ଆଇପିଏଲ୍‌ ୧୧: ରୋମାଞ୍ଚକ ମ୍ୟାଚ୍‌ରେ ମୁମ୍ବାଇକୁ ୧ ଓ୍ଵିକେଟ୍‌ରେ ହରାଇଲା ହାଇଦ୍ରାବାଦ

ମୁମ୍ବାଇ ବୋଲରଙ୍କ ଉଦ୍ୟମ ହେଲା ବିଫଳ

ଆଇପିଏଲ୍‌ ୧୧: ରୋମାଞ୍ଚକ ମ୍ୟାଚ୍‌ରେ ମୁମ୍ବାଇକୁ ୧ ଓ୍ଵିକେଟ୍‌ରେ ହରାଇଲା ହାଇଦ୍ରାବାଦ

ହାଇଦ୍ରାବାଦ: ଶେଷ ୩ ଓଭରରେ ମୁମ୍ବାଇର ବୋଲରମାନେ ରୋମାଞ୍ଚକ ପ୍ରଦର୍ଶକ କରିଥିଲେ ବି ହାଇଦ୍ରାବାଦର ଶେଷ ଓ୍ଵିକେଟ୍‌ ଆଗରେ ମୁଣ୍ଡ ନୁଆଇଁଛନ୍ତି। ରୋମାଞ୍ଚକ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଗୁରୁବାର ମୁମ୍ବାଇକୁ ଗୋଟିଏ ଓ୍ଵିକେଟ୍‌ରେ ପରାସ୍ତ କରିଛି। ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ହାଇଦ୍ରାବାଦ ଇନିଂସର ଶେଷ ବଲରେ ଗୋଟିଏ ରନ୍‌ ସଂଗ୍ରହ କରି ଏହି ମ୍ୟାଚ୍‌ରେ ବିଜୟୀ ହୋଇଛି। ହାଇଦ୍ରାବାଦ୍‌ ୨୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୪୮ ରନ୍‌ ସଂଗ୍ରହ କରିଛି। ଏଥି ସହିତ ହାଇଦ୍ରାବାଦ୍‌ କ୍ରମାଗତ ଭାବରେ ୨ଟି ମ୍ୟାଚ୍‌ରେ ବିଜୟୀ ହୋଇଛି।

ଆରମ୍ଭରୁ ହାଇଦ୍ରାବାଦ ଭଲ ପ୍ରଦର୍ଶନ କରିଥିଲା। ଦଳର ପ୍ରଥମ ଓ୍ଵିକେଟ୍‌ ୬୨ ରନ୍‌ରେ, ୨ୟ ଓ୍ଵିକେଟ୍‌ ୭୩ ରନ୍‌ରେ, ୩ୟ ଓ୍ଵିକେଟ୍‌ ୭୭ ରନ୍‌ରେ, ୪ର୍ଥ ଓ୍ଵିକେଟ ୮୯ ରନ୍‌ରେ, ୫ମ ଓ୍ଵିକେଟ ୧୦୭ ରନ୍‌ରେ, ୧୩୬ ରନ୍‌ରେ ୬ଷ୍ଠ ଓ ୭ମ ଓ୍ଵିକେଟ୍‌ ପଡ଼ିଥିଲା। ସେହିଭଳି ୧୩୭ ଓ ୧୩୮ ରନ୍‌ରେ ହାଇଦ୍ରାବାଦ ୮ମ ଓ ୯ମ ଓ୍ଵିକେଟ୍‌ ହରାଇଥିଲା। ମୁମ୍ବାଇର ମୟଙ୍କ ମାର୍କଣ୍ଡେ ୪ ଓଭର ବୋଲିଂ କରି ୨୩ ରନ୍‌ ଦେବା ସହିତ ୪ଟି ଓ୍ଵିକେଟ ନେଇଥିଲେ। ମୁସ୍ତାଫିଜୁର ରହିମ ୩ଟି ଓ୍ଵିକେଟ ନେଇଥିବା ବେଳେ ଯଶପ୍ରୀତ ବୁମରା ୨ଟି ଓ୍ଵିକେଟ୍‌ ନେଇଥିଲେ।

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୧୧ତମ ସଂସ୍କରଣର ୭ମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଗୁରୁବାର ମୁମ୍ବାଇ ଇଣ୍ଡିଆନସ୍‌କୁ ବିଜୟ ପାଇଁ ୧୪୮ ରନ୍‌ ଟାର୍ଗେଟ ଦେଇଥିଲା। ଟସ୍‌ ଜିଣି ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ମୁମ୍ବାଇ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ମୁମ୍ବାଇ ୮ ଓ୍ଵିକେଟ ହରାଇ ୧୪୭ ରନ୍‌ କରିଥିଲା।

୧୧ ରନ୍‌ରେ ହାଇଦ୍ରାବାଦ୍‌ର ପ୍ରଥମ ଶିକାର ହୋଇଥିଲେ ମୁମ୍ବାଇ ଇଣ୍ଡିଆନସ୍‌ର ଅଧିନାୟକ ରୋହିତ ଶର୍ମା(୧୧)। ୪୮ ରନ୍‌ରେ ଈଶାନ କିଷାନ ୨ୟ ଓ୍ଵିକେଟ୍‌ରେ ଆଉଟ୍‌ ହୋଇଥିଲେ। ସେହିପରି ଏଲଭିନ ଲୁଇସ୍‌ ୩ୟ ଓ୍ଵିକେଟରେ ପାଭଲିଅନ୍‌ ଫେରିଥିଲେ। ସେତେବେଳକୁ ଦଳର ସ୍କୋର ୫୪ ରନ୍‌ ଥିଲା। ୭୨ ରନ୍‌ରେ ୪ର୍ଥ ଓ୍ଵିକେଟ୍‌, ୧୧୦ ରନ୍‌ରେ ୫ମ ଓ୍ଵିକେଟ୍‌, ୧୩୩ ରନ୍‌ରେ ୬ଷ୍ଠ ଓ୍ଵିକେଟ, ୧୩୬ ରନ୍‌ରେ ୭ମ ଓ ୮ମ ଓ୍ଵିକେଟ୍‌ ପଡ଼ିଥିଲା। ହାଇଦ୍ରାବାଦ୍‌ର ସନ୍ଦୀପ ଶର୍ମା, ବିଲି ଷ୍ଟନଲେକ ଓ ସିର୍ଦ୍ଧାର୍ଥ କାଉଲ ୨ଟି ଲେଖାଏଁ ଓ୍ଵିକେଟ୍‌ ନେଇଥିବା ବେଳେ ରସିଦ ଖାଁ ଓ ସାକିବୁଲ୍‌ ହାସନ ୧-୧ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe