ଦର୍ଶକଙ୍କ ସ˚ଖ୍ୟା ଦୃଷ୍ଟିରୁ ଆଇପିଏଲ୍‌ ବିଶ୍ବର ଶ୍ରେଷ୍ଠ କ୍ରୀଡ଼ା ପ୍ରତିଯୋଗିତା: ଗାଙ୍ଗୁଲି

Advertisment
ଏବେ ଗାଙ୍ଗୁଲିଙ୍କ ହୃତ୍‌ପିଣ୍ଡ ୨୦ ବର୍ଷୀୟ ଯୁବକଙ୍କ ଭଳି ଶକ୍ତିଶାଳୀ: ଡାକ୍ତର

NDTV Sports

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ସ˚ସ୍କରଣ ହେଉଛି ବିଶ୍ବର ସର୍ବଶ୍ରେଷ୍ଠ କ୍ରୀଡ଼ା ପ୍ରତିଯୋଗିତା। ପ୍ରତିଯୋଗିତା ଆରମ୍ଭ ହେବା ଦିନଠୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଦର୍ଶକଙ୍କ ସ˚ଖ୍ୟାରେ ବୃଦ୍ଧି ହେବାରେ ଲାଗିଛି। ଯଦିଓ ଷ୍ଟାଡିୟମରେ ଦର୍ଶକ ନାହାନ୍ତି, କିନ୍ତୁ ପ୍ରତିଯୋଗିତାର ପ୍ରଥମ ସପ୍ତାହରେ ଏହାକୁ ୨୬.୯ କୋଟି ଦର୍ଶକ ଦେଖିଥିବା କୁହାଯାଇଛି। ଯାହାକୁ ନେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଉତ୍ସାହିତ ହୋଇପଡ଼ିଛନ୍ତି। ଏହି ସପ୍ତାହରେ ଲିଗ୍‌ ପର୍ଯ୍ୟାୟ ଶେଷ ହେବା ପରେ ଆସନ୍ତା ସପ୍ତାହରୁ ପ୍ଲେ ଅଫ୍‌ ଆରମ୍ଭ ହେବ। କରୋନା ମହାମାରୀ ଯୋଗୁଁ ମାର୍ଚ୍ଚରୁ ଆରମ୍ଭ ହେବାକୁଥିବା ଆଇପିଏଲ୍‌କୁ ଘୁଞ୍ଚାଇ ଦିଆଯାଇଥିଲା। ପରେ ଏହାକୁ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ମଧ୍ୟରେ ୟୁଏଇରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରତିଯୋଗିତା ଆୟୋଜନ ପୂର୍ବରୁ ପ୍ରସାରଣକାରୀ ସ˚ସ୍ଥା ଓ ଅନ୍ୟାନ୍ୟ ଅ˚ଶୀଦାରମାନଙ୍କୁ ନେଇ ଯେଉଁ ଯୋଜନା ପ୍ରସ୍ତୁତ ହୋଇଥିଲା, ସେଥିରେ ସଫଳତା ମିଳିଥିବା ଗାଙ୍ଗୁଲି କହିଛନ୍ତି।

ଗାଙ୍ଗୁଲିଙ୍କ ମତରେ, ଗତ ସ˚ସ୍କରଣରେ ମ୍ୟାଚ୍‌ ପିଛା ଦର୍ଶକଙ୍କ ସ˚ଖ୍ୟା ୧.୧ କୋଟି ରହୁଥିଲା। ବାର୍କ ରିପୋର୍ଟ ଅନୁଯାୟୀ ଗତ ବର୍ଷ ତୁଳନାରେ ପ୍ରଥମ ସପ୍ତାହର ଦର୍ଶକଙ୍କ ସ˚ଖ୍ୟାରେ ୧୫ ପ୍ରତିଶତ ବୃଦ୍ଧି ଘଟିଛି। ଚଳିତ ସ˚ସ୍କରଣରେ ଅନେକ ଆକର୍ଷଣୀୟ କଳା ପ୍ରଦର୍ଶନ ଓ ତିନିଟି ସୁପର ଓଭର ମ୍ୟାଚ୍‌ ପାଇଁ ଏହା ଆହୁରି ଲୋକପ୍ରିୟତା ହାସଲ କରିଛି। ନିକଟରେ ଗୋଟିଏ ଦିନରେ ଦୁଇଟି ସୁପର ଓଭର ମଧ୍ୟ ଦେଖିବାକୁ ମିଳିଥିଲା। ତେଣୁ ଆଇପିଏଲ୍‌ ଆୟୋଜନ କ୍ଷେତ୍ରରେ ସବୁଠୁ ସଫଳ ବର୍ଷ ଭାବେ ଏହା ପରିଗଣିତ ହେବ ବୋଲି ଗାଙ୍ଗୁଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe