ଡିସେମ୍ବର ୧୬ରେ ଆଇପିଏଲ୍‌ ଖେଳାଳି ନିଲାମ!

Advertisment
ଆଇପିଏଲ୍‌ରେ କେବଳ ଭାରତୀୟଙ୍କ ପାଇଁ ଲାଗୁ ହେବ ଇମ୍ପାକ୍ଟ ପ୍ଲେୟାର ନିୟମ

ମୁମ୍ବାଇ : ବିସିସିଆଇ ପକ୍ଷରୁ ଆସନ୍ତା ୨୦୨୩ ସଂସ୍କରଣର ଆଇପିଏଲ୍‌ ପାଇଁ‌ ଖେଳାଳି ନିଲାମ ପ୍ରକ୍ରିୟା ଡିସେମ୍ବରରେ କରାଯିବାକୁ ଯୋଜନା କରାଯାଉଛି। ବିଭିନ୍ନ ଫ୍ରାଞ୍ଚାଇଜ୍‌ମାନଙ୍କ ସହିତ ଅଣ ଔପଚାରିକ ଆଲୋଚନା କରିବା ପରେ ଡିସେମ୍ବର ୧୬ ତାରିଖରେ ନିଲାମ ପ୍ରକ୍ରିୟା ହେବା ନେଇ ସମ୍ଭାବନା ରହିଛି। ଯଦିଓ ଲିଗ୍‌ ଆୟୋଜନ ନେଇ କୌଣସି ତାରିଖ କିମ୍ବା ସ୍ଥାନ ନିର୍ଧାରିତ ହୋଇନାହିଁ, ତଥାପି ମାର୍ଚ୍ଚ ଶେଷ ସପ୍ତାହରେ ପ୍ରତିଯୋଗିତା ଆରମ୍ଭ ହୋଇପାରେ। ଖେଳାଳି ନିଲାମ ପାଇଁ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ଙ୍କୁ ୯୫ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ଗତବର୍ଷ ଅପେକ୍ଷା ଏହାକୁ ୫ କୋଟି ଅଧିକ ବଢାଇ ଦିଆଯାଇଛି।

ଯଦି କୌଣସି ଦଳ ଖେଳାଳିଙ୍କୁ ଛାଡ଼ି ଦିଅନ୍ତି କିମ୍ବା ବଦଳ କରିବାକୁ ଚାହାଁନ୍ତି, ତାହେଲେ ପକେଟ ଖର୍ଚ୍ଚ ଆହୁରି ବଢିଯାଇପାରେ। ସୂଚନାଯୋଗ୍ୟ, ଚେନ୍ନାଇ ସୁପରକିଙ୍ଗ୍ସର ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ଓ ଗୁଜୁରାଟ ଟାଇଟନ୍ସର ଶୁଭମନ ଗିଲ୍‌ଙ୍କ ମଧ୍ୟରେ ଅଦଳ ବଦଳ ପାଇଁ ଅଲୋ‌ଚନା ଚାଲିଥିବା କୁହାଯାଉଛି। କିନ୍ତୁ ଦୁଇ ଦଳ ଏନେଇ କିଛି ସ୍ପଷ୍ଟ କରିନାହାନ୍ତି। ତଥାପି ଜାଦେଜାଙ୍କୁ ନେବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଆଗ୍ରହ ପ୍ରକାଶ କରିଛି। ସେହିପରି ରାହୁଲ ତେୱାତିଆ ଓ ଆର୍‌. ସାଇକିଶୋରଙ୍କୁ ନେବା ପାଇଁ ଗୁଜୁରାଟ ଟାଇଟନ୍ସକୁ ଅନୁରୋଧ ଆସିଥିବା ଚର୍ଚ୍ଚା ହେଉଛି। ତେବେ ଖେଳାଳିମାନଙ୍କ ଦଳ ବଦଳ ସଂପର୍କରେ ନିଲାମର ଗୋଟିଏ ସପ୍ତାହ ପୂର୍ବରୁ ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe