ଆୟର୍ଲାଣ୍ଡ୍ ୫ ରାଷ୍ଟ୍ରୀୟ କନିଷ୍ଠ ହକି: ଭାରତୀୟ ଦଳରେ ମମିତା, ଜ୍ୟୋତି, ନିକିତା ଓ ‌ଦୀପି

Advertisment
ଆୟର୍ଲାଣ୍ଡ୍ ୫ ରାଷ୍ଟ୍ରୀୟ କନିଷ୍ଠ ହକି: ଭାରତୀୟ ଦଳରେ ମମିତା, ଜ୍ୟୋତି, ନିକିତା ଓ ‌ଦୀପି

ଭୁବନେଶ୍ବର: ଆୟର୍ଲାଣ୍ଡ୍‌ର ଡବ୍‌ଲିନଠାରେ ଜୁନ୍ ୧୯ରୁ ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ୟନିଫର ୫ ରାଷ୍ଟ୍ରୀୟ କନିଷ୍ଠ ମହିଳା (୨୩ ବର୍ଷରୁ କମ୍) ହକି ପ୍ରତିଯୋଗିତା ଲାଗି ହକି ଇଣ୍ଡିଆ ବୁଧବାର ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଏହି ଦଳରେ ଓଡ଼ିଶାର ମମିତା ଓରାମ, ଜ୍ୟୋତି ଛତ୍ରୀ, ନିକିତା ଟପ୍ପୋ ଓ ଦୀପି ମୋନିକା ଟପ୍ପୋ ସ୍ଥାନ ପାଇଛନ୍ତି। ବୈଷ୍ଣବୀ ଫାଲକେ ଦଳର ଅଧିନାୟିକା ନିଯୁକ୍ତ ହୋଇଥିଲା ବେଳେ ମୁମତାଜ ଖାନ୍ ଉପଅଧିନାୟିକା ପଦ ପାଇଛନ୍ତି। ଭାରତ ତା’ର ପ୍ରଥମ ମ୍ୟାଚ୍ ଜୁନ୍ ୧୯ରେ ଆୟୋଜକ ଆୟର୍ଲାଣ୍ଡ ବିପକ୍ଷରେ ଖେଳିବ। ସେହିଭଳି ଜୁନ୍ ୨୦ରେ ଦ୍ବିତୀୟ ମ୍ୟାଚ୍ ନେଦରଲାଣ୍ଡ୍ସ ଏବଂ ଜୁନ୍ ୨୨ରେ ୟୁକ୍ରେନ୍ ବିପକ୍ଷରେ ତୃତୀୟ ଏବଂ ଜୁନ୍ ୨୩ରେ ଆମେରିକା ବିପକ୍ଷରେ ଚତୁର୍ଥ ତଥା ଶେଷ ଲିଗ୍ ମ୍ୟାଚ୍ ପାଇଁ ପଡ଼ିଆକୁ ଓହ୍ଲାଇବ।

ରାଉଣ୍ଡ-ରବିନ ଭିତ୍ତିରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାର ଶୀର୍ଷ ଦୁଇ ଦଳ ଜୁନ୍ ୨୬ରେ ଖେଳାଯିବାକୁ ଥିବା ମେଗା ଫାଇନାଲ୍‌ରେ ମୁହାଁମୁହିଁ ହେବେ। ସେହିଦିନ ମଧ୍ୟ ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ମ୍ୟାଚ୍ ଖେଳାଯିବ। ଭାରତ ବ୍ୟତୀତ ଏହି ପ୍ରତିଯୋଗିତାରେ ଆୟର୍ଲାଣ୍ଡ, ଆମେରିକା, ୟୁକ୍ରେନ୍ ଓ ନେଦରଲାଣ୍ଡ୍ସ ଅଂଶଗ୍ରହଣ କରିବେ। ଭାରତୀୟ ଦଳ: ଖୁସ୍‌ବୁ, କୁର୍ମାପୁ ରମ୍ୟା (ଗୋଲ୍‌ରକ୍ଷକ), ପ୍ରୀତି, ମମିତା ଓରାମ, ମହିମା‌ ‌ଟେଟେ, ନୀଲମ, ହ୍ରିତିକା ସିଂହ (ରକ୍ଷଣଭାଗ), ମଞ୍ଜୁ ଚୌରାସିଆ, ବୈଷ୍ଣବୀ ବିଠଲ ଫାଲ୍‌କେ (ଅଧିନାୟିକା), ଜ୍ୟୋତି ଛତ୍ରୀ, ହୀନା ବାନୋ, ନିକିତା‌ ଟପ୍ପୋ, ଅଶ୍ବିନୀ କୋଲେକର, ରୁତୁଜା ଦାଦାସୋ ପିସାଲ (ମଧ୍ୟଭାଗ), ଅନୁ, ବିୟୁଟୀ ଡୁଙ୍ଗଡୁଙ୍ଗ, ମୁମତାଜ ଖାନ୍ (ଉପଅଧିନାୟିକା), ଦୀପିକା ସୋରେଙ୍ଗ୍, ଦୀପି ମୋନିକା ଟପ୍ପୋ, ମୁଦୁଗଲା ଭବାନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe