ଆଇପିଏଲ୍‌ରେ ରହିବନି ‘ସଫ୍ଟ ସିଗ୍‌ନାଲ୍‌’

Advertisment
ଆଇପିଏଲ୍‌ରେ ରହିବନି ‘ସଫ୍ଟ ସିଗ୍‌ନାଲ୍‌’

CleanPNG

ନୂଆଦିଲ୍ଲୀ: ପଡିଆ ଭିତର ଅମ୍ପାୟାର୍‌ ପ୍ରଦାନ କରୁଥିବା ସଫ୍ଟ ସିଗ୍‌ନାଲ୍‌ ନିୟମକୁ ଏଥର ଆଇପିଏଲ୍‌ରେ ରଖାଯିବ ନାହିଁ। ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ଅବସରରେ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ‘ସଫ୍ଟ ସିଗ୍‌ନାଲ୍‌’କୁ ହଟାଇବା ନେଇ ସ୍ବର ଉଠାଇବା ପରେ ବିସିସିଆଇ ତୁରନ୍ତ ଏହାକୁ ଆଇପିଏଲ୍‌ରେ ଲାଗୁ କରିବାକୁ ଯାଉଛି। ପଡିଆ ଭିତର ଅମ୍ପାୟାର୍‌ ଯଦି ତୃତୀୟ ଅମ୍ପାୟାର୍‌ଙ୍କୁ ନିଷ୍ପତ୍ତି ନେବାକୁ ପ୍ରସ୍ତାବ ଦେଉଛନ୍ତି ତେବେ ଆଉ ‘ସଫ୍ଟ ସିଗ୍‌ନାଲ୍’ ଦେବାର ଆବଶ୍ୟକତା ନାହିଁ ବୋଲି ବିସିସିଆଇ ହୃଦୟଙ୍ଗମ କରିଛି। ଏହାଦ୍ବାରା ପଡିଆ ଅମ୍ପାୟାରଙ୍କ ସଙ୍କେତ ତୃତୀୟ ଅମ୍ପାୟାରଙ୍କ ପାଇଁ ଦ୍ବନ୍ଦ୍ବ ସୃଷ୍ଟି କରିବ ନାହିଁ। ଏହା ବ୍ୟତୀତ ‘ସର୍ଟ ରନ୍‌’ରେ ଘଟୁଥିବା ତ୍ରୁଟିକୁ ଏଣିକି ତୃତୀୟ ଅମ୍ପାୟାର୍‌ ସଂଶୋଧନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ସେହିଭଳି ଏଣିକି ଉଭୟ ପାଳିର ବିଂଶତମ ଓଭରକୁ ନିର୍ଧାରିତ ୯୦ ମିନିଟ୍‌ ଭିତରେ ସାମିଲ୍ କରି ଦିଆଯାଇଛି। ପୂର୍ବରୁ ବିଂଶତମ ଓଭରକୁ ୯୦ତମ ମିନିଟ୍‌ରେ କିମ୍ବା ଏହା ପୂର୍ବରୁ ଆରମ୍ଭ ପାଇଁ କୋହଳ ନିୟମ ଥିଲା। ମ୍ୟାଚ୍‌ ସମୟରେ ନିୟନ୍ତ୍ରଣ ଆଣିବାକୁ ଏଭଳି ପରିବର୍ତନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe