ଆଇପିଏଲ୍‌-୧୨ ଫାଇନାଲ୍‌ ମ୍ୟାଚ୍‌: ଚେନ୍ନାଇ ବିପକ୍ଷରେ ଟସ୍‌ ଜିଣି ମୁମ୍ବାଇ କରୁଛି ବ୍ୟାଟିଂ

ଆଇପିଏଲ୍‌-୧୨ ଫାଇନାଲ୍‌ ମ୍ୟାଚ୍‌: ଚେନ୍ନାଇ ବିପକ୍ଷରେ ଟସ୍‌ ଜିଣି ମୁମ୍ବାଇ କରୁଛି ବ୍ୟାଟିଂ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ୱାଦଶ ସଂସ୍କରଣର ଫାଇନାଲ୍‌ ମ୍ୟାଚ୍‌ରେ ରବିବାର ଚେନ୍ନାଇ ସୁପର କିଙ୍ଗସ୍‌ ବିପକ୍ଷରେ ଟସ୍‌ ଜିଣି ମୁମ୍ବାଇ ଇଣ୍ଡିଆନସ୍‌ ପ୍ରଥମେ ବ୍ୟାଟିଂ କରୁଛି। ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ଟିମ୍‌ ବୋଲିଂ କରୁଛି।

ଚଳିତ ଥର ମୁମ୍ବାଇ ଟିମ୍‌ କ୍ୱାଲିଫାୟର-୧ରେ ଚେନ୍ନାଇକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି ଏବଂ ଚେନ୍ନାଇକୁ ଲିଗ ମ୍ୟାଚ୍‌ରେ ମଧ୍ୟ ୨ ଥର ହରାଇଛି। ଏମିତି ଭାବରେ ଆଇପିଏଲ୍‌ରେ ଉଭୟ ଟିମ୍‌ ମଧ୍ୟରେ ୪ର୍ଥ ଥର ପାଇଁ ମୁହାଁମୁହିଁ ହେଉଛି କିନ୍ତୁ ଏଥର ପୂର୍ବାପେକ୍ଷା ବହୁତ ଅଲଗା। କାରଣ ଉଭୟ ଟମ୍‌ରେ ଅନେକ ଖେଳାଳି ନୂଆଁ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଜି ରାତି ୭ଟା ୩୦ରେ ହେବ ମହାଲଢେଇ ହେବ।

publive-image Cricbuzz

ଚେନ୍ନାଇ ସୁପର୍‌ କିଙ୍ଗସ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ସୁରେଶ ରାଇନା, ଅମ୍ବାତି ରାୟୁଡୁ, ସେନ୍‌ ଓ୍ଵାଟସନ୍‌, ଫାପ ଡୁ ପ୍ଲେସିସ, ମୁରଲୀ ବିଜୟ, ରବୀନ୍ଦ୍ର ଜାଦେଜା, ଧ୍ରୁବ ସୋରେ, ଚୈତନ୍ୟ ବିଶୋଇ, ଋତୁରାଜ ଗାଏକ୍ୱାଡ, ଡ୍ଵାନ୍‌ ବ୍ରାଭୋ, କର୍ନ ଶର୍ମା, ଇମ୍ରାନ ତାହିର, ହରଭଜନ ସିଂହ, ମିଚେଲ୍‌ ସାଣ୍ଟନର୍‌, ସାର୍ଦୁଲ ଠାକୁର, ମୋହିତ ଶର୍ମା, କେଏମ୍‌ ଅସିଫ, ଦିପକ ଚହର, ଏନ ଜଗଦୀଶାନ, ସ୍କଟ କଗଲିନ୍‌।

ମୁମ୍ବାଇ ଇଣ୍ଡିଆନ୍‌ସ: ରୋହିତ ଶର୍ମା (ଅଧିନାୟକ), କ୍ୱିଣ୍ଟନ୍‌ ଡି’କକ୍‌, ସୂର୍ଯ୍ୟକୁମାର ଯାଦବ, ଯୁବରାଜ ସିଂହ, କିରଣ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁଣାଲ ପାଣ୍ଡ୍ୟା, ମିଚେଲ୍‌ ମ୍ୟାକ୍ଲିନାଘନ, ମୟଙ୍କ ମାର୍କଣ୍ଡ, ରାହୁଲ ଚହର, ଯଶପ୍ରୀତ ବୁମରା, ଅନମୋଲପ୍ରୀତ ସିଂହ, ସିଦେଶ ଲାଡ୍‌, ଅନୁକୂଳ ରୟ, ଏଭିନ ଲୁଇସ୍‌, ପଙ୍କଜ ଜୟସ୍ୱାଲ, ବେନ୍‌ କଟିଂ, ଈଶାନ କିଷନ, ଆଦିତ୍ୟ ତାରେ, ରସିକ ସଲାମ, ଜୟନ୍ତ ଯାଦବ, ବିଉରନ୍‌ ହେଣ୍ଡ୍ରିକ୍ସ ଏବଂ ଲସିଥ୍‌ ମାଲିଙ୍ଗା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe