ଇରାକ୍‌ ଉପରୁ ବାସନ୍ଦ ଉଠାଇଲା ଫିଫା

Advertisment
ଇରାକ୍‌ ଉପରୁ ବାସନ୍ଦ ଉଠାଇଲା ଫିଫା

ବୋଗୋତା: ପ୍ରାୟ ତିନି ଦଶନ୍ଧି ଧରି ଆନ୍ତର୍ଜାତିକ ଫୁଟ୍‌ବଲ୍‌ ମ୍ୟାଚ୍‌ ଆୟୋଜନ ନେଇ ଇରାକ୍‌ ଉପରେ ଲାଗୁ ହୋଇଥିବା କଟକଣାକୁ ଫିଫା ଉଠାଇ ଦେଇଛି। ଫଳରେ ଏଣିକି ଇରାକ୍‌ର ତିନିଟି ସହର ଅର୍ବିଲ, ବାସ୍ରା ଓ କାର୍ବାଲା ବିଦ୍ଧିବଦ୍ଧ ମ୍ୟାଚ୍‌ ଆୟୋଜକ କରିପାରିବେ ବୋଲି ଫିଫା ପକ୍ଷରୁ କୁହାଯାଇଛି। ଏହି ନିଷ୍ପତ୍ତି ବୋଗୋତାରେ ଅନୁଷ୍ଠିତ ଫିଫା ପରିଚାଳନା ପରିଷଦ ବୈଠକରେ ନିଆଯାଇଛି ବୋଲି ଶୁକ୍ରବାର କହିଛନ୍ତି ଏହାର ଅଧ୍ୟକ୍ଷ ଜିଆନି ଇନ୍‌ଫାଣ୍ଟିନୋ। ଇରାକ୍‌ ଆସନ୍ତା ୨୧ ତାରିଖରେ ବାସ୍ରା ସହରରେ କାତାର ଓ ସିରିଆ ବିପକ୍ଷ ବନ୍ଧୁତ୍ୱପୂର୍ଣ୍ଣ ପ୍ରତିଯୋଗିତା ଆୟୋଜନ କରିବ। ତେବେ ବାଗ୍‌ଦାଦ୍‌ରେ ମ୍ୟାଚ୍‌ ଆୟୋଜନ ନେଇ ନିଷ୍ପତ୍ତି ନିଆଯାଇନାହିଁ ବୋଲି ଇନ୍‌ଫାଣ୍ଟିନୋ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe