ଆଇଏସ୍‌ଏସ୍‌ଏଫ୍‌ ବିଶ୍ବକପ୍‌: ଶ୍ରୀୟଙ୍କାଙ୍କୁ କାଂସ୍ୟ

Advertisment
ଆଇଏସ୍‌ଏସ୍‌ଏଫ୍‌ ବିଶ୍ବକପ୍‌: ଶ୍ରୀୟଙ୍କାଙ୍କୁ କାଂସ୍ୟ

Hindustan Times

ଭୁବନେଶ୍ବର: ଇଜିପ୍ଟର କାଇରୋରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ବିଶ୍ବକପ୍‌ରେ ଓଡ଼ିଶାର ଆନ୍ତର୍ଜାତିକ ବନ୍ଧୁକଚାଳିକା ଶ୍ରୀୟଙ୍କା ଷଡ଼ଙ୍ଗୀ କାଂସ୍ୟ ପଦକ ଜିତିଛନ୍ତି। ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍‌ ମିଶ୍ରିତ ଦଳଗତ ବର୍ଗରେ ଏହି କିଟ୍‌ ବିଶ୍ବବିଦ୍ୟାଳୟର ପିଏଚ୍‌ଡି ଛାତ୍ରୀ ପଦକ ଅମଳ କରିଛନ୍ତି। ମିଶ୍ରିତ ବର୍ଗରେ ଅଖିଲ ସିଓରାନ୍‌ଙ୍କ ସାଥୀ କରି ଖେଳିଥିବା ଶ୍ରୀୟଙ୍କାଙ୍କ ଭାରତୀୟ ଦଳ କାଂସ୍ୟ ମୁକାବିଲାରେ ଅଷ୍ଟ୍ରିଆକୁ ୧୬-୧୦ ପଏଣ୍ଟ୍‌ରେ ପରାସ୍ତ କରିଥିଲେ। ଶ୍ରୀୟଙ୍କାଙ୍କୁ ତାଙ୍କ ପଦକ ସଫଳତା ପାଇଁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ସାଂସଦ ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।

ଏହି ଐତିହାସିକ ସଫଳତା ପରେ ଶ୍ରୀୟଙ୍କା ଏକ ଅଡିଓ ବାର୍ତ୍ତାରେ କହିଛନ୍ତି ଯେ ରବିବାରର ପ୍ରତିଦ୍ବନ୍ଦ୍ବିତା ବେଶ୍ ଆହ୍ବାନପୂର୍ଣ୍ଣ ଥିଲା। ଖୁବଜୋର୍‌ରେ ପବନ ବହିବା ସହ ଧୂଳି ଝଡ଼ ବି ହୋଇଥିଲା। ତଥାପି ଏସବୁ ପ୍ରତିବନ୍ଧକକୁ ସଫଳତାର ସହ ଦୂର କରି ମୁଁ ଓ ମୋର ସାଥୀ ଖେଳାଳି କାଂସ୍ୟ ପଦକ ଜିତିବାକୁ ସକ୍ଷମ ହୋଇଥିଲୁ। ଏହାର ଶ୍ରେୟ ମୋର ପରିବାର ଏବଂ ପ୍ରଶିକ୍ଷକଙ୍କୁ ଦେବି। କିଟ୍ ବିଶ୍ବବିଦ୍ୟାଳୟ ସବୁପ୍ରକାର ନୈତିକ ସମର୍ଥନ ଦେଉଥିବାରୁ ସେମାନଙ୍କୁ ମଧ୍ୟ ହୃଦୟର ଗଭୀରତମ କୋଣରୁ ଅଭିନନ୍ଦନ ଜଣାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe