ଭାରତ ବିଶ୍ବକପ ଜିତଲେ କେଉଁ ଗୀତରେ ନାଚିବେ; ଇରଫାନ ଦେଲେ ଏଭଳି ଜବାବ

Advertisment
ଭାରତ ବିଶ୍ବକପ ଜିତଲେ କେଉଁ ଗୀତରେ ନାଚିବେ; ଇରଫାନ ଦେଲେ ଏଭଳି ଜବାବ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପରେ ଆଫଗାନିସ୍ତାନ, ପାକିସ୍ତାନକୁ ହରାଇବାରେ ସଫଳ ହୋଇଥିଲା। ଏଭଳି କରି ଆଫଗାନିସ୍ତାନ ଦଳ ଦିନିକିଆ ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ପାକିସ୍ତାନକୁ ପରାସ୍ତ କରିବାର ସଫଳତା ହାସଲ କରିଥିଲା। ଆଫଗାନିସ୍ତାନର ବିଜୟ ପରେ କ୍ରିକେଟର ରସିଦ ଖାନ ଏବଂ ଭାରତୀୟ ଟିମର ପୂର୍ବତନ କ୍ରିକେଟର ଇରଫାନ ପଠାନ ମିଶି ନାଚୁଥିବାର ନଜର ଆସିଥିଲେ। ଯାହାର ଭିଡିଓ ଇରଫାନ୍ ସେୟାର କରିଥିଲେ। ଏହାର କାରଣ ଜଣାଇ ଇରଫାନ୍ କହିଥିଲେ ଯେ, ପାକିସ୍ତାନକୁ ହରାଇଲେ ମୁଁ ରସିଦଙ୍କ ସହ ନାଚିବି ବୋଲି ପ୍ରତିଶ୍ରୁତି ଦେଇଥିଲି, ଯାହାକୁ ମୁଁ ପୂରଣ କରିଛି।

ଇରଫାନ ଏହି ଭିଡିଓ ସେୟାର କରିବା ପରେ ଭାରତୀୟ କ୍ରିକେଟ ଟିମର ପ୍ରଶଂସକ ତାଙ୍କୁ ଏକ ପ୍ରଶ୍ନ କରିଥିବା ଦେଖାଯାଇଛି। ଯଦି ଭାରତୀୟ ଟିମ୍ ବିଶ୍ବକପ ଜିତଲେ, ତେବେ ଆପଣ କେଉଁ ଗୀତରେ ନାଚିବେ ବୋଲି ଅଖିଲ ଗୁପ୍ତା ନାମକ ଜଣେ ପ୍ରଶଂସକ ପ୍ରଶ୍ନ କରିଥିବା ବେଳେ ଉତ୍ତ‌ରରେ ଇରଫାନ ଲେଖିଥିଲେ ଯେ, ଭାରତ ଜିତିଲେ ତ 'ଜସ୍ନ ଜସ୍ନ' ଗୀତରେ ହିଁ ନାଚିବି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe