ନଭେମ୍ବର ୨୦ରୁ ଆଇଏସ୍‌ଏଲ୍, ଓଡ଼ିଶା ଏଫ୍‌ସି ସହ ୧୧ ଦଳ ଭାଗନେବେ

କେରଳ ବ୍ଲାଷ୍ଟର୍ସ-ନର୍ଥଇଷ୍ଟ୍‌ ମ୍ୟାଚ୍‌ ଅମୀମାଂସିତ

League Team Updates

ପଣଜୀ: ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍‌ଏଲ୍‌)ର ସପ୍ତମ ସଂସ୍କରଣ ଆସନ୍ତାମାସ ୨୦ ତାରିଖରୁ ଗୋଆରେ ଆରମ୍ଭ ହେବ। ବୁଧବାର ଆୟୋଜକମାନେ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି। ଏଥର ଏହି ପ୍ରତୀକ୍ଷିତ ପ୍ରତିଯୋଗିତାରେ ୧୧ ଦଳ ଅଂଶଗ୍ରହଣ କରିବେ। ସବୁ ମ୍ୟାଚ୍ ଜୈବ ବଳୟ ଭିତରେ ଗୋଆର ତିନିଟି ସ୍ଥାନରେ ଆୟୋଜିତ ହେବ। ଏସିଆ ମହାଦେଶର ଦୁଇ ଅନ୍ୟତମ ପୁରାତନ କ୍ଲବ୍ ମୋହନ ବାଗାନ ଓ ଇଷ୍ଟବେଙ୍ଗଲ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ଚର୍ଚିତ ଲିଗ୍‌ରେ ଅଂଶଗ୍ରହଣ କରିବେ। ଚଳିତଥର ଭାଗ ନେବାକୁ ଥିବା ଦଳଗୁଡ଼ିକ ହେଲେ ଏଟିକେ ମୋହନବାଗାନ, ବେଙ୍ଗାଲୁରୁ ଏଫ୍‌ସି, ଚେନ୍ନାଇନ୍ ଏଫ୍‌ସି, ଏଫ୍‌ସି ଗୋଆ, ହାଇଦ୍ରାବାଦ ଏଫ୍‌ସି, ଜାମସେଦପୁର ଏଫ୍‌ସି, କେରଳ ବ୍ଲାଷ୍ଟର୍ସ, ମୁମ୍ବାଇ ସିଟି ଏଫ୍‌ସି, ନର୍ଥଇଷ୍ଟ ୟୁନାଇଟେଡ୍, ଓଡ଼ିଶା ଏଫ୍‌ସି ଓ ଇଷ୍ଟବେଙ୍ଗଲ। କୋଲକାତା ଭିତ୍ତିକ କ୍ଲବ୍ ମୋହନ ବାଗାନ ଆଇଏସ୍‌ଏଲ୍‌ରେ ଅଂଶଗ୍ରହଣ କରିବା ଲାଗି ଏଟିକେ ସହ ମିଶି ଯାଇଛି।

ଫଳରେ ଦଳ ଏଥର ଏଟିକେ ମୋହନ ବାଗାନ ନାମରେ ଖେଳିବ। ଇଷ୍ଟବେଙ୍ଗଲ ନିଜର ଅଧିକାଂଶ ଅଂଶଧନ ଶ୍ରୀ ସିମେଣ୍ଟ୍ସକୁ ବିକ୍ରି କରି ଆଇଏସ୍‌ଏଲ୍ ଖେଳିବା ଲାଗି ଯୋଗ୍ୟ ବିବେଚିତ ହୋଇଛି। ଏଥରର ଆଇଏସ୍‌ଏଲ୍‌ରେ କେତେକ ଅଦଳ ବଦଳ ବି କରାଯାଇଛି। ପ୍ରଥମ ଥର ଲାଗି ଦଳରେ ଜଣେ ଏଏଫ୍‌ସି ଖେଳାଳି ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ଓଡ଼ିଶା ଏଫ୍‌ସି ଏଥର ନିଜ ଦଳରେ ଅନେକ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇଛି। ସଂପ୍ରତି ଅଧିକାଂଶ ଦଳର ଖେଳାଳିମାନେ ଗୋଆରେ କୋଭିଡ୍-୧୯ ନିୟମ ଅନୁସାରେ ସଙ୍ଗରୋଧରେ ରହିଛନ୍ତି। ଏହି ଅବଧି ଶେଷ ହେବା ପରେ ସେମାନେ ଆନୁଷ୍ଠାନିକ ଭାବେ ଅଭ୍ୟାସ ଆରମ୍ଭ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe