ଆଇପିଏଲ: ଟସ୍‌ ଜିଣି ହାଇଦ୍ରାବାଦ୍‌ର ବୋଲିଂ ନିଷ୍ପତ୍ତି, ଦିଲ୍ଲୀ କରୁଛି ବ୍ୟାଟିଂ

Advertisment
ଆଇପିଏଲ: ଟସ୍‌ ଜିଣି ହାଇଦ୍ରାବାଦ୍‌ର ବୋଲିଂ ନିଷ୍ପତ୍ତି, ଦିଲ୍ଲୀ କରୁଛି ବ୍ୟାଟିଂ

Cricbuzz

ହାଇଦ୍ରାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୦ତମ ମ୍ୟାଚ ରବିବାର ସନରାଇଜର୍ସ ହାଇଦ୍ରାବାଦ ଓ ଦିଲ୍ଲୀ କ୍ୟାପିଟାଲସ ମଧ୍ୟରେ ମୁକାବିଲା ହେଉଛି। ସ୍ଥାନୀୟ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଟସ ଜଣି ଘରୋଇ ଦଳ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଦିଲ୍ଲୀ କ୍ୟାପିଟାଲସ ବ୍ୟାଟିଂ କରୁଛି।

ଚଳିତ ସଂସ୍କରଣର ଆଇପିଏଲରେ ହାଇଦ୍ରାବାଦ ଏଯାଏଁ ୬ଟି ମ୍ୟାଚ ଖେଳି ସାରିଛି। ଏଥିରୁ ୩ଟି ମ୍ୟାଚ ରାଜସ୍ଥାନ ରୟାଲସ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଦିଲ୍ଲୀ କ୍ୟାପିଟାଲସ ବିପକ୍ଷରେ ବିଜୟୀ ହୋଇଥିବା ବେଳେ କୋଲକାତା ନାଇଟ ରାଇଡର୍ସ, ମୁମ୍ବାଇ ଇଣ୍ଡିଆନସ ଓ କିଙ୍ଗସ ଏକାଦଶ ପଂଜାବ ବିପକ୍ଷରେ ପରାସ୍ତ ହୋଇଛି। ହାଇଦ୍ରାବାଦ ଅଙ୍କ ତାଲିକାରେ ୬ଷ୍ଠ ସ୍ଥାନ ପାଇଛି।

ଦିଲ୍ଲୀ କ୍ୟାପିଟାଲସ ଏଯାଏଁ ୭ଟି ମ୍ୟାଚ ଖେଳିଛି। ଏଥିରୁ ୪ଟି ମ୍ୟାଚ ଜିତିଥିବା ବେଳେ ୩ଟିରେ ପରାସ୍ତ ହୋଇଛି। ଦିଲ୍ଲୀ ଟିମ ମୁମ୍ବାଇ, କୋଲକାତା (ସୁପର ଓଭରରେ ବିଜୟ), ବେଙ୍ଗାଲୁର ଓ କୋଲକାତା ବିପକ୍ଷରେ ବିଜୟୀ ହୋଇଥିବା ବେଳେ ଚେନ୍ନାଇ, ପଂଜାବ ଓ ହାଇଦ୍ରାବାଦ ଠାରୁ ପରାସ୍ତ ହୋଇଛି। ଅଙ୍କ ତାଲିକାରେ ୪ର୍ଥ ସ୍ଥାନ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe