ରମଜାନରେ ଉପବାସ ନକରି କିଛି ଭୁଲ୍ କରିନାହାନ୍ତି ଶାମି: ଶମା ମହମ୍ମଦ

ଚାମ୍ପିଅନ୍ସ ଟ୍ରଫି ସମୟରେ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ରୋଜା ନ ରଖିବାର ନିଷ୍ପତ୍ତିକୁ ସମର୍ଥନ କରି ଚର୍ଚ୍ଚାକୁ ଆସିଛନ୍ତି କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ। କିଛି ଦିନ ତଳେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଫିଟନେସକୁ ନେଇ ସମାଲୋଚନା କରିଥିଲେ ଶମା।

tshamiia

ନୂଆଦିଲ୍ଲୀ: କଂଗ୍ରେସ ମୁଖପାତ୍ର ଶମା ମହମ୍ମଦ କିଛି ଦିନ ତଳେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଫିଟନେସକୁ ନେଇ ସମାଲୋଚନା କରିଥିଲେ। ଏଥିପାଇଁ ତାଙ୍କୁ ଟ୍ରୋଲ କରାଯାଇଥିବା ବେଳେ ଏବେ ସେ ଚାମ୍ପିଅନ୍ସ ଟ୍ରଫି ସମୟରେ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ରୋଜା ନ ରଖିବାର ନିଷ୍ପତ୍ତିକୁ ସମର୍ଥନ କରି ଚର୍ଚ୍ଚାକୁ ଆସିଛନ୍ତି। ରମଜାନର ପବିତ୍ର ମାସରେ, ମଙ୍ଗଳବାର ଦିନ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲ ମୁକାବିଲା ହୋଇଥିଲା। ଏହି ସମୟରେ ୩୪ବର୍ଷୀୟ ଖେଳାଳି ଶାମି ଏନର୍ଜି ଡ୍ରିଙ୍କ୍ ପିଉଥିବା ଦେଖାଯାଇଥିଲା। ଏହା ପରେ ଅଲ୍ ଇଣ୍ଡିଆ ମୁସଲିମ୍ ଜମାତର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୌଲାନା ଶହାବୁଦ୍ଦିନ ରଜଭି ତାଙ୍କୁ ଅପରାଧୀ ବୋଲି କହିଥିଲେ।

ଏବେ ଶାମିଙ୍କୁ ସମର୍ଥନ କରି ଶମା କହିଛନ୍ତି ଯେ, ଇସଲାମରେ, ରମଜାନ ସମୟରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା ଅଛି। ଯେତେବେଳେ ଆମେ ଯାତ୍ରା କରୁ, ଆମକୁ ଉପବାସ ରଖିବାର ଆବଶ୍ୟକତା ନାହିଁ। ଏବେ ମହମ୍ମଦ ଶାମି ଯାତ୍ରା କରୁଛନ୍ତି ଏବଂ ସେ ନିଜ ଘରେ ନାହାନ୍ତି। ସେ ଏପରି ଏକ ଖେଳ ଖେଳୁଛନ୍ତି ଯେଉଁଥିରେ ତାଙ୍କୁ ବହୁତ ଶୋଷ ଲାଗିପାରେ। ଏଭଳି ସ୍ଥିତିରେ ରୋଜା ରଖିବାର କୌଣସି ଆପଶ୍ୟକତା ନାହିଁ। ଆପଣଙ୍କ କର୍ମ ଯାହା ଗୁରୁତ୍ୱପୂର୍ଣ୍ଣ। ସେ କୌଣସି ଭୁଲ୍ କରିନାହାନ୍ତି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe