କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ନେଲେ ଇର୍ଫାନ

କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ନେଲେ ଇର୍ଫାନ

Free Press Journal

ମୁମ୍ବାଇ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ବିଜେତା ଭାରତୀୟ ଅଲ୍‌ରାଉଣ୍ଡର୍ ଇର୍ଫାନ ପଠାନ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ନେଇଛନ୍ତି। ଆଘାତଜନିତ କାରଣ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବେଶୀ ଦିନ ତିଷ୍ଠି ପାରିନଥିଲେ ଇର୍ଫାନ। ସେ ୨୦୧୨ ଅକ୍ଟୋବର ୨ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ (ଟ୍ବେଣ୍ଟି-୨୦) ଶେଷ ଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଇର୍ଫାନ ସୁଇଂ ବୋଲିଂ ପାଇଁ ପରିଚିତ ଥିଲେ। ୨୦୦୪ ଜାନୁଆରି ୯ରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ। ୨୦୦୭ ଟି-୨୦ ବିଶ୍ବକପ୍‌ର ପାକିସ୍ତାନ ବିପକ୍ଷ ଫଇନାଲ୍‌ରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ବିଶ୍ବ ବିଜେତା କରିବା ସହିତ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ୨୦୦୬ ପାକିସ୍ତାନ ବିପକ୍ଷ ଟେଷ୍ଟ୍ ମ୍ୟାଚ୍‌ର ପ୍ରଥମ ଓଭରରେ ଐତିହାସିକ ହ୍ୟାଟ୍ରିକ୍ ମଧ୍ୟ ଅର୍ଜନ କରିଥିଲେ। ଇର୍ଫାନ୍‌ ସେହି ଟେଷ୍ଟ୍‌ରେ ପାକିସ୍ତାନର ସଲ୍‌ମନ ବଟ୍ଟ, ୟୁନିସ୍‌ ଖାନ୍‌ ଓ ମହମ୍ମଦ ୟୁସୁଫ୍‌ଙ୍କୁ କ୍ରମାଗତ ବଲ୍‌ରେ ଶିକାର କରିଥିଲେ। ଯାହାକି ହରଭଜନ ସିଂହଙ୍କ ପରେ ଟେ‌ଷ୍ଟ୍‌ ହ୍ୟାଟ୍ରିକ୍‌ ନେବାରେ ସେ ଦ୍ବିତୀୟ ଭାରତୀୟ ବୋଲର ରହିଥିଲେ।

ସୂଚନାଯୋଗ୍ୟ, ଏହି ବାମହାତୀ ଅଲରାଉଣ୍ଡର୍‌ ନିଜର ଶେଷ ମ୍ୟାଚ୍‌ ୨୦୧୯ ଫେବ୍ରୁଆରି ୨୭ରେ ଜମ୍ମୁ କାଶ୍ମୀର ପକ୍ଷରୁ ସୟଦ ମୁସ୍ତାକ୍ ଅଲ୍ଲୀ ଟ୍ରଫିରେ ଖେଳିଥିଲେ। ୩୫ ବର୍ଷୀୟ ଇର୍ଫାନ୍‌ ନିଜ ୧୮ ବ‌ର୍ଷର ପ୍ରଥମ ଶ୍ରେଣୀ କ୍ରିକେଟ୍ ଜୀବନରେ ୨୯ ଟେଷ୍ଟ, ୧୨୦ ଏକବିବସୀୟ ଏବଂ ୨୪ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି। ଭବିଷ୍ୟତ କାର୍ଯ୍ୟପନ୍ଥା ଘୋଷଣା କରିନଥିଲେ ମଧ୍ୟ ସମ୍ପ୍ରତି ଏହି ‌ବରୋଦା କ୍ରିକେଟର୍‌ ଭାଷ୍ୟକାର ଭାବେ କାମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe