ଚେସ ଅଲିମ୍ପିଆଡରେ ସାମିଲ ହେଲେ ତୁଷାରକାନ୍ତି

Advertisment
ଚେସ ଅଲିମ୍ପିଆଡରେ ସାମିଲ ହେଲେ ତୁଷାରକାନ୍ତି

ଭୁବନେଶ୍ୱର: କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଚେନ୍ନାଇର ମହାବଳୀପୁରମରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ୪୪ତମ ଚେସ ଅଲିମ୍ପିଆଡ ଉତ୍ସବରେ ଯୋଗଦେଇ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭକାମନା ଜଣାଇଛନ୍ତି। ତାମିଲନାଡୁ ସରକାରଙ୍କ ନିମନ୍ତ୍ରଣକ୍ରମେ ସେଠାକୁ ଗସ୍ତକରି କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା ଗତକାଲି ଚେନ୍ନାଇ ସ୍ଥିତ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଉଦ୍‌ଘାଟନ ଉତ୍ସବରେ ଯୋଗଦେଇଥିଲେ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟିବା ସହ ସେଠାକାର ପ୍ରତିଯୋଗିତାରେ ବନ୍ଦୋବସ୍ତ ବ୍ୟବସ୍ଥା, ପରିଚାଳନା ଶୈଳୀ ଏବଂ ପ୍ରଚାର ପ୍ରସାରକୁ ଅନୁଧ୍ୟାନ କରିଥିଲେ। ତାମିଲନାଡୁ କ୍ରୀଡ଼ାମନ୍ତ୍ରୀ ଶିଭା ଭି. ମ୍ୟୋନାଥନ ଶ୍ରୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅନେକ ଅନ୍ତର୍ଜାତୀୟ କ୍ରୀଡା ଏଭେଣ୍ଟ ଆୟୋଜନ ଏବଂ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତଭୂମି ନିର୍ମାଣ କ୍ଷେତ୍ରରେ ଓଡିଶା ଯେଉଁ ପଦକ୍ଷେପମାନ ଗ୍ରହଣ କରିଛି ସେଥିପାଇଁ ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ପ୍ରଶଂସା କରିଥିଲେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିମାନଙ୍କୁ ଶୁଭକାମନା ଜଣାଇବା ସହ ସର୍ବଭାରତୀୟ ଚେସ ମହାସଂଘ ସଭାପତି ଡ. ସଞ୍ଜୟ କପୁର, ଉପସଭାପତି ଭବେଶ ପଟେଲ, ସମ୍ପାଦକ ଭରତ ସିଂ ଚୌହାନ, ଯୁଗ୍ମ ସମ୍ପାଦକ ଶ୍ରୀ ରଞ୍ଜନ ମହାନ୍ତିଙ୍କ ସମେତ ଓଡ଼ିଶା ଚେସ ସଙ୍ଘର କର୍ମକର୍ତ୍ତା, ଆୟୋଜକ, ଆର୍ବିଟର ଓ ଅଫିସିଆଲମାନଙ୍କ ସହ ଚେସ କ୍ରୀଡ଼ାର ଉନ୍ନତି ବିଷୟରେ ଆଲୋଚନା କରିଥିଲେ। ତାମିଲନାଡୁ ଏବଂ ଓଡିଶାର କ୍ରୀଡ଼ାମନ୍ତ୍ରୀଙ୍କ ମଧ୍ୟରେ ଏକ ପ୍ରତୀକାତ୍ମକ ଚେସ ଖେଳ ମଧ୍ୟ ଅନୁଷ୍ଠିତ ହୋଇଥିଲାI ଏହି ଗସ୍ତ କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା କ୍ରୀଡ଼ା ବିଭାଗ ଯୁଗ୍ମ ଶାସନ ସଚିବ କୈଳାଶ ଚନ୍ଦ୍ର ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe