୪୪,୦୭୫ କୋଟି ଟଙ୍କାରେ ନିଲାମ ହେଲା ଆଇପିଏଲ୍‌ ମିଡିଆ ରାଇଟ୍‌ସ

ଫ୍ରାଞ୍ଚାଇଜ୍‌ଙ୍କ କବ୍‌ଜାରେ କ୍ରିକେଟ୍‌: ସ୍ବାଧୀନତା ହରାଇଲେଣି ଖେଳାଳି, ବୋର୍ଡ

Image Courtesy: Money Control

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ଦେଶ ଭାରତରେ ଏବେ ନୂଆ କ୍ରେଜ୍‌ ପାଲଟିଛି ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)। କେତେବେଳେ ଖେଳାଳି ନିଲାମକୁ ନେଇ ତ ପୁଣି କେତେବେଳେ ଖେଳର ପ୍ରସାରଣ ଅଧିକାର ହାତେଇବା ପାଇଁ ନିଲାମିକୁ ନେ  ଚର୍ଚ୍ଚାରେ ରହୁଛି ଆଇପିଏଲ୍‌। କାରଣ ଏଥିପାଇଁ ହଜାର ହଜାର କୋଟି କୋଟି ଟଙ୍କାର କାରବାର ହୁଏ।

ଏହିକ୍ରମରେ ଗତ କିଛିଦିନ ହେଲା ଆଇପିଏଲର ଆଗାମୀ ସିଜିନ ପାଇଁ ପ୍ରସାରଣ ଅଧିକାର କେଉଁ ଟିଭି ଓ ଡିଜିଟାଲ ମିଡିଆ ପାଇବ ତାକୁ ନେଇ ଉତ୍କଣ୍ଠା ଲାଗି ରହିଥିଲା। ଏବେ ଜଣାପଡିଛି ଯେ, ଆଇପିଏଲ ଆଗାମୀ ସଂସ୍କରଣର ପ୍ରସାରଣ ଅଧିକାର ମୋଟ୍‌ ୪୪ହଜାର ୭୫ କୋଟି ଟଙ୍କାରେ ନିଲାମ ହୋଇଛି ଏବଂ ଏହି ରାଶି ବିନିମୟରେ ଆଇପିଏଲର ୪୧୦ଟି ମ୍ୟାଚ୍‌ର ପ୍ରସାରଣ ଅଧିକାର ଦିଆଯାଇଛି। ଅର୍ଥାତ ଆଇପିଏଲର ଆଗାମୀ ସଂସ୍କରଣଗୁଡିକର ସମସ୍ତ ଖେଳ ଟିଭି କିମ୍ବା ଡିଜିଟାଲ ମିଡିଆରେ ପ୍ରସାରଣ ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ- ବିସିସିଆଇକୁ ଏହି ଟଙ୍କା ଦେବ ପ୍ରସାରଣ ଅଧିକାର ପାଇଥିବା ସଂସ୍ଥା। ତେବେ ଏହି ଅଧିକାର କିଏ ପାଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଟିଭି ଓ ଡିଜିଟାଲ ପ୍ରସାରଣ ଅଧିକାର ଭିନ୍ନ ଭିନ୍ନ ସଂସ୍ଥା ପାଇଥିବା ସୂଚନା ମିଳିଛି।

publive-image Image Courtesy: Money Control

- ଆଇପିଏଲର ଗୋଟିଏ ମ୍ୟାଚକୁ ଟିଭିରେ ପ୍ରସାରଣ ପାଇଁ ସଂପୃକ୍ତ ସଂସ୍ଥା ୫୭ କୋଟି ୫୦ ଲକ୍ଷ ଟଙ୍କା ଦେବ
- ସେହିପରି ଡିଜିଟାଲ ମିଡିଆରେ ପ୍ରସାରଣ ପାଇଁ ୪୮ କୋଟି ଟଙ୍କା ବିସିସିଆଇକୁ ଦେବାକୁ ପଡିବ
- ଟିଭି ପ୍ରସାରଣ ପାଇଁ ବେସ ପ୍ରାଇସ ୪୯ କୋଟି ଓ ଡିଜିଟାଲ ପ୍ରସାରଣର ବେସ ପ୍ରାଇସ ୩୩ କୋଟି ଥିଲା
- ଉଭୟ ଟିଭି ଓ ଡିଜିଟାଲ ପ୍ରସାରଣ ପାଇଁ ପ୍ରତି ମ୍ୟାଚ୍‌ ପିଛା ୧୦୫ କୋଟି ୫୦ ଲକ୍ଷ ଦେବାକୁ ପଡିବ
- ହେଲେ ଆଇପିଏଲ ମ୍ୟାଚ ଟିଭି ଓ ଡିଜିଟାଲ ପ୍ରସାରଣ ଅଧିକାର ଭିନ୍ନ ଭିନ୍ନ ସଂସ୍ଥା ପାଇଛନ୍ତି
- ଟିଭିରେ ପ୍ରସାରଣ ଅଧିକାର ପାଇଥିବା ସଂସ୍ଥା ଡିଜିଟାଲ ପ୍ରସାରଣ ଅଧିକାର ପାଇଁ ଚ୍ୟାଲେଞ୍ଜ କରିପାରିବ
- ୨୦୧୭ରେ ଷ୍ଟାର ଇଣ୍ଡିଆ ୧୬,୩୪୭ କୋଟି ୫୦ ଲକ୍ଷରେ ଉଭୟ ପ୍ରସାରଣ ଅଧିକାର ପାଇଥିଲା
- ୨୦୦୮ରେ ସୋନି ପିକ୍‌ଚର୍ସ ଏହି ଅଧିକାର ୧୦ ବର୍ଷ ପାଇଁ ପାଇଥିବା ବେଳେ, ଏଥିପାଇଁ ଦେଇଥିଲା ୮,୨୦୦ କୋଟି
- ୨୦୧୫ରେ ନୋବି ଡିଜିଟାଲ ୩୦୨ କୋଟି ୨୦ ଲକ୍ଷ ଟଙ୍କାରେ ଆଇପିଏଲ ମ୍ୟାଚର ଡିଜିଟାଲ ପ୍ରସାରଣ ଅଧିକାର ପାଇଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe