ଆଇପିଏଲ୍‌ରେ ମ୍ୟାଚ୍‌ ଫି’ ୭.୫ ଲକ୍ଷ: ଫ୍ରାଞ୍ଜାଇଜ୍‌ ୫ ଖେଳାଳି ବଜାୟ ରଖିବେ

Advertisment

ଆସନ୍ତା ଋତୁର ଆଇପିଏଲ୍‌ରେ ପ୍ରତ୍ୟେକ ଖେଳାଳିଙ୍କ ମ୍ୟାଚ୍‌ ଫି’ ୭.୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ବିସିସିଆଇ ସମ୍ପାଦକ ଜୟ ଶାହ ଏ ବିଷୟରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଛନ୍ତି। ଧାର୍ଯ୍ୟ ମ୍ୟାଚ୍‌ ଫି’ ୨୦୨୫ ଆଇପିଏଲ୍‌ଠାରୁ ଲାଗୁ ହେବ।

ଆସନ୍ତା ଋତୁର ଆଇପିଏଲ୍‌ରେ ପ୍ରତ୍ୟେକ ଖେଳାଳିଙ୍କ ମ୍ୟାଚ୍‌ ଫି’ ୭.୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ବିସିସିଆଇ ସମ୍ପାଦକ ଜୟ ଶାହ ଏ ବିଷୟରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଛନ୍ତି। ଧାର୍ଯ୍ୟ ମ୍ୟାଚ୍‌ ଫି’ ୨୦୨୫ ଆଇପିଏଲ୍‌ଠାରୁ ଲାଗୁ ହେବ।

ଆଇପିଏଲ୍‌: ଏଥର ରେକର୍ଡ ୨୦୦+ ସ୍କୋର୍‌

ବେଙ୍ଗାଲୁରୁ: ଆସନ୍ତା ଋତୁର ଆଇପିଏଲ୍‌ରେ ପ୍ରତ୍ୟେକ ଖେଳାଳିଙ୍କ ମ୍ୟାଚ୍‌ ଫି’ ୭.୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ବିସିସିଆଇ ସମ୍ପାଦକ ଜୟ ଶାହ ଏ ବିଷୟରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଛନ୍ତି। ଧାର୍ଯ୍ୟ ମ୍ୟାଚ୍‌ ଫି’ ୨୦୨୫ ଆଇପିଏଲ୍‌ଠାରୁ ଲାଗୁ ହେବ। ଯଦି ଜଣେ ଖେଳାଳି ସମସ୍ତ ଲିଗ୍‌ ମ୍ୟାଚ୍‌ ଖେଳେ ତାହେଲେ ତାଙ୍କୁ ଚୁକ୍ତି ମୁତାବକ ପ୍ରାପ୍ୟ ସହିତ ୧.୦୫ କୋଟି ଟଙ୍କା ଅଧିକ ମିଳିବ। ଏଥିପାଇଁ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ଙ୍କୁ ମ୍ୟାଚ୍‌ ଫି’ ପାଇଁ ୧୨.୬୦ କୋଟି ଟଙ୍କା ଯୋଗାଇ ଦିଆଯିବ। ମ୍ୟାଚ୍‌ ଫି’ରେ ଏତେ ପରିମାଣର ବୃଦ୍ଧି କରାଯିବା ଫଳରେ ଭାରତରେ ଖେଳାଯାଉଥିବା ଗୋଟିଏ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ତୁଳନାରେ ଆଇପିଏଲ୍‌ ଖେଳାଳି ପାଖାପାଖି ୨୦ ଗୁଣା ଅଧିକ ଲାଭ ପାଇବ। ସୂଚନାଯୋଗ୍ୟ, ୨୦୨୧ରେ ବିସିସିଆଇ ପକ୍ଷରୁ ମ୍ୟାଚ୍‌ ଫି’ ଢାଞ୍ଚାରେ ବୃଦ୍ଧି କରାଯାଇଥିଲା। ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ପ୍ରଥମ ‌୨୦ଟି ମ୍ୟାଚ୍‌ ପର୍ଯ୍ୟନ୍ତ ଦିନକୁ ୪୦ ହଜାର ଟଙ୍କା, ୨୧ରୁ ୪୦ ମ୍ୟାଚ୍‌ ପର୍ଯ୍ୟନ୍ତ ଦିନକୁ ୫୦ ହଜାର ଟଙ୍କା ଓ ୪୦ରୁ ଊର୍ଦ୍ଧ୍ବ ମ୍ୟାଚ୍‌ ଖେଳୁଥିଲେ ଦିନକୁ ୬୦ ହଜାର ଟଙ୍କା ମ୍ୟାଚ୍‌ ଫି’ ଦିଆଯିବାକୁ ଘୋଷିତ ହୋଇଥିଲା।

ଫ୍ରାଞ୍ଜାଇଜ୍‌ ୫ ଖେଳାଳି ବଜାୟ ରଖିବେ
ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲ୍‌ ମେଗା ନିଲାମ ପୂର୍ବରୁ ଲିଗ୍‌ର ୧୦ଟି ଯାକ ଫ୍ରାଞ୍ଜାଇଜଙ୍କୁ ୫ଜଣ ଖେଳାଳି ବଜାୟ ରଖିବା ଏବଂ ଜଣେ ଖେଳାଳିଙ୍କ କ୍ଷେତ୍ରରେ ରାଇଟ୍ ଟୁ ମ୍ୟାଚ୍ କାର୍ଡ ବ୍ୟବହାର କରିବାର ସୁଯୋଗ ମିଳିବ। ସେହିଭଳି ଖେଳାଳି କିଣିବା ଲାଗି ସର୍ବାଧିକ ବ୍ୟୟ ସୀମା ୧୧୫ରୁ ୧୨୦ କୋଟି ରହିବ। ବିସିସିଆଇର ଜଣେ ବରିଷ୍ଠ କର୍ମକର୍ତ୍ତା ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ୨୦୧୭ରେ ହୋଇଥିବା ମେଗା ନିଲାମରେ ଫ୍ରାଞ୍ଚାଇଜ୍‌ଙ୍କୁ ତିନିଟି ଲେଖାଏଁ ରିଟେନ୍‌ସନ୍ ଏବଂ ରାଇଟ୍ ଟୁ ମ୍ୟାଚ୍ ଅଧିକାର ମିଳିଥିଲା। ସର୍ବାଧିକ ରିଟେନ୍ ସୀମା କିନ୍ତୁ ୫ରେ ସୀମିତ ରଖାଯାଇଥିଲା। ଏଥର ଏହି ନିୟମରେ କିଛିଟା ଅଦଳବଦଳ କରାଯିବ ବୋଲି ସୂଚନା ଦେଇଛନ୍ତି ସେ। ଏଥିନେଇ ଚୂଡ଼ାନ୍ତ ନିଷ୍ପତ୍ତି କିନ୍ତୁ ଆଇପିଏଲ୍ ପରିଚାଳନା ପରିଷଦ ବୈଠକରେ ନିଆଯିବ।

ଜୟ ଶାହଙ୍କ ଉତ୍ତରାଧିକାରୀ ଦୌଡ଼ରେ ୨

ମୁମ୍ବାଇ: ବିସିସିଆଇ ସଂପାଦକ ଜୟ ଶାହ ନିର୍ବିବାଦୀୟ ଭାବେ ଆଇସିସି ଅଧ୍ୟକ୍ଷ ନିର୍ବାଚିତ ହେବା ପରେ ଭାରତୀୟ ବୋର୍ଡରେ ତାଙ୍କ ଉତ୍ତରାଧିକାରୀ କିଏ ହେବ, ସେ ଚର୍ଚ୍ଚା ଗତ କିଛି ଦିନ ହେବ ‌ଜୋର ଧରିଛି। ଏହି ଦୌଡ଼ରେ ଏବେ ଗୁଜରାଟ କ୍ରିକେଟ୍ ସଂଘର ସଂପାଦକ ଅନୀଲ ପଟେଲ ଏବଂ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍ ସଂଘର ସଭାପତି ତଥା ଦିବଂଗତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ପୁଅ ରୋହନ ଜେଟ୍‌ଲି ଆଗରେ ରହିଥିବା ଜଣାପଡ଼ିଛି। ତେବେ ରବିବାର ବେଙ୍ଗାଲୁରୁଠାରେ ଆୟୋଜିତ ହେବାକୁ ଥିବା ବିସିସିଆଇର ୯୩ତମ ବାର୍ଷିକ ସାଧାରଣ ବୈଠକର କାର୍ଯ୍ୟସୂଚୀ ବା ଏଜେଣ୍ଡାରେ ନୂଆ ସଂପାଦକ ନିଯୁକ୍ତି ବିଷୟ ସ୍ଥାନ ପାଇ ନଥିବାରୁ ଏଥିନେଇ ଚୂଡ଼ାନ୍ତ ନିଷ୍ପତ୍ତି ଡିସେମ୍ବର ପାଖାପାଖି ନିଆଯିବାର ସମ୍ଭାବନା ରହିଛି। ରବିବାରର ବୈଠକରେ କିନ୍ତୁ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଶେଷରେ ଦୁବାଇରେ ବସିବାକୁ ଥିବା ଆଇସିସି ବୈଠକରେ ବିସିସିଆଇର ପ୍ରତିନିଧି ବଛାଯିବ ବୋଲି ସୂଚନା ମିଳିଛି। ଏହି ବୈଠକରେ ଦୁଇଜଣ କର୍ମକର୍ତ୍ତା ବିସିସିଆଇର ପ୍ରତିନିଧିତ୍ବ କରିବେ। ସଦସ୍ୟମାନେ ସେମାନଙ୍କୁ ଆସନ୍ତାକାଲି ହିଁ ବାଛିପାରନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe