ତେହେରାନ: ଆମେରିକା ଓ ଇସ୍ରାଏଲ୍ ବିପକ୍ଷରେ ଯୁଦ୍ଧ ଲଢ଼ୁଥିବା ଇରାନ୍ ଏବେ ଏକ ଖେଳପଡ଼ିଆ ଆଚରଣ ପାଇଁ ସମାଲୋଚିତ ହୋଇଛି। ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଦକ୍ଷିଣ କୋରିଆ ବିପକ୍ଷ ଏସିଆନ କପ୍ ଉଦ୍ଘାଟନୀ ମ୍ୟାଚ୍ରେ ଇରାନ ମହିଳା ଦଳ ଜାତୀୟ ସଂଗୀତ ଗାନ ବେଳେ ନୀରବ ରହିବା ଘଟଣାକୁ ଇସ୍ଲାମିକ ରିପବ୍ଲିକ୍ ଅଫ୍ ଇରାନ ବ୍ରଡକାଷ୍ଟିଂ ଉପସ୍ଥାପକ ମହମ୍ମଦ ରେଜା ସାହାବାଜି କଡ଼ା ସମାଲୋଚନା କରିଛନ୍ତି। ଏହା ଖେଳାଳିଙ୍କ ଦେଶଭକ୍ତି ଭାବନାର ଅଭାବ ବୋଲି ସେ ଦର୍ଶାଇଛନ୍ତି।
ଅଧିକପଢ଼ନ୍ତୁ:ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ମହାସମର
ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ଗତ ସୋମବାର ଅନୁଷ୍ଠିତ ମ୍ୟାଚ୍ ବେଳେ ଇରାନ୍ ମହିଳା ଖେଳାଳିମାନେ ଜାତୀୟ ସଂଗୀତ ଗାନ ବେଳେ ନୀରବରେ ଛିଡ଼ା ହୋଇ ରହିଥିଲେ। ଏହି ମ୍ୟାଚ୍କୁ ସେମାନେ ୦-୩ରେ ହାରିଯିବାର ୩ ଦିନ ପରେ ଅଷ୍ଟ୍ରେଲିଆଠାରୁ ମଧ୍ୟ ୦-୪ରେ ପରାସ୍ତ ହୋଇଛନ୍ତି। ‘ଯୁଦ୍ଧ ସମୟରେ ଏହି ଦେଶଦ୍ରୋହୀମାନଙ୍କୁ କଠୋର ଦଣ୍ଡ ମିଳିବା’ ସପକ୍ଷରେ ମଧ୍ୟ ସାହବାଜି ସ୍ବର ଉଠାଇଛନ୍ତି। ଏଭଳି ଦେଶବିରୋଧୀ ଆଚରଣ ମଧ୍ୟ ଅସମ୍ମାନର ସର୍ବୋଚ୍ଚ ସ୍ତର ବୋଲି ସାମାଜିକ ଗଣମାଧ୍ୟମରେ ସେ ଦର୍ଶାଇଛନ୍ତି। ତେବେ ଏସୀୟ ଫୁଟ୍ବଲ୍ ସଂଘ, ଇରାନ୍ ଫୁଟ୍ବଲ୍ ସଂଘ ଏ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି। ଇରାନ ମହିଳା ନିଜ ଶେଷ ମ୍ୟାଚ୍ ରବିବାର ଫିଲିପାଇନ୍ସ ବିପକ୍ଷରେ ଖେଳିବ।
ଅଧିକପଢ଼ନ୍ତୁ:ସମ୍ଭାବ୍ୟ କ୍ଷେପଣାସ୍ତ୍ର ଆକ୍ରମଣ ପାଇଁ ଦୁବାଇବାସୀଙ୍କୁ ସତର୍କ ସୂଚନା, ବାହାରକୁ ନ ଯିବାକୁ ପରାମର୍ଶ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/06/45e5554b-bc28-4a0f-84f6-a3b2d074f289-2026-03-06-19-52-31.jpg)