ଆଇପିଏଲ୍‌ ସୂଚୀ ରବିବାର: ପଟେଲ

Advertisment
ଆଇପିଏଲ୍‌ରେ ରହିବନି ‘ସଫ୍ଟ ସିଗ୍‌ନାଲ୍‌’

CleanPNG

ଦୁବାଇ : ବହୁ ପ୍ରତୀକ୍ଷିତ ଆଇପିଏଲ୍‌-୧୩ର ଖେଳସୂଚୀ ଯେତିକି ବିଳମ୍ବିତ ହେଉଛି ଫ୍ରାଞ୍ଚାଇଜ୍‌ଗୁଡ଼ିକ ମଧ୍ୟରେ ସେତିକି ଚିନ୍ତା ବଢ଼ିବାରେ ଲାଗିଛି। ଆଉ ମାତ୍ର ଦୁଇ ସପ୍ତାହ ପରେ ଆଇପିଏଲ୍‌ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ନଭେମ୍ବର ୧୦ ତାରିଖରେ ଶେଷ ହେବ। ତେଣୁ ପ୍ରଶଂସକମାନେ ସୂଚୀକୁ ବ୍ୟାକୁଳତାର ସହ ଅପେକ୍ଷା କରିଛନ୍ତି। ସବୁ ଦଳ ମଧ୍ୟ ଅଭ୍ୟାସ ଆରମ୍ଭ କରିସାରିଲେଣି। ସୂଚୀ ପ୍ରକାଶ ପାଇବାରେ ଅହେତୁକ ବିଳମ୍ବ ହେଉଥିଲା ବେଳେ ଶୀଘ୍ର ଘୋଷଣା କରିବାକୁ ସବୁଦଳ ଦାବି କରିଥିଲେ। ଏଭଳି ସ୍ଥିତିରେ ଶୁକ୍ରବାର ସୂଚୀ ପ୍ରକାଶ ପାଇବ ବୋଲି ଚାରି ଦିନ ତଳେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଥିଲେ। ହେଲେ ତାଙ୍କ କଥା ମିଥ୍ୟାରେ ପରିଣତ ହୋଇଥିଲା। ଶୁକ୍ରବାର ସୂଚୀ ଘୋଷଣା ହୋଇନଥିଲା। ଏହି ସୂଚୀ ରବିବାର ଘୋଷଣା କରାଯିବ ବୋଲି ଶନିବାର ଆଇପିଏଲ୍‌ ଅଧ୍ୟକ୍ଷ ବ୍ରିଜେଶ ପଟେଲ ପୁଣି ଥରେ ସୂଚନା ଦେଇଛନ୍ତି। ଦୁବାଇ ଓ ଆବୁଧାବିରେ ଭିନ୍ନ ଭିନ୍ନ ସଂଗରୋଧ ନିୟମକୁ ନେଇ ଆଇପିଏଲ୍‌ ପରିଚାଳନା ପରିଷଦ ସୂଚୀ ଚୁଡ଼ାନ୍ତ କରିବା ପାଇଁ ସମୟ ନେଇଥିଲେ। ଏହାର ସମାଧାନ ହୋଇଯାଇଛି। ରବିବାର ନିଶ୍ଚିତ ସୂଚୀ ଘୋଷଣା ହେବ। ପରମ୍ପରା ମୁତାବକ ପୂର୍ବ ବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍‌ସ ଏବଂ ଉପବିଜେତା ଚେନ୍ନାଇ ସୁପର କିଙ୍ଗ୍‌ସ ସେପ୍ଟେମ୍ବର ୧୯ ତାରିଖ ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବାର ଆଶା ରହିଛି। ଏହି ୫୩ ଦିନିଆ ଏବଂ ୬୦ ମ୍ୟାଚ୍‌ ବିଶିଷ୍ଟ ସଂସ୍କରଣ ଆଇପିଏଲ୍‌ ଇତିହାସରେ ସବୁଠୁ ଲମ୍ବା ହେବ ଏବଂ ଏଥିରେ ଡବଲ୍‌ ହେଡର୍‌ (ଦୈନିକ ୨ଟି ମ୍ୟାଚ୍‌) ମ୍ୟାଚ୍‌ ସଂଖ୍ୟା ହ୍ରାସ ପାଇବ ବୋଲି ମଧ୍ୟ ପଟେଲ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe