ଆଇପିଏଲ ମିଡ଼ିଆ ରାଇଟ୍ସ ହାତେଇବାକୁ ଏଥର ୫ ବଡ କମ୍ପାନି ଭିତରେ ପ୍ରତିଯୋଗିତା

Advertisment
ମହିଳା ଆଇପିଏଲ ଟିମ ଦୌଡ଼ରୁ ଓହରିଲେ ଚେନ୍ନାଇ ସୁପରକିଙ୍ଗସ, ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପରଜାୟାଣ୍ଟସ

ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗର ପରବର୍ତ୍ତୀ ସିଜନ୍ ଆରମ୍ଭ ହେବାକୁ ୧୦ ମାସ ବାକି ଅଛି | ତେବେ ଖୁବ୍ ଶୀଘ୍ର ଆଇପିଏଲର ମିଡିଆ ଅଧିକାର ନିଲାମ ହେବାକୁ ଯାଉଛି | ଏଥର ଅନେକ ବଡ ବଡ କମ୍ପାନି ଆଇପିଏଲ ମିଡ଼ିଆ ଅଧିକାର ନିଲାମ ପାଇଁ ଆଗ୍ରହ ଦେଖାଉଛନ୍ତି | କେବଳ ଏତିକି ନୁହେଁ, ଆଇପିଏଲ ନିଲାମରୁ ବିସିସିଆଇ ମଧ୍ୟ ବିପୁଳ ପରିମାଣର ଆୟ କରିବ ବୋଲି ଆଶା କରାଯାଉଛି। ରିପୋର୍ଟ ଅନୁଯାୟୀ, ଭାୟାକମ୍ ୧୮, ଡିଜନି ହଟଷ୍ଟାର, ସୋନି, ଜି ଏବଂ ଆମାଜନ ଆଇପିଏଲ ମିଡିଆ ଅଧିକାର କିଣିବା ପାଇଁ ଲାଇନରେ ଅଛନ୍ତି।

ମନୋରଞ୍ଜନ ଏବଂ ମଲ୍ଟି ମିଡିଆ କ୍ଷେତ୍ରର ଏହି ପାଞ୍ଚଟି ବଡ କମ୍ପାନି ଆଇପିଏଲରେ ଆଗ୍ରହ ଦେଖାଉଛନ୍ତି। ମିଡିଆ ରାଇଟସ୍ ନିଲାମ ପାଇଁ ସେମାନଙ୍କ ମଧ୍ୟରେ କଠିନ ପ୍ରତିଯୋଗିତା ହେବାକୁ ଯାଉଛି | ଆଇପିଏଲର ମିଡିଆ ଅଧିକାର ନିଲାମ ପାଇଁ ବିସିସିଆଇ ଦ୍ୱାରା ସମସ୍ତ ପ୍ରସ୍ତୁତି କରାଯାଇଛି। ଆଇପିଏଲ୍ ମିଡିଆ ଅଧିକାର ନିଲାମ ପ୍ରକ୍ରିୟା ଜୁଲାଇ ୧୨ରୁ ଆରମ୍ଭ ହେବ | ବିସିସିଆଇ ଦେଇଥିବା ସୂଚନା ଅନୁଯାୟୀ, ୨୪ରୁ ୪୮ଘଣ୍ଟା ମଧ୍ୟରେ ଆଇପିଏଲ୍ ମିଡିଆ ଅଧିକାର ନିଲାମର ଫଳାଫଳ ଜଣାଇ ଦିଆଯିବ | ୨୦୨୩ରୁ ୨୦୨୭ ପର୍ଯ୍ୟନ୍ତ ୫ ବର୍ଷ ଧରି ଆଇପିଏଲର ମିଡ଼ିଆ ରାଇଟ୍ସ ବିଜେତା କମ୍ପାନି ହାତରେ ରହିବ |

ବିସିସିଆଇ ଏହା ମଧ୍ୟ କହିଛି ଯେ ଏଥର ଆଇପିଏଲରେ ଏକ ନୂଆ ଢଙ୍ଗରେ ନିଲାମ ପ୍ରକ୍ରିୟା କରାଯିବ। ଗତଥର ଆଇପିଏଲର ମିଡିଆ ଅଧିକାର ନିଲାମରୁ ବିସିସିଆଇ ୧୬,୩୪୭ କୋଟି ଟଙ୍କା ଆୟ କରିଥିଲା। କିନ୍ତୁ ଏଥର ଅନୁମାନ କରାଯାଉଛି ଯେ ଆଇପିଏଲର ମିଡିଆ ଅଧିକାର ନିଲାମରୁ ବିସିସିଆଇ ୩୫ ରୁ ୪୦ ହଜାର କୋଟି ଟଙ୍କା ରୋଜଗାର କରିପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe