ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଦ୍ୱାଦଶ ସଂସ୍କରଣର ୫୧ତମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନସ୍ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ଖେଳାଯାଉଛି। ସ୍ଥାନୀୟ ଓ୍ଵାଙ୍ଖେଡେ ଷ୍ଟାଡିୟମ୍ରେ ଟସ୍ ଜିଣି ମୁମ୍ବାଇ ବ୍ୟାଟିଂ ନିଷ୍ପତ୍ତି ନେବା ପରେ ହାଇଦ୍ରାବାଦ୍ ବୋଲିଂ କରୁଛି।
ଚଳିତ ଆଇପିଏଲ୍ରେ ହାଇଦ୍ରାବାଦ୍ ଏଯାଏଁ ୧୨ଟି ମ୍ୟାଚ ଖେଳିଥିବା ବେଳେ ସେଥିରୁ ୬ଟି ମ୍ୟାଚ ଜିତିଛି। ମୋଟ୍ ୧୨ ପଏଣ୍ଟ ହାସଲ କରି ଅଙ୍କ ତାଲିକାରେ ୪ର୍ଥ ସ୍ଥାନ ରଖିଛି। ମୁମ୍ବାଇ ଇଣ୍ଡିଆନସ୍ ୧୨ଟି ମ୍ୟାଚ୍ ଖେଳି ୭ଟିରେ ବିଜୟ ହାସଲ କରିଥିବା ବେଳେ ଅଙ୍କ ତାଲିକାରେ ୩ୟ ସ୍ଥାନରେ ଅଛି।
ଉଭୟ ମୁମ୍ବାଇ ଓ ହାଇଦ୍ରାବାଦ୍ ମଧ୍ୟରେ ଚଳିତ ଆଇପିଏଲ୍ରେ ଗୋଟିଏ ମ୍ୟାଚ ଖେଳାଯାଇଛି। ଏହି ମ୍ୟାଚ ହାଇଦ୍ରାବାଦ୍ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏପ୍ରିଲ ୬ରେ ଖେଳାଯାଇଛି। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ୭ ଓ୍ଵିକେଟ ହରାଇ ୧୩୬ ରନ୍ କରିଥିଲା। ଜବାବରେ ହାଇଦ୍ରାବାଦ୍ ୧୭.୪ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୯୬ ରନ କରିଥିଲା। ଫଳରେ ମୁମ୍ବାଇ ଏହି ମ୍ୟାଚ ୪୦ ରନରେ ବିଜୟୀ ହୋଇଥିଲା।
Follow Us