ଆଇଏସ୍‌ଏଲ୍: ହାଇଦ୍ରାବାଦଠୁ ହାରିଲା ଓଡ଼ିଶା

ଆଇଏସ୍‌ଏଲ୍: ହାଇଦ୍ରାବାଦଠୁ ହାରିଲା ଓଡ଼ିଶା

ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍ (ଇଣ୍ଡିଆନ୍ ସୁପର୍‌ ଲିଗ୍‌)ରେ ଓଡ଼ିଶା ଏଫ୍‌ସିକୁ ଶନିବାର ହାଇଦ୍ରାବାଦ ଏଫ୍‌ସି ୧-୦ ଗୋଲ୍‌ରେ ହରାଇ ପଏଣ୍ଟ ଟେବୁଲ୍‌ର ଶୀର୍ଷ ସ୍ଥାନକୁ ଅଧିକ ଦୃଢ଼ କରିଛି। ବିଜେତା ହାଇଦ୍ରାବାଦ ୫ ମ୍ୟାଚ୍‌ରୁ ୪ ବିଜୟ ସହହ ୧୩ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ଥିବାବେଳେ ଗୋଆ ଏଫ୍‌ସି ୪ରୁ ୩ ବିଜୟ ଏବଂ ଓଡ଼ିଶା ଏଫ୍‌ସି ୫ରୁ ୩ ବିଜୟ ସହ ସମାନ ୯ ପଏଣ୍ଟ ଲେଖାଏଁ ପାଇ ପଛକୁ ପଛ ରହିଛନ୍ତି। ଶନିବାର ମ୍ୟାଚ୍‌ର ଅଷ୍ଟମ ମିନିଟ୍‌ରେ ଏକମାତ୍ର ଗୋଲ୍ ଦେଖିବାକୁ ମିଳିଥିଲା।

ଘରୋଇ ଦଳ ପାଇଁ ଏହି ଗୁରୁତ୍ବପୂର୍ଣ୍ଣ ଗୋଲ୍‌ଟି ଦେଇଥିଲେ ମହମ୍ମଦ ୟାସିର୍‌। ପ୍ରଥମା‌ର୍ଦ୍ଧ ପରେ ଓଡ଼ିଶା ଏଫ୍‌ସି ପ୍ରଶିକ୍ଷକ ଜୋସେଫ୍ ଗମ୍ଭାଉ ଡିଏଗୋ ସୌରିସିଓଙ୍କ ବଦଳରେ ପେଦ୍ରୋ ମାର୍ଟିନଙ୍କୁ ଖେଳାଇଥିଲେ। ୬ ମିନିଟ୍ ଭିତରେ ଏହି ସ୍ପେନୀୟ ଖେଳାଳି ପ୍ରଭାବ ଛାଡ଼ିଥିଲେ ମଧ୍ୟ ତାଙ୍କ ସଟ୍‌କୁ ପ୍ରତିପକ୍ଷ ଗୋଲରକ୍ଷକ ରୋକି ଦେଇଥିଲେ। ୨ ମିନିଟ୍‌ ପରେ ନନ୍ଦକୁମାର ଶେକର ବାମପଟୁ ମାରିଥିବା କ୍ରସ୍‌କୁ ଜେରି ମାୱିଙ୍ଗଥଙ୍ଗା ହେଡର୍ ଖେଳିଥିଲେ ମଧ୍ୟ ଅକାଶ ମିଶ୍ରା ବ୍ଲକ୍ କରି ଦେଇଥିଲେ। ଶୁଭମ ଷଡ଼ଙ୍ଗୀ ଆହତ କାରଣରୁ ଏହି ମ୍ୟାଚ୍‌ରୁ ବଞ୍ଚିତ ହୋଇଥିଲେ। ଓଡ଼ିଶା ଏଫ୍‌ସି ଏବେ ଲମ୍ବା ବିରାମ ପରେ କୋଲକାତା ଗସ୍ତ କରି ନଭେମ୍ବର ୧୮ ତାରିଖରେ ଇଷ୍ଟବେଙ୍ଗଲ୍ ସହିତ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe