ଅଡ଼ୁଆରେ ଆଇପିଏଲ୍‌: ଆୟୋଜନ ନେଇ ପ୍ରଶ୍ନ ଉଠାଇଲେ ବମ୍ବେ ଉଚ୍ଚ ନ୍ୟାୟାଳୟ

Advertisment

‘କ୍ରିକେଟ୍‌ର ହିତ ସାଧନ ହେଉଛି କି ନାହିଁ ପରଖିବାର ବେଳ’

‘କ୍ରିକେଟ୍‌ର ହିତ ସାଧନ ହେଉଛି କି ନାହିଁ ପରଖିବାର ବେଳ’

ଆଇପିଏଲ୍‌ ପାଇଁ ସିପିଏଲ୍‌ ସୂଚୀରେ ପରିବର୍ତନ କରିବ ଇଣ୍ଡିଜ୍‌ ବୋର୍ଡ

skymetweather.com

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ତଥା ଲୋକପ୍ରିୟ କ୍ରିକେଟ୍‌ ଲିଗ୍‌ ‘ଆଇପିଏଲ୍‌’ ଆୟୋଜନର ଅସଲ ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠାଇଛନ୍ତି ବମ୍ବେ ଉଚ୍ଚ ନ୍ୟାୟାଳୟ। ସେହିଭଳି ଏହି ଲିଗ୍‌ ଆୟୋଜନ କ୍ରିକେଟ୍‌ର ହିତ ସାଧନ କରୁଛି କି ନାହିଁ ତାହା ଜାଣିବାକୁ ଚାହିଁଛନ୍ତି ଉଚ୍ଚ ନ୍ୟାୟାଳୟ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ମଙ୍ଗଳବାର କହିଛନ୍ତି ଯେ ଆଇପିଏଲ୍‌ ବେଟିଂ ଏବଂ ଫିକ୍ସିଂ ଭଳି ଶବ୍ଦକୁ ସାଧାରଣରେ ପରିଚିତ କରାଇଛି। ସେହିଭଳି ବୈଦେଶିକ ବିନିମୟ ନିୟମ ଉଲ୍ଲଂଘନ ଅଭିଯୋଗକୁ ଆଖି ଆଗରେ ରଖି ଏବେ ଏହି ଲିଗ୍‌ କ୍ରିକେଟ୍‌ ଖେଳର ହିତ ସାଧନ କରୁଛି କି ନାହିଁ ତାହା ପରଖିବାର ସମୟ ଆସି ଯାଇଛି। ଆଇପିଏଲର ପୂର୍ବତନ ମୁଖ୍ୟ ଲଳିତ ମୋଦି ଦାୟର କରିଥିବା ଏକ ପିଟିସନର ଶୁଣାଣି କରି ବିଚାରପତି ଏସ୍‌ ସି ଧର୍ମାଧିକାରୀ ଏବଂ ଭାରତୀ ଦାଙ୍ଗ୍ରେଙ୍କ ବିଭାଜିତ ଖଣ୍ଡପୀଠ ଏଭଳି କଡ଼ା ଟପ୍ପଣୀ ଦେଇଛନ୍ତି।

୨୦୦୯ରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହୋଇଥିବା ଆଇପିଏଲ୍‌ର ଦ୍ୱିତୀୟ ସଂସ୍କରଣରେ ବୈଦେଶିକ ବିନିମୟରେ ଖୋଲା ଉଲ୍ଲଂଘନ ହୋଇଥିଲା ବୋଲି ପ୍ରବର୍ତନ ନିର୍ଦେଶାଳୟ ଅଭିଯୋଗ ଆଣିଥିଲା। ପ୍ରବର୍ତନ ନିର୍ଦେଶାଳୟ ୨୦୧୫ରେ ଏହି ମାମଲାରେ ସାକ୍ଷୀଙ୍କୁ ଜେରା କରିବାକୁ ମୋଦିଙ୍କ ଓକିଲଙ୍କୁ ଅନୁମତି ଦେଇ ନଥିଲା। ହେଲେ ଉଚ୍ଚ ନ୍ୟାୟାଳୟ ଆଜି ତାଙ୍କ ପିଟିସନକୁ ଗ୍ରହଣ କରିବା ସହ ସାକ୍ଷୀଙ୍କୁ ଜେରା କରିବାର ଅନୁମତି ପ୍ରଦାନ କରିଥିଲେ। ସେହିଭଳି ମାମଲାକୁ ବିନା କାରଣରେ ବହୁଦିନ ପର୍ଯ୍ୟନ୍ତ ଟଣା ଯାଇଛି ବୋଲି ଅଦାଲତ ହୃଦୟଙ୍ଗମ କରିଥିଲେ। ସାକ୍ଷୀଙ୍କୁ ସାନି ନୋଟିସ୍‌ ଜାରି କରିବାକୁ ପ୍ରବର୍ତନ ନିର୍ଦେଶାଳୟକୁ ନିର୍ଦେଶ ଦେବା ସହ ମାର୍ଚ ୨ରେ ଅଦାଲତରେ ହାଜର ହେବାକୁ ମଧ୍ୟ ବିଚାରପତି ଦ୍ୱୟ ନିର୍ଦେଶ ଦେଇଥିଲେ। ମାର୍ଚ ୧୩ ତାରିଖ ସୁଦ୍ଧା ଜେରା ଶେଷ କରି ମେ’ ୩୧ ସୁଦ୍ଧା ଶୁଣାଣି ଶେଷ ହେବ ବୋଲି ମଧ୍ୟ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe