ସସେକ୍ସ ପାଇଁ କାଉଣ୍ଟି ଖେଳିବେ ଈଶାନ୍ତ

ଈଶାନ୍ତଙ୍କୁ ୩୨ ଚାଲିଲା, ଜନ୍ମଦିନର ଶୁ‌ଭେଚ୍ଛା ଜଣାଇଲେ ଧାୱନ୍‌, ଯୁବରାଜ

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମା କାଉଣ୍ଟି ପଦାର୍ପଣ ପାଇ ସଜବାଜ ହେଲେଣି। ଚଳିତ ଋତୁରେ ସେ ସସେକ୍ସ ପକ୍ଷରୁ କାଉଣ୍ଟି ଅଭିଯାନ ଆରମ୍ଭ କରିବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ଆସନ୍ତା ଏପ୍ରିଏ ୪ରୁ ଜୁନ୍‌ ୪ ତାରିଖ ପର୍ଯ୍ୟନ୍ତ କ୍ଲବ୍‌ ସହ ରହିବାକୁ ଯାଉଥିବା ଈଶାନ୍ତ ପ୍ରଥମ ୫ କାଉଣ୍ଟି ପ୍ରତିଯୋଗିତା ସାଙ୍ଗକୁ ରୟାଲ୍‌ ଲଣ୍ଡନ ଦିନିକିଆ କପ୍‌ରେ ସସେକ୍ସ ସାର୍କ ପକ୍ଷରୁ ଗ୍ରୁପ୍‌ ପର୍ଯ୍ୟାୟର ସମସ୍ତ ୮ ମ୍ୟାଚ୍‌ ଖେଳିବେ ବୋଲି ଗୁରୁବାର ସସେକ୍ସ କ୍ରିକେଟ୍‌ ଘୋଷଣା କରିଛି। ଫଳରେ ମନ୍‌ସୁର ଅଲ୍ଲୀ ପଟୈଦି ଓ ପୀୟୂଷ ଚାଓ୍ଵଲାଙ୍କ ପରେ ସସେକ୍ସ ପାଇଁ କାଉଣ୍ଟି ଖେଳିବାରେ ଈଶାନ୍ତ ତୃତୀୟ ଭାରତୀୟ ହେବେ। ଚଳିତ ଋତୁରେ ମଧ୍ୟ ଚେତେଶ୍ୱର ପୂଜାରା (ୟର୍କସାୟର)ଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ଈଶାନ୍ତ କାଉଣ୍ଟି ଖେଳିବେ। ଏଠାରେ ସୂଚନାଯୋଗ୍ୟ, ଉଭୟ ପୂଜାରା ଓ ଈଶାନ୍ତ ଆଇପିଏଲ୍‌ ଖେଳାଳି ନିଲାମରେ ବିକ୍ରି ହୋଇନାହାନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe