ସମ୍ପ୍ରସାରଣ ପାଇଁ ଆଇପିଏଲ୍‌ ପ୍ରସ୍ତୁତ: ଦ୍ରାବିଡ଼

Advertisment
୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ନବକଳେବର ହେବ: ଦ୍ରାବିଡ

Cricketkeeda

ନୂଆଦିଲ୍ଲୀ : ଭାରତରେ ଏତେ କ୍ରିକେଟ୍ ପ୍ରତିଭା ଭରି ରହିଛନ୍ତି ଯେ ମାନରେ ସାଲିସ ନ କରି ଆଇପିଏଲ୍‌ ସମ୍ପ୍ରସାରିତ ହୋଇପାରିବ। ଦଳ ସଂଖ୍ୟା ବଢ଼ାଇବା ଅପରିହାର୍ଯ୍ୟ ବୋଲି ବିଶ୍ବାସ ରଖିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ଼। ୨୦୨୧ ଆଇପିଏଲ୍‌ରେ ୯ ଦଳ ଏବଂ ୨୦୨୩ରେ ୧୦ ଦଳକୁ ନେଇ ଖେଳିବା ଲକ୍ଷ୍ୟରେ ରହିଛି ବିସିସିଆଇ। ଏହାକୁ ନେଇ ଆଲୋଚନା ହେବା ପରେ ସମ୍ପ୍ରତି ଜାତୀୟ କ୍ରିକେଟ୍ ଏକାଡେମିର ନିର୍ଦେଶକ ଥିବା ଦ୍ରାବିଡ଼ କହିଛନ୍ତି, ‘ପ୍ରତିଭା ମହଜୁଦ ଦୃଷ୍ଟିରୁ ମୁଁ ଅନୁଭବ କରୁଛି ଆଇପିଏଲ୍‌ ନିଶ୍ଚିତ ସମ୍ପ୍ରସାରିତ ହେବ। ସବୁ‌ ଖେଳାଳିଙ୍କୁ ଖେଳିବା ସୁଯୋଗ ମିଳୁନାହିଁ। ଅଧିକ ଦଳ ହେଲେ ସମସ୍ତ ପ୍ରତିଭାବାନ ଖେଳାଳିଙ୍କୁ ସୁଯୋଗ ମିଳିଯିବ। ଖେଳର ମାନରେ ବି ଅବନତି ଘଟିବ ନାହିଁ। ଅନେକ ନୂଆ ମୁହଁ ଓ ନାମର ଖେଳାଳି ନଜରକୁ ଆସିଲେଣି। ବିସିସିଆଇ ଏ ଦିଗରେ ଚୂଡାନ୍ତ ନିଷ୍ପତ୍ତି ନେବ’।

ରାଜସ୍ଥାନ ରୟାଲ୍ସର ସହ ମାଲିକ ମନୋଜ ବଦାଲେ ମଧ୍ୟ ସମ୍ପ୍ରସାରଣ ସପକ୍ଷରେ ରହିଛନ୍ତି। ମୁମ୍ବାଇ ଅପ୍ରତ୍ୟାଶିତ ଭାବେ ୫ ଥର ଟ୍ରଫି ବିଜେତା ହେବା ସମ୍ପର୍କରେ ଦ୍ରାବିଡ଼ କହିଥିଲେ ‘ମୁମ୍ବାଇର ଆଭ୍ୟନ୍ତରୀଣ ଦୃଢ଼ତା ଉଚ୍ଚମାନର ରହିଛି। ବିଶ୍ବସ୍ତରୀୟ ଟି-୨୦‌ ଖେଳାଳିଙ୍କୁ ନେଇ ଏହାର ଆଭ୍ୟନ୍ତରୀଣ ଯେତିକି ଦୃଢ଼, ଯୁବ ଖେଳାଳିଙ୍କୁ ନେଇ ସେତିକି ସନ୍ତୁଳିତ। ପ୍ରତିଭା ଅନ୍ବେଷଣରେ ମଧ୍ୟ ଏହା ଦୃଢ଼ ଓ ବ୍ୟବସ୍ଥିତ।’। ଆଇପିଏଲ୍‌ ପାଇଁ ହିଁ ହରିଆନା ଖେଳାଳି ରାହୁଲ ତିୱାତିଆ ବିଶ୍ବ ଦର୍ଶକଙ୍କ ନଜରକୁ ଆସିଛନ୍ତି। ପୂର୍ବରୁ ରଣଜୀ ଟ୍ରଫି ପାଇଁ ଆପଣଙ୍କୁ ରାଜ୍ୟ ସଂଘ ଉପରେ ନିର୍ଭର କରିବାକୁ ପଡୁଥିଲା, ଏବେ ଆଉ ରାଜ୍ୟ ସଂଘ ପାଇଁ ଏହା ସୀମିତ ରହିନାହିଁ। ଏବେ ଆଇପିଏଲ୍‌ ଖେଳିବା ପରେ ଜଣେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିପାରିବ ବୋଲି ଦ୍ରାବିଡ଼ ଆଶା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe