ଅଲୋଡ଼ା ରାଇନାଙ୍କ ପାଇଁ ଇର୍ଫାନଙ୍କ ଦରଦ

ଅଲୋଡ଼ା ରାଇନାଙ୍କ ପାଇଁ ଇର୍ଫାନଙ୍କ ଦରଦ

CricTracker.com

ବେଙ୍ଗାଲୁରୁ : ଆଇପିଏଲ୍‌ ଇତିହାସର ଅନ୍ୟତମ ସଫଳ ଅଲରାଉଣ୍ଡର୍ ସୁରେଶ ରାଇନାଙ୍କୁ ସଦ୍ୟତମ ନିଲାମରେ କୌଣସି ଫ୍ରାଞ୍ଚାଇଜ୍ ନ କିଣିବା ପରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ସାଥି ଅଲରାଉଣ୍ଡର୍‌ ଇର୍ଫାନ୍ ପଠାନ। ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ରାଇନା ଗତ ଋତୁରେ ଖରାପ ପ୍ରଦର୍ଶନ କରିଥିଲେ। ୧୨ ମ୍ୟାଚ୍‌ରୁ ୧୭.୭୭ ହାରରେ ୧୬୦ ରନ୍‌ କରିଥିଲେ। ଇର୍ଫାନ୍ ନିଜ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି ‘ରାଇନାଙ୍କୁ ଆଉ କିଛି ଋତୁ ଖେଳାଇବାର ଆବଶ୍ୟକତା ଥିଲା। ଆମେ ଦେଖିଛି କିଛି ବିଦେଶୀ ଖେଳାଳି ୪୦ ବର୍ଷ ପର୍ଯ୍ୟନ୍ତ ଖେଳିଛନ୍ତି, ରାଇନାଙ୍କୁ ମାତ୍ର ୩୫ ବର୍ଷ’।

ଆଇପିଏଲ୍‌ ନିଲାମରେ ମୋଟ ୭୬ ଜଣ ଖେଳାଳିଙ୍କୁ କେହି କିଣିନଥିଲେ। ଅନ୍ୟ ବଡ଼ ଖେଳାଳିଙ୍କ ମଧ୍ୟରେ ବାଂଲାଦେଶ ଅଲରାଉଣ୍ଡର୍‌ ସକିବ୍ ଅଲ ହାସନ୍, ଦକ୍ଷିଣ ଆଫ୍ରିକୀୟ ସ୍ପିନର୍‌ ଇମ୍ରାନ୍ ତାହିର, ବିଶ୍ବକପ୍‌ ବିଜେତା ଅଧିନାୟକ ଇଅନ୍ ମୋର୍ଗାନ୍‌, ଆରୋନ୍‌ ଫିଞ୍ଚ୍‌ ମଧ୍ୟ ବିକ୍ରି ନ ହେବା କ୍ରିକେଟପ୍ରେମୀଙ୍କୁ ନିରାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe