମୟ ସୀମା ବଢ଼ାଇଲା ବିସିସିଆଇ

InsideSport

ଦୁବାଇ : ରବିବାର ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମୁକାବିଲାରୁ ଆଇପିଏଲ୍‌ର ଦ୍ବିତୀୟ ଚରଣ ଆରମ୍ଭ ହେବ। ୪ ମାସ ପରେ ଏହି ଆକର୍ଷଣୀୟ ପ୍ରତିଯୋଗିତା ଫେରୁଥିଲେ ମଧ୍ୟ ବହୁ ଅନ୍ତର୍ଜାତୀୟ ଖେଳାଳିଙ୍କ ବିନା ଖେଳାଯାଉଥିବାରୁ ଏହା ଅଧିକ ଚର୍ଚ୍ଚାରେ ରହିଛି। ଷ୍ଟାଡିୟମ୍‌କୁ ଦର୍ଶକ ଫେରୁଥିଲେ ମଧ୍ୟ ବହୁ ପରିଚିତ ଅନ୍ତର୍ଜାତୀୟ ଖେଳାଳିଙ୍କ ଅପ୍ରତ୍ୟାଶିତ ପ୍ରସ୍ଥାନ କିଛି ମାତ୍ରାରେ ଏହାକୁ କେବଳ ଭାରତୀୟ ଖେଳାଳିଙ୍କ ମଧ୍ୟରେ ସୀମିତ ରଖିଦେଇଛି। ଏପ୍ରିଲ୍‌ ମାସରେ ଆଇପିଏଲ୍‌ ଆରମ୍ଭ ହୋଇଥିଲେ ମଧ୍ୟ କୋଭିଡ୍ ସଂକ୍ରମଣ ବଢ଼ିବାରୁ ମେ’ ପ୍ରଥମ ସପ୍ତାହରେ ୨୯ ମ୍ୟାଚ୍‌ ସହ ଆଗୁଆ ସ୍ଥଗିତ ରହିଥିଲା। ଏବେ ରବିବାରଠାରୁ ଅବଶିଷ୍ଟ ୩୧ ମ୍ୟାଚ୍‌ ଖେଳାଯିବାର ଯୋଜନା ହୋଇଛି। କିନ୍ତୁ ସ୍ଥଗିତ ରହିବା ପରେ ଯେଉଁ ବିଦେଶୀ ଖେଳାଳିମାନେ ଘରକୁ ଫେରିବାକୁ ବ୍ୟସ୍ତ ହୋଇଥିଲେ ଏବେ ନିଜ ନିଜ ଫ୍ରାଞ୍ଚାଇଜ୍ ସହ ଯୋଗ ଦେବାକୁ ଆସୁନାହାନ୍ତି। ବିଶେଷ କରି ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ବହୁ ଖେଳାଳି ବିଭିନ୍ନ କାରଣରୁ ନିଜ ନିଜ ଦଳକୁ‌ ଫେରୁନାହାନ୍ତି। ଇଂଲଣ୍ଡ ତାରକା ବେନ୍‌ ଷ୍ଟୋକ୍ସ, ଜୋସ୍ ବଟଲର୍‌, ଜନି ବେୟାରଷ୍ଟୋ, ଦାୱିଦ ମଲାନ, ଜୋଫ୍ରା ଆର୍ଚର ଏବଂ କ୍ରିସ୍‌ ୱକ୍ସଙ୍କ ସେବାରୁ ସେମାନଙ୍କ ଦଳ ବଞ୍ଚିତ ହେବେ। ସେହିଭଳି ଅନ୍ୟତମ ଦାମି ଖେଳାଳି ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ତାଙ୍କ ଗର୍ଭବତୀ ପତ୍ନୀଙ୍କ ସହ ରହିବାକୁ ପସନ୍ଦ କରିଛନ୍ତି। ଆହୁରି ଅନେକ ଖେଳାଳି ଆସନ୍ତା ମାସର ବିଶ୍ବକପ୍‌କୁ ନଜରରେ ରଖି ସାମିଲ ହୋଇନାହାନ୍ତି। ଜାତୀୟ ଦଳର ଦାୟିତ୍ବକୁ ସେମାନେ ଅଧିକ ଗୁରୁତ୍ବ ଦେଇ ଆହତ ସମସ୍ୟାଠୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି।

ଭାରତୀୟ ଖେଳାଳିମାନେ କିନ୍ତୁ କୋଭିଡ୍‌ ଭୟରେ ପଞ୍ଚମ ଟେଷ୍ଟ୍ ନ ଖେଳି ଆଇପିଏଲ୍‌ ପାଇଁ ୟୁଏଇ ପହଞ୍ଚିବାକୁ କେତେକ ପସନ୍ଦ କରିନାହାନ୍ତି। ଏହାକୁ ଏକ ଫ୍ରାଞ୍ଚାଇଜ୍‌ ଅଣପେସାଦାର ଦର୍ଶାଇଛନ୍ତି। ଭାରତୀୟ ଖେଳାଳିମାନେ ଆଇପିଏଲ୍‌ରୁ ବଞ୍ଚିତ ‌ନ ହେବାକୁ ଅଧିକ ଚିନ୍ତିତ ଥିବାରୁ ଓଲ୍ଡ ଟ୍ରାଫୋର୍ଡ ଟେଷ୍ଟରୁ ଓହରିଗଲେ ବୋଲି ଜଣେ ଇଂଲିସ୍ ଭାଷ୍ୟକାର ମଧ୍ୟ ମତ ଦେଇଥିଲେ।‌ ତେବେ ଫ୍ରାଞ୍ଚାଇଜ୍ ମାନେ ଓହରିଯାଇଥିବା ଖେଳାଳିଙ୍କ ବଦଳ ଖେଳାଳିଙ୍କୁ ଚୁକ୍ତିବଦ୍ଧ କରି ଏବେ ଦ୍ବିତୀୟ ଚରଣ ପାଇଁ ପ୍ରସ୍ତୁତ ହୋଇସାରିଛନ୍ତି।

ମେ’ ମାସରେ ଆଇପିଏଲ୍‌ ଅଟକିବା ବେଳକୁ ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇ ସୁପର୍ କିଙ୍ଗ୍ସ, ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଶୀର୍ଷ ୪ରେ ରହି ପ୍ଲେ ଅଫ୍‌ ଦୌଡ଼ରେ ଥିଲେ। ଦ୍ବିତୀୟ ଚରଣରେ ଏହି ଦଳ ଲୟକୁ ବଜାୟ ରଖି ଆଗକୁ ବଢ଼ିବେ ନା ସୁଯୋଗ ଛାଡ଼ିଦେବେ ପ୍ରଶଂସକମାନେ ଏବେ ଅଙ୍କ କଷିବାରେ ଲାଗିଛନ୍ତି।

ଆଇପିଏଲ୍‌-୧୪ର ଅବଶିଷ୍ଟ ସୂଚୀ

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe