ଈଶାନ୍ତଙ୍କୁ ୩୨ ଚାଲିଲା, ଜନ୍ମଦିନର ଶୁ‌ଭେଚ୍ଛା ଜଣାଇଲେ ଧାୱନ୍‌, ଯୁବରାଜ

Advertisment
ଈଶାନ୍ତଙ୍କୁ ୩୨ ଚାଲିଲା, ଜନ୍ମଦିନର ଶୁ‌ଭେଚ୍ଛା ଜଣାଇଲେ ଧାୱନ୍‌, ଯୁବରାଜ

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମା ସୋମବାର ୩୨ ବର୍ଷ ବୟସରେ ପାଦ ଥାପିଛନ୍ତି। ତାଙ୍କର ୩୧ତମ ଜନ୍ମଦିନ ଅବସରରେ ଯୁବରାଜ ସିଂହ ଏବଂ ଶିଖର ଧାୱନ୍‌ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ‘ଜନ୍ମ ଦିନର ଅନେକ ଶୁଭେଚ୍ଛା ଭାଇ। ପ୍ରଥମ ଟେଷ୍ଟ୍‌ ଅର୍ଧଶତକ ହାସଲ କରିଥିବାରୁ ଅଭିନନ୍ଦନ, ଏହି ଶୃଙ୍ଖଳା ଲାଗି ଶୁଭକାମନା’ ବୋଲି ଧାୱନ୍‌ ଟ୍ବିଟ୍‌ କରିଥିଲେ। ‘ତୁମେ ଜାଣିନ ମୁଁ କିଏ! ଜନ୍ମଦିନର ଶୁଭେଚ୍ଛା ଲମ୍ବୁଜୀ, ଭଗବାନ ସର୍ବଦା ତୁମକୁ ସୁଖ ଦିଅନ୍ତୁ’ ବୋଲି ଯୁବରାଜ ଟ୍ବିଟ୍‌ କରିଥିଲେ। ଈଶାନ୍ତଙ୍କୁ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛି। ସୂଚନାଯୋଗ୍ୟ ଯେ ସଂପ୍ରତି ଈଶାନ୍ତ ଇଣ୍ଡିଜ୍‌ ଗସ୍ତରେ ଦ୍ବିତୀୟ ଟେଷ୍ଟ୍‌ ଖେଳୁଛନ୍ତି। ଏହି ଟେଷ୍ଟ୍‌ର ପ୍ରଥମ ପାଳିରେ ସେ ଜୀବନର ପ୍ରଥମ ଅର୍ଧଶତକ କରିଥିଲେ। ବୋଲିଂରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରି ୨ ୱିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe