ଅନୁଷ୍କାଙ୍କ ଭଳି ଜୀବନସାଥୀ ପାଇବା ମୋ ପାଇଁ ଆଶୀର୍ବାଦ: କୋହଲି

Advertisment

ଗଛ ଉପରେ କୋହଲି

ଗଛ ଉପରେ କୋହଲି

ଅନୁଷ୍କାଙ୍କ ଭଳି ଜୀବନସାଥୀ ପାଇବା ମୋ ପାଇଁ ଆଶୀର୍ବାଦ: କୋହଲି

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଜୀବନ ସାଥୀ ଭାବେ ପାଇବା ମୋ ପାଇଁ ପରମ ଆଶୀର୍ବାଦ। ତାଙ୍କ ଭଳି ଜୀବନ ସାଥୀ ମିଳିବା ପରେ ମୋ ଜୀବନରେ ଅନେକ କିଛି ପରିବର୍ତନ ଘଟିଛି। ଜଣେ ବଲିଉଡ୍‌ ଅଭିନେତ୍ରୀ ଭାବେ ତାଙ୍କର ବେଶ୍‌ ଖ୍ୟାତି ଥିଲା। ଏପରି ସମୟରେ ସେ ୨୦୧୩ରେ ମୋ ଜୀବନକୁ ଆସିଥିଲେ। ଏହାପରଠୁ ସେ ମୋ ଜୀବନରେ ବହୁତ କିଛି (ଏପରିକି ଜଣେ ଭଲ ମଣିଷ ଭାବେ ଗଢ଼ି ତୋଳିବାରେ) ପରିବର୍ତନ ଆଣିପାରିଛନ୍ତି। ତାଙ୍କର ପ୍ରଭାବ ମୋ ଜୀବନର ମୋଡ଼ ବଦଳାଇଦେଇଛି। ଯେଉଁଥିପାଇଁ ମୁଁ କେବଳ କ୍ରିକେଟ୍‌ ପଡ଼ିଆରେ ଉନ୍ନତି କରିନାହିଁ ବରଂ ଜଣେ ଉତ୍ତମ ବ୍ୟବହାର ସଂପନ୍ନ ମଣିଷ ହୋଇପାରିଛି ବେଲି କହିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି। ସେଥିପାଇଁ ମଧ୍ୟ କୋହଲି ପୁଣିଥରେ ପତ୍ନୀ ଅନୁଷ୍କାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କୋହଲିଙ୍କ କହିବା କଥା ଯେତେ‌ବେଳେ (ଏକ ସାମ୍ପୁ ବିଜ୍ଞାପନ ସମୟରେ) ଆମେ ଦୁହେଁ ପ୍ରଥମ ଥର ଭେଟ ହୋଇଥିଲୁ ସେତେବେଳେ (୨୦୧୩) ପରସ୍ପର ପ୍ରେମରେ ବାନ୍ଧି ହୋଇଯାଇଥିଲୁ। ତେବେ ଏହି ପ୍ରଭାବଶାଳୀ ଦମ୍ପତ୍ତି ୨୦୧୮ରେ ଇଟାଲିରେ ଯାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ମୋତେ ଜଣେ ଭିନ୍ନ ବ୍ୟକ୍ତି ଭାବେ ଦେଖାଇବାରେ ତାଙ୍କର ଭୂମିକାକୁ ମୁଁ ଶ୍ରେୟ ଦେଉଛି। ଆମେ ପରସ୍ପରକୁ ବୁଝି ପାରୁଥିବାରୁ ତାଙ୍କୁ ମୋ ପତ୍ନୀ ଭାବେ ପାଇ ମୁଁ ନିଜକୁ ଧନ୍ୟ ମନେକରୁଛି। ଏହା ପୂର୍ବରୁ ମୁଁ ଜଣେ ଅତି ସଂକୋଚମନା ବ୍ୟକ୍ତି ଥିଲି, ଭଲ କ’ଣ ମନ୍ଦ କ’ଣ ବୁଝିବାକୁ ଚେଷ୍ଟା କରୁନଥିଲି। ମାତ୍ର ଅନୁଷ୍କାଙ୍କୁ ଜୀବନ ସାଥୀ ଭାବେ ପାଇବା ପରଠୁ ସବୁକିଛି ବଦଳିବା ଆରମ୍ଭ ହୋଇଥିଲା। ଅନ୍ୟ କୌଣସି ଦୃଷ୍ଟିକୋଣ ତୁମ ପ‌ାଇଁ ଆହ୍ବାନ ପାଲଟିଯାଏ। ‌ସେଭଳି କିଛି ଘଟଣା ମୋର ମାନସିକତାକୁ ପୂରାପୂରି ବଦଳାଇ ଦେଇଥିଲା। ଦୁନିଆରେ ଖ୍ୟାତି ପାଇଁ ବହୁତ କିଛି ଅନୁଭବ କରିବାକୁ ସେ ମୋତେ ପ୍ରବର୍ତାଇଥିଲେ। ଜଣେ ଖେଳାଳି ଭାବେ ମୋର ଦାୟିତ୍ବ ସଂପର୍କରେ ସେ ଚେତାଇ ଦେଉଥିଲେ। ଆଜି ତାଙ୍କ ପରାମର୍ଶ ପାଇଁ ମୁଁ କ୍ରିକେଟ୍‌ରେ ଏତେ ବାଟରେ ପହଞ୍ଚିପାରିଛି ବୋଲି କୋହଲି କହିଛନ୍ତି। କୋହଲିଙ୍କ କହିବ‌ା କଥା ହେଲା, ତୁମ ଜୀବନରେ ଯଦି କିଛି ପରିବର୍ତନ ‌ଘଟେ ଏବଂ ସେଥିପାଇଁ ଯାହାର ଭୂମିକା ରହିଥିବ ତାକୁ ଖୋଲି କହିବାରେ କାର୍ପଣ୍ୟତା ପ୍ରକାଶ କରିବନି। ବରଂ ତାକୁ ଗ୍ରହଣ କରିବା ଉଚିତ୍। ଆଉ ଏହି କାରଣରୁ ହିଁ ମୁଁ ଅନେକ କିଛି ବୁଝିପାରିଛି। ଯଦି ଅନୁଷ୍କା ମୋ ଜୀବନକୁ ଆସିନଥା’ନ୍ତେ ତାହାଲେ ହୁଏତ ମୁଁ ପୂର୍ବର ସେହି କୋହଲି ହୋଇ ରହିଯାଇଥାଆନ୍ତି ବୋଲି ନିଜ ଦଳୀୟ ସାଥୀ ମୟଙ୍କ ଅଗ୍ରୱଲଙ୍କୁ ତାଙ୍କୁ ସୋ’ ‘‘ଓପନ୍‌ ନେଟ୍‌ସ ୱିଥ୍‌ ମୟଙ୍କ’’ରେ କହିଛନ୍ତି କୋହଲି।

ଗଛ ଉପରେ କୋହଲି
ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ଅଧିନାୟକ ବିରାଟ କୋହଲି ମଙ୍ଗଳବାର ନିଜ ପ୍ରଶଂସକଙ୍କୁ ଏକ ପୁରୁଣା ଫଟୋ ଭେଟି ଦେଇଥିଲେ। ଏହ‌ି ଫଟୋଟିକୁ ସେ ନିଜ ସାମାଜିକ ଗଣମାଧ୍ୟମରେ ଆକାଉଣ୍ଟରେ ପ୍ରକାଶ କରିଥିଲେ। ଏଥିରେ କୋହଲି ଏକ ଗଛ ଉପରେ ଚଢ଼ି ମଜା କରୁଥିବାର ଦେଖିବାକୁ ମିଳିଥିଲା। କୋହଲି ନିଜ ପୁରୁଣା ଚପଳାମୀକୁ ମନେ ପକାଇ ଫଟୋଟି ତଳେ ଲେଖିଥିଲେ ଯେ ପୁରୁଣା ଫଟୋ, ଯେତେବେଳେ ଆପଣ ଗଛ ଉପରେ ଚଢ଼ି ମଜା କରନ୍ତି। ତା’ ତଳେ କୋହଲି ମଧ୍ୟ ଏକ ହସିବା ଇମୋଜି ଛାଡ଼ିଥିଲେ। ପ୍ରଶଂସକମାନେ ଏହି ଫଟୋଟିକୁ ବେଶ୍ ପସନ୍ଦ କରୁଛନ୍ତି।

୪-୫ ଦିନରେ ଗୋଟିଏ ଡବା ଚକୋଲେଟ୍ ଖାଇ ଯାଉଥିଲେ
କରୋନା ପାଇଁ ଘରେ ରହିବାକୁ ବାଧ୍ୟ ହୋଇଥିବା କୋହଲି ଅନଲାଇନ୍ ସାକ୍ଷାତକାର ଦେଇ ଏକଦା ସେ କିଭଳି ୪ରୁ ୫ ଦିନ ଭିତରେ ଗୋଟିଏ ଚକଲେଟ୍ ଜବା ଖାଇ ଯାଉଥିଲେ, ସେ କଥା ପ୍ରକାଶ କରିଥିଲେ। ଏବେ କିନ୍ତୁ ସେ ନିଜ ସ୍ବାସ୍ଥ୍ୟକୁ ନେଇ ଅଧିକ ଯତ୍ନବାନ ହୋଇ ଯାଇଥିବା‌ ପ୍ରକାଶ କରିଥିଲେ। ସେ କହିଥିଲେ ‘‘୨୦୧୨ ଆଇପିଏଲ୍ ପରେ ମୁଁ ଯେତେବେଳେ ଘରକୁ ଫେରିଥିଲି, ନିଜକୁ ଦେଖି ଚକିତ ହୋଇ ଯାଇଥିଲି। ଏଣୁ ସବୁ କିଛି ବଦଳାଇ‌ ଦେବାକୁ ଚାହୁଥିଲି। ମୁଁ ମଧ୍ୟ ସମଗ୍ର ବିଶ୍ବରେ କ୍ରିକେଟ୍‌ର ରୂପ ଓ ପ୍ରତିଦ୍ବନ୍ଦ୍ବିତା କିଭଳି ବଦଳୁଛି, ତାକୁ ଅନୁଭବ କରୁଥିଲି। ଆମେ ଏହି କ୍ଷେତ୍ରରେ ବହୁତ ପଛରେ ପଡ଼ି ଯାଇଛୁ ବୋଲି ହୃଦୟଙ୍ଗମ କରିଥିଲି। ଏକଥା ମୋ ମନକୁ ଆନ୍ଦୋଳିତ କରୁଥିଲା। ବ୍ୟକ୍ତିଗତ ଭାବେ ମୁଁ ମୋ ଫିଟସେନ୍ ସ୍ତରକୁ ବଢ଼ାଇବାକୁ ବ୍ୟଗ୍ର ଥିଲି। ସେତେବେଳେ ମୋ ସାମନାରେ ଯାହା ରଖା ଯାଉଥିଲା, ମୁଁ ସେସବୁକୁ ଖାଇ ଯାଉଥିଲି। ଆମେ ସେତେବେଳେ ରହୁଥିବା ହୋଟେଲରେ ମିନି ବାର୍‌ରେ ଚକୋଲେଟ୍ ଡବା ରଖା ଯାଉଥିଲା। ମୁଁ ୪ରୁ ୫ ଦିନ ଭିତରେ ଗୋଟିଏ ଡବା ଶେଷ କରି ଦେଉଥିଲି। ପ୍ରତ୍ୟେକ ଡବାରେ ୪୦ରୁ ୫୦ ଚକୋଲେଟ୍ ରହୁଥିଲା। ଏବେ ସେକଥା ଭାବିଲା ବେଳକୁ କହୁତ ଖରାପ ଲାଗୁଛି’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe