OlympicTalk - NBC Sports
ନୂଆଦିଲ୍ଲୀ: ଇରାନ୍ର ପ୍ରଥମ ଅଲିମ୍ପିକ୍ସ ପଦକ ବିଜେତା ଏହସାନ୍ ହଦାଦି କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଏସୀୟ ଡିସ୍କସ୍ ବିଜେତା ହଦାଦି ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ରୌପ୍ୟ ପଦକ ପାଇଥିଲେ। ଆମେରିକାରେ ରହୁଥିବା ହଦାଦି ଏବେ କରୋନାରେ ଆକ୍ରାନ୍ତ ହେବା ପରଠୁ ତେହରାନ୍ସ୍ଥିତ ଘରେ ରହୁଛନ୍ତି। ତେଣୁ ବିଶ୍ବ ଦୌଡ଼କୁଦ ମହାସଂଘ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛି। ସ୍ଥାନୀୟ ଏକ ଖବର ସରବରାହ ସଂସ୍ଥା ଅନୁଯାୟୀ, ୩୪ ବର୍ଷିୟ ହଦାଦି ଚିକିତ୍ସା ପରେ ଏବେ ଗୃହାବଦ୍ଧ ରହୁଥିବା ଇରାନ୍ ଦୌଡ଼କୁଦ ମହାସଂଘର ଡାକ୍ତର ଅସ୍କାନ୍ ଅରଡିବେସ୍ତ ସୂଚନା ଦେଇଛନ୍ତି। ବର୍ତ୍ତମାନ ସେ ଧୀରେଧୀରେ ସୁସ୍ଥ ହେଉଛନ୍ତି। ୬ ଥରର ଏସୀୟ ପ୍ରତିଯୋଗିତା ବିଜେତା ତଥା ଏସୀୟ ଡିସ୍କସ୍ କୀର୍ତ୍ତିମାନ ବହନ କରୁଥିବା ହଦାଦି ଚଳିତ ବର୍ଷ ହେବାକୁଥିବା ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ପାଇଁ ଅଧିକ ପସନ୍ଦିତା ଖେଳାଳି ଭାବେ ବିବେଚିତ ହେଉଥିଲେ।
Follow Us