ଆଇଏସ୍‌ଏଲ୍‌: ଆଜି ବେଙ୍ଗାଲୁରୁକୁ ଭେଟିବ ଓଡ଼ିଶା

ପଏଣ୍ଟ୍‌ ବାଣ୍ଟିଲେ କେରଳ-ଗୋଆ

ଇତିହାସ ରଚିଲା ହାଇଦ୍ରାବାଦ: ପ୍ରଥମ ଥର ଫାଇନାଲ୍‌ରେ

East Coast Daily English

ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ ପ୍ରତିଯୋଗିତାରେ ଓଡ଼ିଶା ଏଫ୍‌ସି ୧୨ ମ୍ୟାଚ୍‌ ଖେଳିସାରିଥିଲା ବେଳେ ମାତ୍ର ଗୋଟିଏ ବିଜୟ ଖାତା‌ରେ ଯୋଡ଼ିପାରିଛି। ଅନ୍ୟପକ୍ଷରେ ୭ ହାରିସାରିଥିଲା ବେଳେ ୪ ମ୍ୟାଚ୍‌ ଅମୀମାଂସିତ ରଖିଛି। ଫଳରେ ମୋଟ ୭ ପଏଣ୍ଟ୍‌ ସହ ଏବେ ବି ଓଡ଼ିଶା ୧୧ ଦଳୀୟ ପ୍ରତିଯୋଗିତାର ଶେଷ ସ୍ଥାନରୁ ଉଠିପାରୁନି। ଏଭଳି ସ୍ଥିତିରେ ଏହି ଦଳ ଆସନ୍ତାକାଲି ବେଙ୍ଗାଲୁରୁ ଏଫ୍‌ସିକୁ ଭେଟିବ। ବେଙ୍ଗାଲୁରୁ ସମାନ ୧୨ ମ୍ୟାଚ୍‌ ଖେଳି ୩ ବିଜୟ, ୫ ପରାଜୟ ଓ ୪ ଅମୀମାଂସିତ ସହ ୧୩ ପଏଣ୍ଟ୍‌ ପାଇ ସପ୍ତମ ସ୍ଥାନରେ ରହିଛି। ତେବେ ଶେଷ ୫ ମ୍ୟାଚ୍‌ରେ ବେଙ୍ଗାଲୁରୁ ଦଳ କ୍ରମାଗତ ୩ ସହ ମୋଟ ୪ ପରାଜୟ ବରଣ କରିଥିଲା ବେଳେ ଗୋଟିଏ ମ୍ୟାଚ୍‌ ଅମୀମାଂସିତ ରଖିଛି। ସେହିପରି ଓଡ଼ିଶା ତା’ର ଶେଷ ୫ ମ୍ୟାଚ୍‌ରୁ ଗୋଟିଏ ବିଜୟ ହାସଲ କରିଥିଲା ବେଳେ ୨ଟି ଲେଖାଏଁ ପରାଜୟ ଓ ଅମୀମାଂସିତ ପାଇଛି।
ତେଣୁ ରବିବାର ମ୍ୟାଚ୍‌ରେ ଆମେ ପୂର୍ଣ୍ଣ ୩ ପଏଣ୍ଟ ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଷ୍ଟୁଆର୍ଟ ବକ୍ସଟର। ସବୁଠୁ ଭଲ କଥା ହେଲା ଆମେ ପ୍ରତିଯୋଗିତାରେ ଏଟିକେ ଭଳି ବଡ଼ କ୍ଲବ୍‌କୁ ହରାଇବାର ସୁଯୋଗ ପାଇଥିଲୁ। ସେହି ଦୃଷ୍ଟିରୁ ବେଙ୍ଗାଲୁରୁ ବିପକ୍ଷରେ ବିଜୟ ହାସଲ କରି ଆଗକୁ ସୁଯୋଗ ବଢ଼ାଇବୁ ବୋଲି ବକ୍ସଟର କହିଛନ୍ତି। ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍‌ ପାଇଁ ଆମେ ମଧ୍ୟ କେତେକ ପରିବର୍ତ୍ତନ କରିବାକୁ ଯୋଜନା ରଖିଛୁ। ହେଲେ ଆବଶ୍ୟକ ନପଡ଼ିଲେ ପରିବର୍ତ୍ତନ କରିବୁନି ବୋଲି ସେ କହିଛନ୍ତି। ଡିଏଗୋ ମରିସିଓ ଓଡ଼ିଶା ଦଳ ପକ୍ଷରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ରହିଥିଲା ବେଳେ ରାକେଶ ପ୍ରଧାନ ଗତ ମ୍ୟାଚ୍‌ରେ ପଦାର୍ପଣ କରିବା ଦଳ ପାଇଁ ଶୁଭ ସଂକେତ ରହିଛି ବୋଲି ବକ୍ସଟର କହିଛନ୍ତି।

ପଏଣ୍ଟ୍‌ ବାଣ୍ଟିଲେ କେରଳ-ଗୋଆ
ପଣଜୀ, ୨୩ା୧: ଶନିବାର ଖେଳା ଯାଇଥିବା ମ୍ୟାଚ୍‌ରେ କେରଳ ବ୍ଲାଷ୍ଟର୍ସ ଓ ଗୋଆ ଏଫ୍‌ସି ପଏଣ୍ଟ୍‌ ବାଣ୍ଟିଛନ୍ତି। ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେବା ପରେ ମ୍ୟାଚ୍ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା। ଜର୍ଜ ଅର୍ଟିଜ୍ ମେଣ୍ଡୋଜା (୨୫ ମିନିଟ୍)ଙ୍କ ଗୋଲ୍ ବଳରେ ଗୋଆ ପ୍ରଥମାର୍ଧ ଶେଷ ସୁଦ୍ଧା ଆଗୁଆ ରହିଥିଲା। ୫୭ ମିନିଟ୍‌ରେ ରାହୁଲ କାନୋଲି ପରବିନଙ୍କ ବଳରେ କେରଳ ଏହି ଗୋଲ୍‌ଟିକୁ ସଫଳତାର ସହ ଶୁଝି ମ୍ୟାଚ୍ ଡ୍ର’ କରି ନେଇଥିଲା। ୧୩ ମ୍ୟାଚ୍‌ରୁ ଉଭୟ ଦଳର ଏହା ପଞ୍ଚମ ଡ୍ର’ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe