Ind vs NZ T20I: ନ୍ୟୁଜିଲାଣ୍ଡ ଆଗରେ ୨୭୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ, ଶତକ ମାରିଲେ ଈଶାନ କିଶନ

Advertisment

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ଶୃଙ୍ଖଳାର ପଞ୍ଚମ ତଥା ଶେଷ ମୁକାବିଲା ଆଜି ଖେଳାଯାଉଛି। ଏହି ମୁକାବିଲା ତିରୁଅନନ୍ତପୁରମସ୍ଥିତ ଗ୍ରିନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ହୋଇଛି। ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

Ishan Kishan

ତିରୁଅନନ୍ତପୁର: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ଶୃଙ୍ଖଳାର ପଞ୍ଚମ ତଥା ଶେଷ ମୁକାବିଲା ଆଜି ଖେଳାଯାଉଛି। ଏହି ମୁକାବିଲା ତିରୁଅନନ୍ତପୁରମସ୍ଥିତ ଗ୍ରିନଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ହୋଇଛି। ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଈଶାନ କିଶନଙ୍କ ଶତକ ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ୨୭୧ ରନ୍‌ ସଂଗ୍ରହ କରିଛି। ଫଳରେ ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୨୭୨ ରନ୍‌ର ଲକ୍ଷ୍ୟ ମିଳିଛି। ଭାରତର ଏହି ସ୍କୋର ଟି-୨୦ ଆନ୍ତର୍ଜାତୀୟରେ ତୃତୀୟ ସର୍ବାଧିକ ରନ୍‌ ହୋଇପାରିଛି। 

Screenshot 2026-01-31 204312

ଈଶାନ କିଶନ ତାଙ୍କର ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ଶତକ ହାସଲ କରିବା ପରେ ପାଭିଲିୟନ ଫେରିଥିଲେ। ଏହା ପୂର୍ବରୁ ସେ ୪୩ ବଲ୍‌ରେ ୬ଟି ଚୌକା ଏବଂ ୧୦ଟି ଛକା ମାରି ୧୦୩ ରନ୍ କରିଥିଲେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe