ବିସିସିଆଇ କାର୍ଯ୍ୟାଳୟ ଉପରେ କେନ୍ଦ୍ରୀୟ ଆୟକର ବିଭାଗର ୧୫ ଘଣ୍ଟା ବ୍ୟାପି ଚଢ଼ାଉ

Advertisment
ସୂଚନା ଅଧିକାର ଆଇନରେ ଅନ୍ତର୍ଭୁକ୍ତ ହେବାକୁ ବିସିସିଆଇର ବିରୋଧ

Cricket Addictor

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କାର୍ଯ୍ୟାଳୟ ଉପରେ କେନ୍ଦ୍ରୀୟ ଆୟକର ବିଭାଗ ପକ୍ଷରୁ ଏକ ଜୋରଦାର ଚଢ଼ାଉ କରା ଯାଇଥିବା ଜଣାପଡ଼ିଛି।

ବିସିସିଆଇ ବିଭିନ୍ନ ଦେୟ ପ୍ରଦାନ କାଳରେ କାଟି ରଖୁଥିବା ଟଡିଏସ୍‌କୁ ଆୟକର ବିଭାଗରେ ଠିକ୍‌ ଭାବେ ଜମା କରୁ ନଥିବା ଅଭିଯୋଗ ପାଇବା ପରେ କେନ୍ଦ୍ରୀୟ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ କରା ଯାଇଥିବା ଆୟକର ବିଭାଗର ଜନୈକ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ।

ମୁମ୍ବାଇ ଓ୍ଵାଙ୍ଖଡ଼େ ଷ୍ଟାଡ଼ିୟମ ପରିସରରେ କ୍ରିକେଟ ସେଣ୍ଟରସ୍ଥିତ ବିସିସିଆଇର କାର୍ଯ୍ୟାଳୟ ଉପରେ ଏହି ଚଢ଼ାଉ କରା ଯାଇଥିଲା। କେନ୍ଦ୍ରୀୟ ଆୟକର ବିଭାଗର ୨୦ ଜଣ ଅଧିକାରୀ ଦୀର୍ଘ ୧୫ ଘଣ୍ଟା ଧରି ବିସିସିଆଇ କାର୍ଯ୍ୟାଳୟରେ ରହି ସମସ୍ତ ନଥିପତ୍ରକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଜାରି ରହିଥିବା ଏହି ଚଢ଼ାଉ କାଳରେ କେନ୍ଦ୍ରୀୟ ଆୟକର ବିଭାଗ ଅଧିକାରୀମାନେ କ’ଣ ସବୁ ପାଇଲେ ସେ ବାବଦରେ କୌଣସି ତଥ୍ୟ ଜଣା ପଡ଼ିନାହିଁ।

ତେବେ, ଆୟକର ବିଭାଗ ଅଧିକାରୀମାନେ ବିସିସିଆଇର ବହୁ ନଥିପତ୍ରକୁ ଜବତ କରି ସଙ୍ଗରେ ନେଇଯିବା ସହ ବିସିସିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରାହୁଲ ଜୋହରୀ ଓ ମୁଖ୍ୟ ବିତ୍ତ ଅଧିକାରୀ (ସିଏଫ୍‌ଓ) ସନ୍ତୋଷ ରଙ୍ଗନେକରଙ୍କୁ ସୋମବାର ଅପରାହ୍ନ ୩ଟା ବେଳେ ଆୟକର ବିଭାଗ କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ୍‌ ଜାରି କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe