ଭୁବନେଶ୍ବର: ଓଡ଼ିଆ ପୁଅ ଈଶାନ ମିଶ୍ର ତ୍ରିପୁରାର ଅଗରତାଲାଠାରେ ଆୟୋଜିତ ଟିଟିଏ-ଆଇଟା ୧୪ ବର୍ଷରୁ କମ୍ ଚାମ୍ପିଅନ୍ସିପ୍ ସିରିଜ୍ (ସିଏସ୍)-୩ ପ୍ରତିଯୋଗିତାରେ ବିଜେତା ହୋଇଛନ୍ତି। ରବିବାର ପୁରୁଷ ଏକକ ଫାଇନାଲ୍ରେ ଈଶାନ ୭-୫, ୬-୨ ସିଧାସଳଖ ସେଟ୍ରେ ପଶ୍ଚିମବଙ୍ଗର ପ୍ରଗୋସ୍ପାମା ଗାୟେନଙ୍କୁ ପରାସ୍ତ କରିଥିଲେ। ଏହା ଈଶାନଙ୍କ ପ୍ରଥମ ଟେନିସ୍ ମୁକୁଟ। ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ରେ ନବମ ଶ୍ରେଣୀରେ ପଢ଼ୁଥିବା ଈଶାନ ହେଉଛନ୍ତି ରାଜେଶ ମିଶ୍ର ଓ କସ୍ତୁରିକା ସୁପକାରଙ୍କ ବଡ଼ ପୁଅ। ସେ କଳିଙ୍ଗ ଷ୍ଟାଡିୟମସ୍ଥିତ ଓଡ଼ିଶା ଟେନିସ ଏକାଡେମିରେ ସନ୍ତୋଷ କୁମାର ମଲ୍ଲିକଙ୍କଠୁ ପ୍ରଶିକ୍ଷଣ ନେଉଛନ୍ତି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us