ଆଇପିଏଲ୍‌ ୧୨: ଟସ୍‌ ଜିଣି ପଂଜାବର ବୋଲିଂ ନିଷ୍ପତି, ହାଇଦ୍ରାବାଦ୍‌ କରୁଛି ବ୍ୟାଟିଂ

Advertisment
ଆଇପିଏଲ୍‌ ୧୨: ଟସ୍‌ ଜିଣି ପଂଜାବର ବୋଲିଂ ନିଷ୍ପତି, ହାଇଦ୍ରାବାଦ୍‌ କରୁଛି ବ୍ୟାଟିଂ

Cricbuzz

ମୋହାଲି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୨ତମ ମୁକାବିଲା ସୋମବାର କିଙ୍ଗ ଏକାଦଶ ପଂଜାବ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟରେ ମୁକାବିଲା ହେଉଛି। ପଂଜାବ କ୍ରିକେଟ ଆସୋସିଏସ୍‌ ଦ୍ୱାରା ପରିଚାଳିତା ଆଇଏସ୍‌ ବିଦ୍ରା ଷ୍ଟାଡିୟମରେ ପଂଜାବ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ହାଇଦ୍ରାବାଦ୍‌ ବ୍ୟାଟିଂ କରୁଛି।

ଦ୍ୱାଦଶ ସଂସ୍କରଣର ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଏଯାଏଁ ୫ଟି ମ୍ୟାଚ ଖେଳିଥିବା ବେଳେ ଏଥିରୁ ୩ଟି ମ୍ୟାଚରେ ବିଜୟୀ ହୋଇଛି ଏବଂ ୨ଟି ମ୍ୟାଚ ହାରିଛି। କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ହାଇଦ୍ରାବାଦ ମାର୍ଚ୍ଚ ୨୪ରେ ୬ ଓ୍ଵିକେଟରେ ହାରିଥିଲା। ସେହିପରି ଏପ୍ରିଲ ୬ରେ ମୁମ୍ବାଇ ଠାରୁ ହାଇଦ୍ରାବାଦ୍‌ ୪୦ ରନ୍‌ରେ ପରାସ୍ତ ହୋଇଥିଲା। ହାଇଦ୍ରାବାଦ୍‌ ମାର୍ଚ୍ଚ ୨୯ରେ ରାଜସ୍ଥାନ ରୟାଲସ୍‌କୁ ୫ ଓ୍ଵିକେଟ, ମାର୍ଚ୍ଚ ୩୧ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୧୧୮ ରନ୍‌ ଏବଂ ଏପ୍ରିଲ ୪ରେ ଦିଲ୍ଲୀ କ୍ୟାପିଟାଲସକୁ ୫ ଓ୍ଵିକେଟରେ ପରାସ୍ତ କରିଥିଲା।

ଚଳିତ ଆଇପିଏଲ୍‌ରେ ଏଯାଏଁ ୫ଟି ମ୍ୟାଚ ଖେଳି ୩ଟିରେ ବିଜୟୀ ହୋଇଥିବା ବେଳେ ୩ଟି ମ୍ୟାଚ୍‌ ହାରିଛି। ପଂଜାବ ରାଜସ୍ଥାନ, ମୁମ୍ବାଇ ଓ ଦିଲ୍ଲୀ ବିପକ୍ଷରେ ଜିତିଛି। ସେହିପରି କୋଲକାତା ଓ ଚେନ୍ନାଇ ବିପକ୍ଷରେ ହାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe