କରୋନା ଭୂତାଣୁ ଶିକ୍ଷା ଦେଲା ସଂପଦ ସବୁକିଛି ନୁହେଁ: ଇର୍ଫାନ୍‌

Advertisment
କରୋନା ଭୂତାଣୁ ଶିକ୍ଷା ଦେଲା ସଂପଦ ସବୁକିଛି ନୁହେଁ: ଇର୍ଫାନ୍‌

ନୂଆଦିଲ୍ଲୀ: ବିଳମ୍ବରେ ହେଉ ପଛେ ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର ଇର୍ଫ‌ାନ୍‌ ପଠାନ୍‌ ସାମାଜିକ ପ୍ରସଙ୍ଗ ଉପରେ ନିଜର ଆଭିମୁଖ୍ୟ ପ୍ରକାଶ କରିଛନ୍ତି। କୋଭିଡ୍‌-୧୯ ମହାମାରୀ ଭଳି ସଂକଟଜନକ ସମୟରେ ସେ ସଂପ୍ରଦାୟ ସେବା ଓ ସାମାଜିକ କାର୍ଯ୍ୟ ଉପରେ ଗୁରୁତ୍ବ ଦେଇଛନ୍ତି। ନିଜ ଘରୋଇ ସହର ବରୋଦାର ଅନ୍ୟତମ 'ରେଡ୍‌ ଜୋନ୍‌'ରେ ସଂପ୍ରତି ଗୃହାବଦ୍ଧ ଥିବା ଇର୍ଫାନ୍‌ କରୋନା ଭୂତାଣୁ ଆମକୁ କିପରି ଶିକ୍ଷା ଦେଇଛି ତାହା ବର୍ଣ୍ଣନା କରିଛନ୍ତି। ରୋଗ କୌଣସି ଧନୀ କି ଗରୀବ ଲୋକଙ୍କ ବିଚାର କରିନଥାଏ। ହେଲେ ଧନଶାଳୀମାନେ ରୋଗରୁ ନିବାରଣ ପାଇଁ ଯଥେଷ୍ଟ ଅର୍ଥ ବ୍ୟୟ କରିପାରନ୍ତି; ହେଲେ ଗରୀବଙ୍କ ଭାଗ୍ୟରେ ତାହା ଜୁଟିନଥାଏ। ଧନ ଯେ ସବୁକିଛି ଏନେଇ ଧନୀମାନେ ଗର୍ବ କରିଥାନ୍ତି। କିନ୍ତୁ ସେଭଳି ଧାରଣା ଭ୍ରାନ୍ତ। ଅର୍ଥ ଆମ ଜୀବନକୁ ସହଜ ଓ ସରଳ କରିଦେବ ବୋଲି ଯେଉଁ ଭାବନା ରହିଛି ତାହା ଏବେ କରୋନା ନିକଟରେ ହାର ମାନିଛି। କିନ୍ତୁ ସାଂପ୍ରତିକ ମହାମାରୀ ରୂପ ନେଇଥିବା କରୋନା ଭୂତାଣୁ ଧନୀ/ଗରିବ କାହାରିକୁ ଭ୍ରୁକ୍ଷେପ କରୁନି। ଏହି ଭୂତାଣୁ ପାଇଁ କୌଣସି ଔଷଧ କିମ୍ବା ଚିକିତ୍ସା ସୁବିଧା ଉପଲବ୍‌ଧ ନଥିବାରୁ କେହି ବି ଏହାର ପ୍ରକୋପରୁ ବର୍ତିପାରୁନାହାନ୍ତି। ‌କେବଳ ସାମାଜିକ ଦୂରତା ବଜାୟ ରଖିବା ଏବଂ ଗୃହାବଦ୍ଧ ରହି ସତର୍କତା ଅବଲମ୍ବନ କରିପାରିଲେ କରୋନାକୁ ପ୍ରତିହତ କରିବା ସମ୍ଭବ ବୋଲି ଜଣାପଡ଼ିଛି। ତେଣୁ କରୋନା ଆଗରେ ସଂପଦ ଯେ ତୁଚ୍ଛ ଏହା ପ୍ରମାଣିତ ହୋଇସାରିଲାଣି। ତେଣୁ ସଂପଦ (ଧନ) ଯେ ସବୁକିଛି ନୁହେଁ, ଧନୀ ଓ ଗରିବ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ଲଢ଼ିବା ହିଁ ବିଜୟର ମୂଳମନ୍ତ୍ର ବୋଲି ଏହି ମହାମାରୀ କରୋନା ଭୂତାଣୁ ଆମକୁ ଶିକ୍ଷା ଦେଇଥିବା କହିଛନ୍ତି ଇର୍ଫାନ୍‌।

କରୋନା ଭୂତାଣୁ ସଂକ୍ରମଣକୁ ନେଇ ଆମେ ଭୟଭୀତ ହେବାନି କିମ୍ବା ହାଲକ ଭାବେ ନେବାନି। ସବୁବେଳ ପାଇଁ ମୁଣ୍ଡରୁ ହତାଶ ଭାବ ପରିତ୍ୟାଗ କରିବାକୁ ପଡ଼ିବ। ଯଦି ବି ଏଥିପାଇଁ କେହି ସମାଲୋଚନା କରେ ତାହାଲେ ବିଚଳିତ ହେବାର କିଛି ନାହିଁ ବୋଲି ଇର୍ଫାନ୍‌ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe