ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ବୈଭବ ସୂର୍ଯ୍ୟବଂଶୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ତାଙ୍କୁ ପୁରସ୍କୃତ କରାଯିବା ସହିତ ଇଂଲଣ୍ଡ ଗସ୍ତ ପାଇଁ ଭାରତର ୧୯ ବର୍ଷରୁ କମ୍ ଦଳରେ ମନୋନୀତ କରାଯାଇଛି। ଏଥିରେ ବୈଭବଙ୍କ ସାଥୀ ଖେଳାଳି ଆୟୁଷ ମହାତ୍ରେଙ୍କୁ ଅଧିନାୟକ ଭାବରେ ମନୋନୀତ କରାଯାଇଛି। ଆୟୁଷ ମହାତ୍ରେ ସିଏସକେ ପାଇଁ ଖେଳୁଥିଲେ।
ଅନ୍ୟପକ୍ଷରେ ଦେଖିବାକୁ ଗଲେ ବିହାର କ୍ରିକେଟ ଆସୋସିଏସନ ଆଗାମୀ ସିଜିନ ପାଇଁ ଜଣେ ନୂତନ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରିଛି। ବିହାର କ୍ରିକେଟ ଦଳର ନୂତନ ପ୍ରଶିକ୍ଷକ ଭାବରେ ବିନାୟକ ସାମନ୍ତଙ୍କୁ ମନୋନୀତ କରାଯାଇଛି। ଅର୍ଥାତ ଏଣିକି ବୈଭବ ସାମନ୍ତଙ୍କ ପ୍ରଶିକ୍ଷଣରେ ତାଲିମ ନେବେ।
ବିନାୟକ ସାମନ୍ତ ଘରୋଇ କ୍ରିକେଟରେ ମୁମ୍ବାଇ ଦଳ ପାଇଁ ୱିକେଟ କିପର ଭାବରେ ଖେଳୁଥିଲେ। ସେ ପୂର୍ବରୁ ୨୦୧୮ ରୁ ୨୦୨୦ ପର୍ଯ୍ୟନ୍ତ ଦୁଇଟି ସିଜିନ୍ ପାଇଁ ମୁମ୍ବାଇ ଦଳର ପ୍ରଶିକ୍ଷକ ଦାୟିତ୍ୱ ନେଇଥିଲେ। କେବଳ ଏତିକି ନୁହେଁ ସାମନ୍ତ ୨୦୨୩-୨୪ ସିଜିନରେ ଆସାମ କ୍ରିକେଟ୍ ଆସୋସିଏସନj ଏକାଡେମୀରେ ଫିଲ୍ଡିଂ ପ୍ରଶିକ୍ଷକ ରହିଥିବା ସହିତ ମୁମ୍ବାଇର ଅଣ୍ଡର ୧୯ ଦଳର ମଧ୍ୟ ପ୍ରଶିକ୍ଷକ ଥିଲେ।
Follow Us