ଆଇପିଏଲ୍‌ ୧୨: ଚହଲ ନେଲେ ୪ ଓ୍ଵିକେଟ୍‌, ରୋୟାଲ ଚ୍ୟାଲେଞ୍ଜର୍ସକୁ ୧୮୮ ରନ୍‌ ଟାର୍ଗେଟ ଦେଲା ମୁମ୍ବାଇ ଇଣ୍ଡିଆନସ୍‌

ଆଇପିଏଲ୍‌ ୧୨: ଚହଲ ନେଲେ ୪ ଓ୍ଵିକେଟ୍‌, ରୋୟାଲ ଚ୍ୟାଲେଞ୍ଜର୍ସକୁ ୧୮୮ ରନ୍‌ ଟାର୍ଗେଟ ଦେଲା ମୁମ୍ବାଇ ଇଣ୍ଡିଆନସ୍‌

Hindustan Times

ବେଙ୍ଗାଲୁରୁ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୭ମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସ୍‌ ବେଙ୍ଗାଲୁରୁ ବିପକ୍ଷରେ ଗୁରୁବାର ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ ହରାଇ ୧୮୭ ରନ୍‌ କରିଛି। ଫଳରେ ବେଙ୍ଗାଲୁରୁକୁ ୧୮୮ ରନ୍‌ ଟାର୍ଗେଟ ମିଳିଛି। ୟୁଯବେନ୍ଦ୍ର ଚହଲଙ୍କୁ ୪ଟି ଓ୍ଵିକେଟ ମିଳିଥିବା ବେଳେ ଉମେଶ ଯାଦବ ଏବଂ ମହମ୍ମଦ ସିରାଜ ୨-୨ ଓ୍ଵିକେଟ ନେଇଛନ୍ତି।

ସ୍ଥାନୀୟ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଘରୋଇ ବେଙ୍ଗାଲୁରୁ ଟିମ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ମୁମ୍ବାଇ ବ୍ୟାଟିଂ କରିଥିଲା। ଦଳ ଆରମ୍ଭରୁ ଭଲ ଖେଳିଥିଲେ ବି ପରବର୍ତ୍ତୀ ସମୟରେ ଖେଳାଳି ମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଓପନ୍‌ର କୁଇଣ୍ଟନ୍‌ ଡି କକ୍‌ ୨୩ ରନ୍‌, ଅଧିନାୟକ ରୋହିତ ଶର୍ମା ୪୮ ରନ୍‌, ସୂର୍ଯ୍ୟକୁମାର ୩୮ ରନ୍‌ ଏବଂ ଯୁବରାଜ ସିଂହ ୨୩ ରନ ଯୋଡ଼ିଥିଲେ। ମାତ୍ର ଶେଷ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଥିଲେ। ଅପରାଜିତ ପାଭଳିଅନ ଫେରିବା ପୂର୍ବରୁ ପାଣ୍ଡ୍ୟା ୧୪ ବଲ ଖେଳି ୩୨ ରନ୍‌ କରିଥିଲେ। ଏଥିରେ ୨ଟି ଚୌକା ଏବଂ ୩ଟି ଛକା ସାମିଲ ଥିଲା।

ମଧ୍ୟକ୍ରମର ବ୍ୟାଟସ୍‌ମ୍ୟାନ୍‌ କିରଣ ପୋଲାର୍ଡ ୧ ରନ୍‌ ଓ ମିଚେଲ ମ୍ୟାକଲିଂଘନ ୧ ରନ୍‌ କରିଥିଲେ। ମୁମ୍ବାଇ ୫୪ ରନ୍‌ରେ ପ୍ରଥମ ଓ୍ଵିକେଟ ଭାବରେ ଡି କକ୍‌, ୮୭ ରନ୍‌ରେ ରୋହିତ ଶର୍ମା, ୧୨୪ ରନ୍‌ରେ ଯୁବରାଜ ସିଂହ ଓ ୧୪୨ ରନ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କୁ ହରାଇଥିଲା। ଏହା ପରେ ଦଳର ଅନ୍ୟ ଖେଳାଳି ମାନେ ଭଲ ବ୍ୟାଟିଂ କରି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe