ଆଇପିଏଲ୍‌: ରାହୁଲଙ୍କୁ ୧୭ କୋଟିରେ ନେଲା ଲକ୍ଷ୍ନୌ

Advertisment
ସୁପର ଜାଏଣ୍ଟସ୍‌କୁ ବଡ଼ ଝଟ୍‌କା: ରାହୁଲ ଓ ଉନାଦ୍‌କଟ୍‌ ଆଇପିଏଲ୍‌ରୁ ବାଦ୍‌

NDTV Sports

ଲକ୍ଷ୍ନୌ: ଭାରତୀୟ ଏକଦିବସୀୟ କ୍ରି‌କେଟ୍ ଦଳର କାମଚଳା ଅଧିନାୟକ କେଏଲ୍ ରାହୁଲଙ୍କୁ ଆଇପିଏଲ୍‌ର ନବଗଠିତ ଲକ୍ଷ୍ନୌ ଫ୍ରାଞ୍ଚଇଜ ୧୭ କୋଟି ଟଙ୍କାରେ କିଣିଛି। ଫଳରେ ସେ ଆଇପିଏଲ୍ ଇତିହାସର ଯୁଗ୍ମ ଦାମୀ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ପୂର୍ବରୁ ୨୦୧୮ ମସିହାର ନିଲାମ ପୂର୍ବରୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିରାଟ କୋହଲିଙ୍କୁ ଏହି ଆଖିଖୋସି ହେଲା ଭଳି ଦରରେ ନେଇଥିଲା। ରାହୁଲ ମଧ୍ୟ ଲକ୍ଷ୍ନୌ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ତାଙ୍କ ଛଡ଼ା‌ ଲକ୍ଷ୍ନୌ ଦଳ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ଙ୍କୁ ୯.୨ କୋଟି ଏବଂ ଅନ୍ତର୍ଜାତୀୟ ପଦାର୍ପଣ କରି ନଥିବା ଭାରତୀୟ ସ୍ପିନର ରବି ବିଷ୍ଣୋଇଙ୍କୁ ୪ କୋଟି ଟଙ୍କାରେ କିଣିଛି। ଫଳରେ ଆସନ୍ତାମାସରେ ‌ହେବାକୁ ଥିବା ଆଇପିଏଲ୍ ନିଲାମ ଲାଗି ଏହି ଦଳ ପାଖରେ ଏବେ ୫୯.୮୦ କୋଟି ଟଙ୍କା ରହିଛି।

ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର ଲକ୍ଷ୍ନୌ ଦଳର ମାର୍ଗଦର୍ଶକ ଦାୟିତ୍ବରେ ରହିଛନ୍ତି। ରାହୁଲ ଆମ ଦୀର୍ଘମିଆଦି ଯୋଜନାରେ ସାମିଲ ଅଛନ୍ତି। ଦଳ ତାଙ୍କୁ ଅନ୍ୟୂନ ୫ ବର୍ଷ ପର୍ଯ୍ୟନ୍ତ ରଖିବାକୁ ଚାହେଁ ‌ବୋଲି ଗମ୍ଭୀର କହିଛନ୍ତି। ଅନ୍ୟପକ୍ଷରେ ଆଇପିଏଲ୍‌ର ଅନ୍ୟତମ ନୂଆ ଦଳ ଅହମଦାବାଦ ଭାରତୀୟ ଅଲରାଉଣ୍ଡର ହାର୍ଦିକ୍‌ ପାଣ୍ଡାଙ୍କୁ ନିଜର ଅଧିନାୟକ କରିବା ଲାଗି ୧୫ କୋଟି ଟଙ୍କା ଦେଇଛି। ଆଫଗାନିସ୍ତାନର ତାରକା ସ୍ପିନର ରସିଦ ଖାନ୍‌ଙ୍କୁ ଏହି ଦଳ ୧୫ କୋଟି ଏବଂ ଭାରତୀୟ ଯୁବ ଓପ୍‌ନର ଶୁଭମନ ଗିଲ୍‌ଙ୍କୁ ୮ କୋଟି ଟଙ୍କାରେ ନେଇଛି। ଏଣୁ ଖେଳାଳି କିଣିବା ଲାଗି ମିଳୁଥିବା ସର୍ବାଧିକ ୯୦ କୋଟିରୁ ଏହି ଦଳ ପାଖରେ ନିଲାମ ପାଇଁ ଆଉ ୫୨ କୋଟି ଟଙ୍କା ରହିଛି। ଆଇପିଏଲ୍ ନିଲାମ ଫେବ୍ରୁଆରି ୧୨ ଓ ୧୩ ଦୁଇ ଦିନ ଧରି ବେଙ୍ଗାଲୁରୁଠାରେ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe