ଆଇପିଏଲ୍‌: ମୁମ୍ବାଇକୁ ୧୨ ରନ୍‌ରେ ପରାସ୍ତ କଲା ପଂଜାବ

Advertisment
ଆଇପିଏଲ୍‌: ମୁମ୍ବାଇକୁ ୧୨ ରନ୍‌ରେ ପରାସ୍ତ କଲା ପଂଜାବ

ପୁନେ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ର ୨୩ତମ ମ୍ୟାଚ୍‌ରେ ବୁଧବାର ମୁମ୍ବାଇ ଇଣ୍ଡିଆନ୍‌ସକୁ ୧୨ ରନ୍‌ରେ ପରାସ୍ତ କରିଛି ପଂଜାବ କିଙ୍ଗସ । ଦ୍ବିତୀୟ ପାଳିରେ ମୁମ୍ବାଇ ୧୯୯ ରନ୍‌ର ପିଛା କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୮୬ ରନ୍‌ କରିବାରେ ସଫଳ ହୋଇଥିଲା । ଫଳରେ ପଞ୍ଜାବ ଏହି ମ୍ୟାଚ୍‌କୁ ୧୨ ରନ୍‌ରେ ଜିତି ନେଇଛି । ମୁମ୍ବାଇ ପକ୍ଷରୁ ଡିୱାଲ୍ଡ ବ୍ରେଭିସ୍ ସର୍ବାଧିକ ୪୯ ରନ୍‌ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୪୩ ରନ୍‌ କରିଥିଲେ । ଅନ୍ୟପଟେ ପଞ୍ଜାବ ପକ୍ଷରୁ ଓଡେନ୍‌ ସ୍ମିଥ୍ ୪ ୱିକେଟ ନେଇଥିବା ବେଳେ କାଗିସୋ ରାବାଡା ୨ ଓ ବୈଭବ ଆରୋରା ୧ ୱିକେଟ ନେଇଥିଲେ । ଏହି ବିଜୟ ସହ ପଞ୍ଜାବ ଟେବୁଲ ତାଲିକାର ତୃତୀୟରେ ରହିଥିବା ବେଳେ ମୁମ୍ବାଇ ଲଗାତର ପଞ୍ଚମ ପରାଜୟ ସହ ଟେବୁଲ ତାଲିକାର ଶେଷରେ ରହିଛି ।

ପ୍ରଥମ ପାଳିରେ ମୁମ୍ବାଇ ଇଣ୍ଡିଆନ୍‌ସର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ସେ ପଂଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲେ। ପଂଜାବ ୨୦ ଓଭରରେ ୫ଟି ଓ୍ଵିକେଟ୍‌ ହରାଇ ୧୯୮ ରନ୍‌ ସଂଗ୍ରହ କରିଥିଲା। ଫଳରେ ମୁମ୍ବାଇକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୧୯୯ ରନ୍‌ର ଲକ୍ଷ୍ୟ ମିଳିଥିଲା।

ପଂଜାବର ପ୍ରାରମ୍ଭିକ ବ୍ୟାଟର ଭଲ ପ୍ରଦର୍ଶନ କରିଥିଲେ। ଅଧିନାୟକ ମୟଙ୍କ ଅଗ୍ରଓ୍ଵାଲ ଓ ଶିଖର ଧାଓ୍ଵନ ପ୍ରଥମ ଓ୍ଵିକେଟ୍‌ ପାଇଁ ୯୭ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ମୟଙ୍କ ଅଗ୍ରଓ୍ଵାଲ ୩୨ଟି ବଲ୍‌ ଖେଳି ୫୨ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଶିଖର ଧାଓ୍ଵନ୍‌ ୫୦ଟି ବଲ୍‌ ସାମ୍ନା କରି ୫ଟି ଚୌକା ଓ ୩ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୭୦ ରନ୍‌ ସଂଗ୍ରହ କରିଥିଲେ। ଜନି ବେୟାରଷ୍ଟୋ ୧୨ ରନ୍‌, ଲିଆମ୍‌ ଲିଭିଂଷ୍ଟୋନ୍‌ ୨ ରନ୍‌, ଜିତେଶ ଶର୍ମା ଅପରାଜିତ ୩୦ ରନ୍‌ ଓ ଶାହରୁଖ ଖାନ୍‌ ୧୫ ରନ୍‌ କରିଥିଲେ। ମୁମ୍ବାଇର ବାସିଲ ଥାମ୍ପି ସର୍ବାଧିକ ୨ ଓ୍ଵିକେଟ୍‌ ନେଇଥିଲା ବେଳେ ଜୟଦେବ୍‌ ଉନାଦକଟ୍‌, ଜସପ୍ରୀତ ବୁମରା ଓ ମୁରୁଗାନ ଅଶ୍ୱିନଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe