ଆଇପିଏଲ: ଲକ୍ଷ୍ନୌକୁ ୫ ୱିକେଟରେ ପରାସ୍ତ କଲା ଗୁଜୁରାଟ ଟାଇଟନ୍‌ସ୍‌

Advertisment
ଆଇପିଏଲ: ଲକ୍ଷ୍ନୌକୁ ୫ ୱିକେଟରେ ପରାସ୍ତ କଲା ଗୁଜୁରାଟ ଟାଇଟନ୍‌ସ୍‌

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୫ତମ ସଂସ୍କରଣର ୪ର୍ଥ ମ୍ୟାଚ୍‌ରେ ଲକ୍ଷ୍ନୌକୁ ୫ ୱିକେଟରେ ପରାସ୍ତ କରିଛି ଗୁଜୁରାଟ ଟାଇଟନ୍‌ସ୍‌ । ଦ୍ବିତୀୟ ପାଳିରେ ୧୫୯ ରନ୍‌ର ଲକ୍ଷ୍ୟକୁ ପିଛା କରି ଗୁଜୁରାଟ ୧୯.୪ ଓଭରରେ ୫ ୱିକେଟ ହରାଇ ୧୬୧ ରନ୍‌ କରି ବିଜୟ ହାସଲ କରିଛି । ଗୁଜୁରାଟ ପକ୍ଷରୁ ପ୍ରଥମରୁ ଦୁର୍ବଳ ବ୍ୟାଟିଂ ଦେଖିବାକୁ ମିଳିଥିଲା। କିନ୍ତୁ ଡେଭିଡ ମିଲରଙ୍କ ୨୧ ବଲରେ ୩୦ରନ୍‌ ଓ ରାହୁଲ ଟିୱତିଆଙ୍କ ୨୪ ବଲରେ ୪୦ ରନ୍‌ ବଳରେ ଗୁଜୁରାଟକୁ ଜିତିବା ଅବସ୍ଥାକୁ ଫେରିଥିଲା। ଶେଷରେ ଯୁବ ପ୍ରତିଭା ଅଭିନବ ମନୋହରଙ୍କ ଦମ୍‌ଦାର ୭ ବଲ୍ରେ ୧୫ ରନ୍‌ ବଳରେ ଗୁଜୁରାଟ ଟାଇଟନ୍‌ସ୍‌ ଚଳିତ ସଂସ୍କରଣର ପ୍ରଥମ ବିଜୟ ହାସଲ କରିଛି ।

ପ୍ରଥମ ପାଳିରେ ଗୁଜରାଟ୍‌ ଟିମ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଗୁଜରାଟ୍‌ର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା୍‌ଙ୍କ ଠାରୁ ଆମନ୍ତ୍ରଣ ପାଇବା ପରେ ଲକ୍ଷ୍ନୌ ବ୍ୟାଟିଂ ଆରମ୍ଭ କରିଥିଲା ଏବଂ ସ୍କୋରକୁ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୫୮ରେ ପହଞ୍ଚାଇଥିଲା। ଫଳରେ ଗୁଜରାଟ୍‌କୁ ୧୫୯ ରନ୍‌ର ଟାର୍ଗେଟ ମିଳିଥିଲା।

ଆଇପିଏଲ୍‌ରେ ପ୍ରଥମ ଥର ପାଇଁ ପାଦ ଥାପିଥିବା ଗୁଜରାଟ ଟିମ୍‌ର ବୋଲର ସୋମବାର ଭଲ ପ୍ରଦର୍ଶନ କରିଛି। ଅପରପକ୍ଷେ ଲକ୍ଷ୍ନୌର ପ୍ରାଥମିକ ପର୍ଯ୍ୟାୟରେ ୪ ବ୍ୟାଟର ବିପର୍ଯ୍ୟର ସାମ୍ନା କରିଛନ୍ତି। ଅଭିଜ୍ଞ ଖେଳାଳି କେ.ଏଲ୍‌. ରାହୁଲ (୦), କ୍ୱିଣ୍ଟନ୍‌ ଡି’ କକ୍‌(୭), ଇଭିନ୍‌ ଲୁଇସ୍‌ (୧୦) ଓ ମନୀଷ ପାଣ୍ଡେ (୬) ଶସ୍ତାରେ ଆଉଟ୍‌ ହୋଇଥିଲେ। କିନ୍ତୁ ମଧ୍ୟକ୍ରମର ଖେଳାଳି ଦୀପକ ହୁଡ୍ଡା (୫), ଆୟୁଷ ବାଦୋନି (୫୪) ଓ କ୍ରୁଣାଳ ପାଣ୍ଡ୍ୟା (ଅପରାଜିତ ୨୧ ରନ୍‌) କରି ଲକ୍ଷ୍ନୌର ଆଶା ଉଜ୍ଜୀବିତ କରିଥିଲେ। ଗୁଜରାଟ ପାଇଁ ମହମ୍ମଦ ସାମି ସର୍ବାଧିକ ୩ଟି ଓ୍ଵିକେଟ୍‌ ନେଇଥିଲା ବେଳେ ବରୁନ ଆରୋନ୍‌ ୨ଟି ଓ୍ଵିକେଟ୍‌ ନେଇଥିଲେ। ରସିଦ୍‌ ଖାନ୍‌ ଗୋଟିଏ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe