ଆଜି ଆଇପିଏଲ୍ ଟ୍ରଫି ଟକ୍କର

Advertisment
ଆଜି ଆଇପିଏଲ୍ ଟ୍ରଫି ଟକ୍କର

tv9hindi.com

ଅହମଦାବାଦ : ଆଉ କିଛି ଘଣ୍ଟା ପରେ ଆରମ୍ଭ ହୋଇଯିବ ଆଇପିଏଲ୍ ମହାମୁକାବିଲା। ଦୀର୍ଘ ୩୪ ଦିନର ତୀବ୍ର ସଂଘର୍ଷପୂର୍ଣ୍ଣ ତଥା ଘମାଘୋଟ ଲଢ଼େଇ ଏବଂ ୭୩ ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍ ପରେ ଖେଳାଯିବ ମେଗାଫାଇନାଲ୍‌। ସେଥିପାଇଁ ସମସ୍ତେ ଅପେକ୍ଷା କରି ରହିଛନ୍ତି ରବିବାର ରାତି ୮ଟାକୁ। ବିଶ୍ବର ସବୁଠାରୁ ଚର୍ଚ୍ଚିତ ତଥା ଧନୀ ‌ଟ୍ବେଣ୍ଟି-୨୦ ମହାକୁମ୍ଭର ବହୁ ପ୍ରତୀକ୍ଷିତ ମହାଲଢ଼େଇରେ ପଦାର୍ପଣକାରୀ ଗୁଜରାଟ ଟାଇଟନ୍ସକୁ ପ୍ରଥମ ବିଜେତା ରାଜସ୍ଥାନ ରୟାଲ୍ସ ଭେଟିବ।

ମୋଟେରାର ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ୍‌ରେ ପାଖାପାଖି ୧ ଲକ୍ଷ ଦର୍ଶକଙ୍କ ଉପସ୍ଥିତିରେ ଏହି ମହାଟକ୍କର ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଆଇପିଏଲ୍ ଖେଳୁଥିବା ଗୁଜରାଟ ଟାଇଟନ୍ସ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହି କ୍ବାଲିଫାୟରକୁ ଯାଇଥିଲା। ସେଠାରେ ରାଜସ୍ଥାନକୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିନେଇଥିଲା। ଅନ୍ୟପକ୍ଷରେ ରାଜସ୍ଥାନ ଦ୍ବିତୀୟ କ୍ବାଲିଫାୟରରେ ଏଲିମିନେଟର ମ୍ୟାଚ୍‌ର ବିଜେତା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଅତିସହଜରେ ୭ ୱିକେଟ୍‌ରେ ହରାଇ ଫାଇନାଲ୍ ଟିକେଟ ହାସଲ କରିନେଇଥିଲା। ଏବେ ରାଜସ୍ଥାନ ହାତପାହାନ୍ତାରେ କ୍ବାଲିଫାୟର ପରାଜୟର ମଧୁର ପ୍ରତିଶୋଧ ନେବାର ସୁଯୋଗ ପହଞ୍ଚିଯାଇଛି। ସେପଟେ ଗୁଜରାଟ ପାଖରେ ମଧ୍ୟ ପଦାର୍ପଣରେ ବିଜେତା ହେବାର ସଫଳତା ଫର୍ଦ୍ଦ ଯୋଡ଼ିବାର ସୁବର୍ଣ୍ଣ ସୁଯୋଗ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe