ଦିନିକିଆ କ୍ରିକେଟ୍‌ ଟିମ୍‌ରୁ ଅବସର ନେବେ କି ଧୋନି? ପ୍ରଶଂସକଙ୍କୁ ଦେଲେ ଏଭଳି ଏକ ଇଙ୍ଗିତ !

ଦିନିକିଆ କ୍ରିକେଟ୍‌ ଟିମ୍‌ରୁ ଅବସର ନେବେ କି ଧୋନି? ପ୍ରଶଂସକଙ୍କୁ ଦେଲେ ଏଭଳି ଏକ ଇଙ୍ଗିତ !

http://www.india.com

ନୂଆଦିଲ୍ଲୀ: ସମୟ ପୂର୍ବରୁ ଅବସର ନେବା ଭାରତୀୟ କ୍ରିକେଟ୍‌ ଦଳର ଅନ୍ୟତମ ଶକ୍ତିଶାଳୀ ଖେଳାଳୀ ମହେନ୍ଦ୍ର ସିଂହ ଧୋନିଙ୍କ ପାଇଁ କିଛି ନୂଆ କଥା ନୁହେଁ। ପୂର୍ବରୁ ବି ସେ ୨୦୧୪ରେ  ଅଚନାକ ଟେଷ୍ଟ କ୍ରିକେଟରୁ ଅବସର ନେଇ ଖେଳପ୍ରେମୀଙ୍କୁ ଦୁଃଖୀ କରି ସାରିଛନ୍ତି। ନିକଟରେ ଧୋନିଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ବୁଲିବା ପରେ ସେ ଦିନିକିଆ କ୍ରିକେଟ୍‌ ଟିମ୍‌ରୁ ଅବସର ନେବେ ବୋଲି ଚର୍ଚ୍ଚା ହେଉଛି।

ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିବା ତୃତୀୟ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ ସରିବା ପରେ ଏବେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ତୃତୀୟ ତଥା ଶେଷ ମ୍ୟାଚ୍‌ ଭାରତ ଇଂଲ୍‌ଣ୍ଡଠାରୁ ୮ ଓ୍ଵିକେଟ୍‌ରେ ହାରିବା ପରେ ଭାରତୀୟ ଟିମ୍‌ ଇଂଲଣ୍ଡ ଖେଳ ପଡ଼ିଆରୁ ଡ୍ରେସିଂ ରୁମ୍‌ ଆଡ଼େ ଯାଉଥାନ୍ତି। ସେହି ସମୟରେ ଧୋନି ଏପରି କିଛି କରିଛନ୍ତି ଯେଉଁଥିପାଇଁ ସେ ଅନ୍ତର୍ଜାତୀୟ  ଦିନିକିଆରୁ ସବୁଦିନ ପାଇଁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଖେଳ ସରିବା ପରେ ଯେତେବେଳେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ଡ୍ରେସିଂ ରୁମ୍‌ ଆଡ଼େ ଯାଉଥିଲେ ସେହି ସମୟରେ ଧୋନି ଅମ୍ପେୟାର୍‌ଙ୍କ ହାତରୁ ବଲ୍‌ଟି ନେଇ ଯାଇଥିଲେ। ସେ ସମୟର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଘୂରିବାରେ ଲାଗିଛି। ଭିଡିଓଟିରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ ସେ ଅମ୍ପେୟାର୍‌ଙ୍କ ହାତରୁ ବଲ୍‌ଟି ନେଇ ଯାଉଛନ୍ତି।

ଆପଣ ଏକଥା ନିଶ୍ଚୟ ଚିନ୍ତା କରୁଥିବେ ଯେ ବଲ୍‌ ନେବା ସହ ସନ୍ୟାସ ଗ୍ରହଣ କରିବାର କ’ଣ ସଂପର୍କ! ତେବେ ଜାଣିରଖନ୍ତୁ ଯେ ଧୋନିଙ୍କ ଅନ୍ଦାଜ ହିଁ ଏହିପରି। ସେ ପୂର୍ବରୁ ଟେଷ୍ଟ୍‍ ମ୍ୟାଚରୁ ଅବସର ନେଇ ସାରିଛନ୍ତି। ତେବେ ଆପଣଙ୍କର ଏକଥା ନିଶ୍ଚୟ ମନ ଥିବ ଯେ ଧୋନି ୨୦୧୪ ମସିହାରେ ଅଷ୍ଟ୍ରେଲିଆ ସହ ଶେଷ ଟେଷ୍ଟ୍‍ ମ୍ୟାଚ୍‌ ଖେଳି ସାରି ଅମ୍ପେୟାର୍‌ଙ୍କ ହାତରୁ ଷ୍ଟମ୍ପ୍‌ ନେଇ ଖେଳପ୍ରେମୀଙ୍କୁ ତାଙ୍କ ଅବସରର ସଂପର୍କରେ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe