ଭୁବନେଶ୍ବର: ଭୁବନେଶ୍ବର ଭିତ୍ତିକ ଆଇଏସ୍ଏଲ୍ ଦଳ ଓଡ଼ିଶା ଏଫ୍ସି ସହ ଈଶାକ ରାଲ୍ଟେଙ୍କ ଚୁକ୍ତି ୨୦୨୬ ପର୍ଯ୍ୟନ୍ତ ବଢ଼ିଛି। ଏହି ମିଜୋରାମ ଜନ୍ମିତ ୱିଙ୍ଗର ୨୦୨୦ରେ ଓଡ଼ିଶା ଏଫ୍ସିରେ ପଦାର୍ପଣ କରିଥିଲେ। ୨୦୨୨-୨୩ ଋତୁରେ ଈଶାକ ୨ଟି ଗୋଲ୍ କରିଥିଲା ବେଳେ ୨ଟିରେ ସହଯୋଗ କରିଥିଲେ। ସେ ଫେବ୍ରୁଆରି ମାସର ଇମର୍ଜିଂ ଖେଳାଳି ହେବା ସହ ହାଇଦ୍ରାବାଦ ଏଫ୍ସି ବିପକ୍ଷରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପୁରସ୍କାର ପାଇଥିଲେ।
ଓଡ଼ିଶା ଏଫ୍ସି ସହ ଈଶାକଙ୍କ ଚୁକ୍ତି ବଢ଼ିଲା
Advertisment
Follow Us