ଆଜି ଆଇପିଏଲ ସୂଚୀ ଘୋଷଣା

ଫ୍ରାଞ୍ଚାଇଜ୍‌ ଚାହାନ୍ତି ଅଭ୍ୟାସ ମ୍ୟାଚ୍‌, ପ୍ରସାରଣକାରୀ ସଂସ୍ଥା ମଧ୍ୟ ବ୍ୟାକୁଳ

ଦୁବାଇ : ସପ୍ତାହକ ତଳୁ ସମସ୍ତ ଆଇପିଏଲ୍ ଦଳ ୟୁଏଇ ପହଞ୍ଚି ସାରିଥିଲେ ମଧ୍ୟ ‌ଖେଳସୂଚୀ ଅଦ୍ୟାବଧି ଘୋଷିତ ହୋଇପାରିନାହିଁ। ୟୁଏଇରେ ଥିବା ବିଭିନ୍ନ ପ୍ରୋଟୋକଲ୍‌ କଟକଣା କାରଣରୁ ବିଳମ୍ବ ହେଉଥିଲା। ମିଳିଥିବା ଶେଷ ସୂଚନା ଅନୁସାରେ ବିସିସିଆଇ ଏବଂ ଇସିବି (ଏମିରେଟ୍ସ କ୍ରିକେଟ୍‌ ବୋର୍ଡ) ମଧ୍ୟରେ ବୁଝାମଣା ହୋଇଛି। ଫଳରେ ଶନିବାର ଆଇପିଏଲ୍‌-୧୩ ଖେଳସୂଚୀ ପ୍ରକାଶିତ ହେବ ବୋଲି କୁହାଯାଇଛି। ଅନ୍ତଃ ସହର ଯାତାୟତ, ଏମିରେ‌ଟ୍ସ ପ୍ରବେଶ କଟକଣା, ସଙ୍ଗରୋଧ ନିୟମ, ପ୍ରତି ରୢାପିଡ ଟେଷ୍ଟ୍ ପିଛା ୫୦ ଏଇଡି ପ୍ରଦାନ ଆଦିକୁ ନେଇ ଦେଖାଦେଇଥିବା ସମସ୍ୟାର ସମାଧାନ ହୋଇଛି। ବିସିସିଆଇ ସଦସ୍ୟମାନଙ୍କ ସହ ଇସିବି ମୁଖ୍ୟ ସେଖ୍‌ ନହ୍ୟନ ବିନ୍ ମୁବାରକ ଏହି ଆଲୋଚନା କରି ସମାଧାନର ସୂତ୍ର ବାହାର କରିଛନ୍ତି। ପୂର୍ବ ପ୍ରସ୍ତୁତି ସୂଚୀରେ କିଛି ପରିବର୍ତନ ସହ ଶନିବାର ଏହା ପ୍ରକାଶିତ ହୋଇପାରେ ବୋଲି ଦୁବାଇରେ ଥିବା ଜଣେ ବିସିସିଆଇ କର୍ମକର୍ତା ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ସଙ୍ଗରୋଧ ନିୟମରେ ଥିବା କଟକଣାରେ କୋହଳ ହେବାରୁ ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ଦଳକୁ ଅଭ୍ୟାସ ଅନୁମତି ମିଳିଯାଇଛି। ଦୁବାଇରେ ୭ ଦିନିଆ ସଙ୍ଗରୋଧ ଏବଂ ଆବୁଧାବିରେ ୧୪ ଦିନିଆ ସଙ୍ଗରୋଧ ନିୟମ ଥିବାରୁ ୮ ଦିନ ତଳୁ ପହଞ୍ଚିଥିବା ଏହି ଦୁଇ ଦଳ ଅଭ୍ୟାସ ଆରମ୍ଭ କରିପାରୁନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe