ଆଇପିଏଲ୍ ପ୍ରସ୍ତୁତି: ଚେନ୍ନାଇରେ ଧୋନି

Advertisment

ଆଗାମୀ ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରାକ୍‌ ଋତୁ ଶିବିର ଆରମ୍ଭ କରିଛି। ଏଥିଲାଗି ଏହାର ତାରକା ଖେଳାଳି ମହେନ୍ଦ୍ର ସିଂହ ଧୋନି ‌ବୁଧବାର ଚେନ୍ନାଇରେ ପହଞ୍ଚିଛନ୍ତି। ଧୋନି ଚେନ୍ନାଇ ବିମାନବନ୍ଦରରୁ ବାହାରୁଥିବାର...

ଆଗାମୀ ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରାକ୍‌ ଋତୁ ଶିବିର ଆରମ୍ଭ କରିଛି। ଏଥିଲାଗି ଏହାର ତାରକା ଖେଳାଳି ମହେନ୍ଦ୍ର ସିଂହ ଧୋନି ‌ବୁଧବାର ଚେନ୍ନାଇରେ ପହଞ୍ଚିଛନ୍ତି। ଧୋନି ଚେନ୍ନାଇ ବିମାନବନ୍ଦରରୁ ବାହାରୁଥିବାର...

dfdfcvcv

ଚେନ୍ନାଇ: ଆଗାମୀ ଆଇପିଏଲ୍‌ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରାକ୍‌ ଋତୁ ଶିବିର ଆରମ୍ଭ କରିଛି। ଏଥିଲାଗି ଏହାର ତାରକା ଖେଳାଳି ମହେନ୍ଦ୍ର ସିଂହ ଧୋନି ‌ବୁଧବାର ଚେନ୍ନାଇରେ ପହଞ୍ଚିଛନ୍ତି। ଧୋନି ଚେନ୍ନାଇ ବିମାନବନ୍ଦରରୁ ବାହାରୁଥିବାର ଏକ ଫଟୋକୁ ୫ ଥରର ବିଜେତା ଚେନ୍ନାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛି। ଏହି ଫଟୋରେ ‌ସୁରକ୍ଷା ଅଧିକାରୀ ଗହଣରେ ଧୋନି କଳାରଙ୍ଗର ଟି-ସାର୍ଟ ଓ ସନ୍‌ଗ୍ଲାସ୍‌ ପିନ୍ଧି ବିମାନବନ୍ଦର ବାହରକୁ ଆସୁଥିବାର ଦେଖିବାକୁ ମିଳିଛି। ଏହାର ‌ଶିରୋନାମରେ ଲେଖିଛି, ‘‘ଥାଲା ଧରିସାନମ (ଥାଲାର ଝଲକ)’’। 

ଚେନ୍ନାଇରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ଖେଳାଳିଙ୍କ ସହ ଯୋଗଦେବା ପୂର୍ବରୁ ଅଧିନାୟକ ଋତୁରାଜ ଗାଏକ୍ବାଡ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଦ୍ରୁତ ବୋଲର ଗୁରଜାପନିତ ସିଂହ ଓ ଆନ୍ଦ୍ରେ ସିଦ୍ଧାର୍ଥ ମଧ୍ୟ ଏହି ଶିବିରରେ ଯୋଗ ଦେବାକୁ ଚେନ୍ନାଇରେ ପହଞ୍ଚିଛନ୍ତି। ଯୁବ ‌ଦ୍ରୁତବୋଲର ଖଲିଲ ଅହମଦ, ଅଂଶୁଲ କମ୍ବୋଜ ଓ କମଳେଶ ନାଗରକୋଟି ମଙ୍ଗଳବାର ଶିବିରରେ ଯୋଗଦେଇଥିଲେ। ଚେନ୍ନାଇରେ ମାର୍ଚ୍ଚ ୨୩ ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳି ସିଏସ୍‌କେ ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe